Categories
ଆଜିର ଖବର ରାଜ୍ୟ ଖବର

ଗୋଡିଝର ନିକଟରେ ମାଇ ହାତୀ ମୃତ: କାରଣ ଅସ୍ପଷ୍ଟ

ଖୋର୍ଦ୍ଧା: ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ମଳିପଡ଼ା ଠାରୁ ଦଲକ ମୁଖ୍ୟ ରାସ୍ତା ଗୋଡିଝର ନିକଟରେ ଏକ ମାଇ ହାତୀର ମୃତ୍ୟୁ ଘଟିଛି। ହାତୀଟିର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛନ୍ତି। ଓ.ୟୁ.ଏ.ଟି ର ଏକ ଡାକ୍ତରୀ ଦଳ ଆସି ହାତୀର ଶବ ବ୍ୟବଚ୍ଛେଦ କରିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଖୋର୍ଦ୍ଧା ଏ.ସି.ଏଫ.ଓ ଶ୍ରୀ ଗୌର ଗୋପାଳ  ସୂଚନା ଦେଇଛନ୍ତି।

ସୂଚନା ଥାଉ କି ଦୀର୍ଘ ଏକମାସ ଧରି ଖୋର୍ଦ୍ଧା ବନଖଣ୍ଡ ଅଞ୍ଚଳରେ ପ୍ରାୟ ୪୦ ରୁ ଉର୍ଦ୍ଧ୍ଵ ହାତୀ ଦୁଇ ତିନି ଭାଗରେ ବିଭକ୍ତ ହୋଇ ଧାନ ଫସଲ ନଷ୍ଟ କରିବା ସହିତ ଲୋକମାନଙ୍କ ଧନ ଜୀବନ ନଷ୍ଟ କରିଥିବାର ଜଣା ପଡ଼ିଛି।  ଜଙ୍ଗଲ ମଧ୍ୟକୁ ହାତୀ ମାନଙ୍କୁ ଘଉଡେଇବାରେ ବନ ବିଭାଗ ସଂପୂର୍ଣ୍ଣ ଫେଲ ମାରିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।