Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ୬୧ ତମ ଗୃହରକ୍ଷୀ ଦିବସ ପାଳିତ

ଖୋର୍ଦ୍ଧା: ଆଜି ୬୧ ତମ ଗୃହରକ୍ଷୀ ଦିବସ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ରିଜର୍ଭ ପୋଲିସ ଗ୍ରାଉଣ୍ଡ ତରତୁଆଠାରେ ଉକ୍ତ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଖୋର୍ଦ୍ଧା ଗ୍ରାମୀଣ ପୋଲିସ ବିଭାଗରେ କାର୍ଯ୍ୟରତ ଗୃହରକ୍ଷୀ ମାନଙ୍କ ଦ୍ଵାରା ଏକ ପ୍ୟାରେଡ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ଆଇପିଏସ, ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ସୁରେନ୍ଦ୍ରନାଥ ମୁର୍ମୁ, ସଦର ଏସଡ଼ିପିଓ ଦିଲ୍ଲୀପ ଦାସ, ଡ଼ିଏସପି ସୁଜିତ ପଣ୍ଡା, ଡ଼ିଏସପି ଅନିଲ ମହାନ୍ତି, ଡ଼ିଏସପି ମିନାକ୍ଷୀ ଠାକୁର, ଟାଉନ ଥାନା ଆଇଆଇସି ତାରିକ ଅହମ୍ମଦ ଆଦି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସମାରୋହ ଅବସରରେ, “ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଗୃହ ସଚିବ, ହୋମ ଗାର୍ଡ କମାଣ୍ଡାଣ୍ଟ ଜେନେରାଲ, ଭାରତ ଏବଂ ହୋମ ଗାର୍ଡ ମହାନିର୍ଦ୍ଦେଶକ ଓଡ଼ିଶା” ଙ୍କ ପ୍ରଦତ୍ତ ବାର୍ତ୍ତା ମୁଖ୍ୟ ଅତିଥି ପଠନ କରିଥିଲେ।