ଗୁଳୁଗୁଳିରେ ସଢୁଛି ଉପକୂଳ ଓଡିଶା, ଖରା ନ ଥିଲେ ମଧ୍ୟ ଲୋକେ ହନ୍ତସନ୍ତ

Published: Jun 10, 2023, 11:30 am IST
Temp

ଭୁବନେଶ୍ବର: ଆଜି ମଧ୍ୟ ଉପକୂଳ ଓଡିଶାରେ ଗୁଳୁଗୁଳି ଆରମ୍ଭ ହୋଇଯାଇଛି। ସକାଳୁ ସକାଳୁ ଘରୁ ବାହାରକୁ ବାହାରିବା ଅସମ୍ଭବ ହୋଇପଡିଛି। ହେଲେ ଖରା ନ ଥିଲେ ମଧ୍ୟ ଗୁଳୁଗୁଳି ଯୋଗୁଁ କୁଆଡେ ଯାଇ ହେଉ ନାହିଁ। ଗତକାଲି ମଧ୍ୟ ଏହିପରି ଗୁଳୁଗୁଳି ଲାଗି ରହିଥିଲା।

ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପାଗ ଆଂଶିକ ମେଘାଚ୍ଛନ୍ନ ସହ ତାପମାତ୍ରା ସାମାନ୍ୟ କମ ରହୁଥିଲେ ବି ଉଚ୍ଚ ଆଦ୍ରତା ହେତୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଆଜି ସକାଳ ୮ ଟା ୩୦ ସୁଦ୍ଧା ପୁରୀରେ ୮୬%, ଭୁବନେଶ୍ୱରରେ ୭୯%, କଟକରେ ୭୬%, ଗୋପାଳପୁରରେ ୭୫%, ବାଲେଶ୍ୱର ଓ ଚାନ୍ଦବାଲିରେ ୬୫%, ପାରାଦୀପରେ ୬୩% ଆଦ୍ରତା ରେକର୍ଡ କରାଯାଇଛି।

Related posts