Categories
ଆଜିର ଖବର ଜାତୀୟ ଖବର

ଗୋଆ ମୁଖ୍ୟମନ୍ତ୍ରୀଙ୍କ ବଡ ଦାବି: ୩ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ବିଜେପି ଗଠନ କରିବ ସରକାର

ପାଣାଜୀ: ଗୋଆ ବିଧାନସଭା ନିର୍ବାଚନର ଧାରାକୁ ନେଇ ବିଜେପି ସବୁଠୁ ବଡ ଦଳ ଭାବେ ଉଭା ହୋଇଛି। ଯଦିଓ ଦଳ ବର୍ତ୍ତମାନ ସୁଦ୍ଧା ଟ୍ରେଣ୍ଡ ଅନୁଯାୟୀ ସଂଖ୍ୟାଗରିଷ୍ଠତା ପାଇଁ ଆବଶ୍ୟକ ୨୧ ଟି ସିଟ୍ ପଛରେ ଅଛି, କିନ୍ତୁ ଗୋଆ ବିଜେପି କହିଛି ଯେ, ଆଜି ସନ୍ଧ୍ୟାରେ ରାଜ୍ୟପାଳଙ୍କୁ ଭେଟିବ ଏବଂ ସରକାର ଗଠନ ପାଇଁ ଦାବି କରିବ।

ଗୋଆରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ତିନିଜଣ ସ୍ଵାଧୀନ ବିଧାୟକଙ୍କ ସମର୍ଥନ ଘୋଷଣା କରି ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଦାବି କରିଛନ୍ତି। ଗୋଆର ୪୦ ଟି ଆସନରୁ ବିଜେପି ବର୍ତ୍ତମାନ ୧୯ ଟି ସିଟ୍ (+୬) ରେ ଆଗୁଆ ରହିଛି। ଆଠଟି ଆସନ ହରାଇ କଂଗ୍ରେସ ୧୨ ଟି ଆସନରେ ଆଗୁଆ ରହିଛି। ତୃଣମୂଳ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ପ୍ରତ୍ୟେକ ତିନୋଟି ଆସନରେ ଆଗୁଆ ଥିବାବେଳେ ତିନୋଟି ଆସନରେ ସ୍ଵାଧୀନ ପ୍ରାର୍ଥୀ ଆଗୁଆ ଅଛନ୍ତି।