Categories
ଆଜିର ଖବର ରାଜ୍ୟ ଖବର

ଚାଷୀ ଆତ୍ମହତ୍ୟା ମାମଲା: ଗୋବିନ୍ଦ ସାହୁଙ୍କ କ୍ଷେତରେ ବୋରୱେଲ ଖୋଳିଲେ ସମ୍ବିତ ପାତ୍ର

ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଓସ୍ତପଡା ଗ୍ରାମର ଚାଷୀ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଥବା ନଭେମ୍ବର ମାସ ୫ ତାରିଖରେ ଧାନକ୍ଷେତରେ ପାଣି ଅଭାବରୁ ଧାନ ଫସଲ ଉଜୁଡି ଯିବାରୁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ମୃତ ଚାଷୀଙ୍କ ଧାନକ୍ଷେତରେ ବୋରୱେଲ ଖୋଳିବା ପାଇଁ ପ୍ରତିଶୃତି ଦେଇଥିଲେ ବିଜେପିର ରାଷ୍ଟ୍ରୀୟ ପ୍ରଵକ୍ତା ସମ୍ବିତ ପାତ୍ର।

ଆଜି ସେ ପ୍ରତିଶୃତି ପାଳନ କରି ବୋରୱେଲ ଖୋଳିଛନ୍ତି। ଏଥିରେ ନୟାଗଡ଼ ଜିଲ୍ଲା ବିଜେପି ସଭାପତି ତାପସ ମାର୍ଥା ଓ କର୍ମୀମାନେ ଯୋଗଦେଇଥିଲେ। ଆଜି ମୃତ ଚାଷୀ ଗୋବିନ୍ଦ ସାହୁଙ୍କ ଧାନକ୍ଷେତରେ ବୋରୱେଲ ଖୋଳିଥିବାରୁ ସ୍ଥାନୀୟ ଚାଷୀ ଖୁସିବ୍ୟକ୍ତ କରିଛନ୍ତି। କାରଣ ଏହା ଯୋଗୁ ଏହି ଏରିଆର ଚାଷୀ ମାନଙ୍କର ଆଉ ଖରାଦିନେ ପାଣିର ଅଭାବ ରହିବ ନାହିଁ। ବୋରୱେଲରୁ ପାଇପ ଯୋଗେ ଚାଷୀ ମାନେ ପାଣି ନେଇ ଯେ, କୌଣସି ଚାଷ କରିପାରିବେ ଓ ପାଣି ଅଭାବରୁ କୌଣସି ଚାଷୀ ଆତ୍ମହତ୍ୟା କରିବେନାହିଁ ବୋଲି ସମ୍ବିତ ପାତ୍ର କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା: ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ଆଜି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି। କଣ୍ଟାବାଞ୍ଜି ଜେଲରେ ଗୋବିନ୍ଦ ସାହୁ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି।

ତେବେ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଉଭୟ ବିରୋଧୀ ଦଳ ବିଜେପି ଏବଂ କଂଗ୍ରେସ ଆକ୍ରମଣ କରିଛନ୍ତି। କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଥିବା ବେଳେ ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରିଛନ୍ତି। ଏହା ଷଡଯନ୍ତ୍ର, ଏହି ଘଟଣାର ସିବିଆଇ ତଦନ୍ତ ହେଉ ବୋଲି କଣ୍ଟାବାଞ୍ଜି ବିଧାୟକ ଦାବୀ କରିଛନ୍ତି। ଗୋବିନ୍ଦଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ବୋଲି ସାଲୁଜା ପ୍ରଶ୍ନ କରିଛନ୍ତି।

ସେହିଭଳି ଏହି ଘଟଣା ପରେ ବିଜେପି ମଧ୍ୟ ସାମ୍ବାଦିକ ସମ୍ମିଳନୀ କରାଇ ରାଜ୍ୟ ସରକାରଙ୍କୁ ଆକ୍ରମଣ କରିଛନ୍ତି। ବିଜେପି ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ ରାଜ୍ୟ ସରକାରଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଗୋବିନ୍ଦଙ୍କ ପାଖରେ ସବୁ ତଥ୍ୟ ଥିଲା, ଯାହାଦ୍ୱାରା ସରକାରୀ ଦଳରେ ଥିବା କିଛି ନେତା ଧରାପଡିଯିବେ ଭାବି ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରାଯାଇଛି ବୋଲି ବିଜେପି ମହିଳା ମୋର୍ଚ୍ଚା ସଭାପତି ଅଭିଯୋଗ କରିଛନ୍ତି। ତାଙ୍କର ମୃତ୍ୟୁ ପରେ ସମସ୍ତ ତଥ୍ୟ ଲୁଚିଯିବ ଏବଂ ଅନ୍ୟ ଅଭିଯୁକ୍ତମାନେ ଏଥିରୁ ମୁକ୍ତି ପାଇଯିବେ ବୋଲି ସ୍ମୃତି ପଟ୍ଟନାୟକ କହିଛନ୍ତି। ତେଣୁ ଏହା ଆତ୍ମହତ୍ୟା ନା ମାରିବାକୁ ବାଧ୍ୟ କରାଯାଇଛି, ଏହାର ତଦନ୍ତ କରାଯିବା ଉଚିତ ବୋଲି ସ୍ମୃତି ଦାବି କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମମିତା ମେହେର ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା

ଭୁବନେଶ୍ବର: ବହୁ ଚର୍ଚ୍ଚିତ ମମତା ମେହେର ହତ୍ୟା ମାମଲାର ଏକ ବଡ ଖବର ହସ୍ତଗତ ହୋଇଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। କଣ୍ଟାବାଞ୍ଜି ଜେଲରେ ମୁଖ୍ୟ ଅଭିଯୁକ୍ତ ଆତ୍ମହତ୍ୟା କରିଥିବା ଜଣାପଡିଛି। ଆତ୍ମହତ୍ୟା ଖବର ମିଳିବା ମାତ୍ରେ ତାଙ୍କୁ ଉଦ୍ଧାର କରାଯାଇ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ସୂଚନା ରହିଛି।

ତେବେ ଆତ୍ମହତ୍ୟାର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଦିବ୍ୟଶଙ୍କରଙ୍କ ପାଇଁ ଗୋବିନ୍ଦଙ୍କ ଅନୁଷ୍ଠାନକୁ ମିଳୁଥିଲା କୋଟି କୋଟି ଟଙ୍କାର ସରକାରୀ ସହାୟତା; କଂଗ୍ରେସ

ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିକୁ ଜୋରଦାର କରିଛି ପ୍ରଦେଶ କଂଗ୍ରେସ। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ଦିବ୍ୟ ଶଙ୍କର ମିଶ୍ରଙ୍କ ସହ ବିଜେଡ଼ି ସରକାରର ବହୁ ନେତା ଓ ଅଧିକାରୀଙ୍କ ବିବାଦୀୟ ସଂପର୍କରେ ତଥ୍ୟ ପ୍ରମାଣ କଂଗ୍ରେସ ଗଣମାଧ୍ୟମ ସାମନାରେ ରଖିଛି।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସତ୍ୟ ପ୍ରକାଶ ନାୟକ ଲକ୍ଷାଧିକ ଟଙ୍କାର ସରକାରୀ ଅର୍ଥ କିଭଳି ଗୋବିନ୍ଦ ସାହୁଙ୍କ ଘରୋଇ ଶିକ୍ଷାନୁଷ୍ଠାନରେ ଅପବ୍ୟୟ ହେଉଥିଲା ତାହାର ହିସାବ ରଖିଛନ୍ତି। ସିଏଜିଙ୍କ ରିପୋର୍ଟ ଅନୁଯାୟୀ ଲକ୍ଷାଧିକ ଟଙ୍କାର ସରକାରୀ ଅର୍ଥ ଯାହାକି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ବିନିଯୋଗ ହେବା କଥା, ସେ ଅର୍ଥକୁ ବାଟମାରଣା କରାଯାଇ ଗୋବିନ୍ଦ ସାହୁର ଘରୋଇ ଶିକ୍ଷାନୁଷ୍ଠାନରେ ଖର୍ଚ୍ଚ କରାଯାଇଛି।

ପଂଚାୟତ ରାଜ ବିଭାଗର ଏଭଳି ବେଆଇନ ନିଷ୍ପତି ଉପରେ ଘୋର ଆପତି ମଧ୍ୟ ଉଠାଇଛନ୍ତି ସି.ଏ.ଜି। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ଅର୍ଥକୁ ମହାଲିଙ୍ଗ ଘରୋଇ କଲେଜର ଲେଡିଜ ହଷ୍ଟେଲର ଲନ୍ ତିଆରି କରିବାର ଖର୍ଚ୍ଚ କରାଯାଉଥିଲା କିଭଳି ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି।

କେବଳ ପଂଚାୟତ ରାଜ ବିଭାଗ ଅର୍ଥ ନୁହେଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କୋଟି କୋଟି ଟଙ୍କା ମଧ୍ୟ ଗୋବିନ୍ଦ ସାହୁର ଘରୋଇ ଶିକ୍ଷାନୁଷ୍ଠାନରେ କିଭଳି ଖର୍ଚ୍ଚ ହେଉଥିଲା? ଏହା ପଛରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କର ସୁପାରିଶ ହିଁ ମୂଳ କାରଣ ବୋଲି ଅଭିଯୋଗ କରିଛନ୍ତି ସତ୍ୟ ପ୍ରକାଶ ନାୟକ।

୨୦୧୩ ମସିହାରେ +୨ ପରିକ୍ଷାରେ କେମେଷ୍ଟ୍ରି ପେପରର ପ୍ରଶ୍ନପତ୍ର ଲିକ୍‌ରେ କେନ୍ଦ୍ରସ୍ଥଳ ଥିଲା। ଗୋବିନ୍ଦ ସାହୁଙ୍କ ମହାଲିଙ୍ଗ ଆଂଚଳିକ ମହାବିଦ୍ୟାଳୟ ସେତେବେଳେ ଏହାର ତଦନ୍ତ ଭାର କ୍ରାଇମବ୍ରାଂଚକୁ ଦିଆଯାଇଥିଲା । କିନ୍ତୁ ତଦନ୍ତ କ’ଣ ହେଲା ଓ କ’ଣ କାର୍ଯ୍ୟାନୁଷ୍ଠାନ ନିଆଗଲା ତାହା ଆଜି ଯାଏ କେହି ଜାଣିପାରିଲେନି। ଗୋଟି ଦାଗୀ ଅନୁଷ୍ଠାନ ଓ ଦାଗୀ ବ୍ୟକ୍ତିଙ୍କୁ ନବୀନବାବୁଙ୍କ ସରକାରରେ ଏତେ ଅନୁକମ୍ପା ଓ ସହାୟତା କ’ଣ ପାଇଁ ଦିଆଯାଉଥିଲା ବୋଲି ପ୍ରଶ୍ନ କରିଛନ୍ତି ସତ୍ୟ ନାୟକ।

ଦିବ୍ୟ ଶଙ୍କର ମିଶ୍ରଙ୍କ ଫୋନ୍‌ର କଲ ରେକର୍ଡ ସାର୍ବଜନୀନ କଲେ ଗୋବିନ୍ଦ ସାହୁଙ୍କୁ ସୁରକ୍ଷା ଦେବାପାଇଁ ମନ୍ତ୍ରୀ ନିଜର ପଦ ଓ ଗାରିମାର ଅପବ୍ୟବହାର କରିଛନ୍ତି ତାହା ସ୍ପଷ୍ଟ ହୋଇଯିବ। ତେଣୁ ତୁରନ୍ତ ଦିବ୍ୟଶଙ୍କରଙ୍କୁ ନବୀନବାବୁ ମନ୍ତ୍ରୀ ମଣ୍ଡଳରୁ ବହିସ୍କାର କରନ୍ତୁ ବୋଲି ସତ୍ୟ ନାୟକ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ମୁଖପାତ୍ର ମନୋରଞ୍ଜନ ଦାଶ ଏବଂ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘଟଣାକୁ କେମିତି ପରିଚାଳନା କରିବେ ବିଜେଡି କ୍ୟାପେଟନ ?

ଭୁବନେଶ୍ବର: ବର୍ତ୍ତମାନ କଟକରୁ କଳାହାଣ୍ଡି ପର୍ଯ୍ୟନ୍ତ ଶୁଭୁଛି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବୀ। ବିରୋଧୀ କଂଗ୍ରେସ ଏବଂ ବିଜେପି ଯେପରି ଏହି ଘଟଣାକୁ ମାଡି ବସିଛନ୍ତି ତାହା ବର୍ତ୍ତମାନ ବିଜେଡିକୁ ଅଡୁଆ ସୃଷ୍ଟି କରିଛି। ମନ୍ତ୍ରୀ ଦିବ୍ୟଶଙ୍କର ତୁରନ୍ତ ଇସ୍ତଫା ଦେବା ପାଇଁ ଉଭୟ ଦଳ ରାଜ୍ୟପାଳକୁ ସାକ୍ଷାତ କରିସାରିଲେଣି।

ସେହିପରି ଏହି ଘଟଣାରେ ଜାତୀୟ ମହିଳା କମିଶନର, ମାନବିକ ଅଧିକାର କମିଶନର ପରି ଅନୁଷ୍ଠାନର ଦ୍ବାରସ୍ଥ ହେଲେଣି ବିରୋଧୀ। ଏ ନେଇ ଉଭୟ ଦଳ ବାରମ୍ବାର ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ଚାପ ପ୍ରୟୋଗ କଲେଣି। ଫଳରେ ଏପରି ପରିସ୍ଥିତିକୁ କିପରି ବିଜେଡିର ମଙ୍ଗୁଆଳମାନେ ମ୍ୟାନେଜ କରିବେ ତାହା ଉପରେ ସମସ୍ତଙ୍କର ନଜର।

ଅନ୍ୟପକ୍ଷରେ ସନସାଇନ କଲେଜ ଏବଂ ଏହାର ମାଲିକ ସହିତ ମନ୍ତ୍ରୀଙ୍କର ଯେଉଁ ସଂପର୍କ ରହିଛି ତାହାକୁ ମଧ୍ୟ ବିରୋଧୀ ଖୋଲାସା କରିବାରେ ଲାଗିଛନ୍ତି। ଦିନକୁ ଦିନ କ୍ୟାପେଟନ ଦିବ୍ୟଶଙ୍କର ଉପରେ ନୂଆ ନୂଆ ଅଭିଯୋଗର ଫର୍ଦ୍ଦ ଯୋଡିବାରେ ଲାଗିଛନ୍ତି ବିରୋେଧୀ। ମନ୍ତ୍ରୀ ସେହି କଲେଜର ଗେଷ୍ଟ ହାଉସକୁ କାହିଁକି ବାରମ୍ବାର ଯାଉଥିଲେ ବୋଲି ଅଭିଯୋଗ କରିଛନ୍ତି। ଯାହାକୁ ନେଇ ବିଜେଡିର ମୁଣ୍ଡ ବିନ୍ଧା ଆରମ୍ଭ ହୋଇଛି।

ଏହିପରି ପରିସ୍ଥିତିକୁ ବିଜେଡି ତଥା ଏହାର ସୁପ୍ରିମ ନବୀନ ପଟ୍ଟନାୟକ କିପରି ପରିଚାଳନା କରିବେ ସେ ନେଇ ସମସ୍ତଙ୍କ ନଜର ରହିଛି। ପୂର୍ବରୁ ନବୀନ ଏପରି କ୍ଷେତ୍ରରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାର ଅନେକ ଦୃଷ୍ଟାନ୍ତ ରହିଛି। ଯାହାର ଜ୍ବଳନ୍ତ ଉଦାହରଣ ହେଉଛି ତତକାଳୀନ ମନ୍ତ୍ରୀ ପ୍ରଦୀପ ମହାରଥୀ। ବହୁ ତୁମ୍ବି ତୋଫାନ ପରେ ତାଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା।

ନିକଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମଧ୍ୟ ନବୀନ ଦଳରୁ ନିଳମ୍ବିତ କରିଦେଲେ। ଅବଶ୍ୟ ତାହା କୌଣସି ମହିଳା ଅତ୍ୟାଚାର ଘଟଣା ନ ଥିଲା। ହେଲେ ମଧ୍ୟ ନବୀନ କଠୋର ପଦକ୍ଷେପ ନେବାକୁ ପଛାଇ ନ ଥିଲେ। ଜଣେ ବିଜେପି କର୍ମିଙ୍କୁ ମାଡମାରିବା ଘଟଣାରେ ତାଙ୍କୁ ଦଳରୁ ନିଳମ୍ବିତ କରିଦେଲେ ନବୀନ।

ହେଲେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଘଟଣା ତାହାଠାରୁ ଆହୁରି ବଳିଯାଇଛି। ଉଭୟ ବିରୋଧୀ ଦଳ ଏକାଠି ହୋଇ ଇସ୍ତଫା ଦାବୀ କରିବାରେ ଲାଗିଛନ୍ତି। ଏପରିକି କେତେକ ଅନୁଷ୍ଠାନ ମଧ୍ୟ ମନ୍ତ୍ରୀଙ୍କ ବହିସ୍କାର ନେଇ ତୁମ୍ବିତୋଫାନ କରିବାରେ ଲାଗିଛନ୍ତି। ଦିନକୁ ଦିନ ଘଟଣାଟି ବଢୁଥିବାରୁ ବିଜେଡି ସୁପ୍ରିମୋ କଣ କରିବେ ସେ ନେଇ ସମସ୍ତଙ୍କ ନଜର ନବୀନ ନିବାସ ଉପରେ ରହିଛି।