Categories
ଆଞ୍ଚଳିକ

ଚତୁର୍ଥ ଦିନରେ ପ୍ରଫୁଲ୍ଲ ବ୍ୟୋମକେଶ ସ୍ମାରକୀ ଫୁଟବଲ୍ ପ୍ରତିଯୋଗିତା: ୩-୧ ଗୋଲରେ ଗୋପାଳପୁର ବିଜୟୀ

ରଣପୁର: ଗୋପାଳପୁର ପ୍ରଫୁଲ୍ଲ ବ୍ୟୋମକେଶ ସ୍ମାରକୀ ଫୁଟବଲ୍ ପ୍ରତିଯୋଗିତାର ଚତୁର୍ଥ ଦିନରେ ଗୋପାଳପୁର ଓ ଖଣ୍ଡପଡ଼ା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଛି। ଏଥିରେ ଟ୍ରାଇ ବେକର ଜରିଆରେ ଗୋପାଳପୁର ୩ -୧ ରେ ବିଜୟ ଲାଭ କରିଛି। ଆଜିର ଅତିଥି ଭାବେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଚେୟାରମ୍ୟାନ ରଙ୍ଗୀନ ମହାନ୍ତି, ବରିଷ୍ଠ ଆଇନଜୀବୀ ଗିରିଜକାନ୍ତ ମହାପାତ୍ର, ହସ୍ୟକବି ବ୍ରଜ ସୁବୁଦ୍ଧି ଯୋଗ ଦେଇଥିଲେ।

ସମାଜସେବୀ କ୍ରୀଷ୍ଣା ଦାସ ଉପଢୌକନ ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରିଥିଲେ। ସମାଜସେବୀ ସ୍ବରାଜ ମହାନ୍ତି,କିଶୋରଚନ୍ଦ୍ର ଭଞ୍ଜ, ଶରତ କୁମାର ମହାପାତ୍ର ଯୋଗ ଦେଇଥିଲେ। ଶିକ୍ଷକ ନେତା ଜ୍ୟୋତି ରଞ୍ଜନ ଦାଶ ମଞ୍ଚ ପରିଚାଳନା କରିଥିଲେ। ଏହି ଖେଳ ଦେଖିବା ପାଇଁ ଶହ ଶହ ଖେଳ ପ୍ରେମୀଙ୍କ ଭିଡ ଜମି ଥିଲା।