Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସିରିଜ ଚୋରି ଘଟଣାରେ ୩ ଗିରଫ: ସୁନା ଓ ରୂପା ଅଳଙ୍କାର ଜବତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ଥାନା ଅଞ୍ଚଳରେ ଚୋରି ଘଟଣାକୁ ନେଇ ବ୍ରହ୍ମପୁର ଏସ୍ ପି ଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଗଠନ ହୋଇଥିଲା। ଅନୁସନ୍ଧାନ ଚାଲିଥିବା ବେଳେ ବିଶେଷ କରି ଗୋପାଳପୁର ଥାନା ଅନ୍ତର୍ଗତ ଡିଫେନ୍ସ କଲୋନୀର ନୀଳମାଧବ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ତାଲାବନ୍ଦ ଘରୁ ତାଲା ଭାଙ୍ଗି ଚୋରି ଅଭିଯୋଗ ହୋଇଥିଲା।

ପୋଲିସ ଅନୁସନ୍ଧାନ ଚଳାଇ ତିନି ଜଣ ଯୁବକ ଯଥା ବ୍ରହ୍ମପୁର ସଦର ଥାନା ଅଞ୍ଚଳର ପି ବିଷ୍ଣୁ, ସୁଦାମ ପାତ୍ର ଓ ଚନ୍ଦନ ପାତ୍ରକୁ ଉଠାଇ ଆଣି ଜେରା କରିବା ବେଳେ ଏହି ମାନଙ୍କ ନାମରେ ଗୋଳନ୍ଥରା ଥାନାରେ ୩ଟି, ଗୋଷାଣୀ ନୁଆଁଗାଁ ଥାନାରେ ଗୋଟିଏ ଓ ନିମଖଣ୍ଡି ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ଜାଣିବାକୁ ପାଇଥିଲା।

ଅଟକ ଯୁବକକୁ ଜେରା କରିବା ବେଳେ ପୋଲିସ ସେମାନଙ୍କ ଠାରୁ ୨୩୦ ଗ୍ରାମ ସୁନା ଅଳଙ୍କାର ଓ ୪୨୬ ଗ୍ରାମ ରୁପା ଅଳଙ୍କାର ଜବତ କରିଛି। ଯାହାର ଆନୁମାନିକ ମୁଲ୍ୟ ୧୩ ଲକ୍ଷ ହେବ ବୋଲି ଜଣାପଡିଛି। ଅଟକ ଯୁବକ ମାନଙ୍କୁ ଗୋପାଳପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।