Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ମନ୍ତ୍ରୀ ଅରୁଣ ସାହୁଙ୍କ ଦ୍ବାରା ଗୋ ସମ୍ବର୍ଦ୍ଧନା ଉତ୍ସବ, ରାଜ୍ୟରେ ବୃଦ୍ଧି ପାଇଛି ଖିର ଉତ୍ପାଦନ

ଭୁବନେଶ୍ବର, ଆଜି ଭୁବନେଶ୍ବର ପାଳିତ ହୋଇଛି 69 ତମ ରାଜ୍ୟ ସ୍ତରୀୟ ଗୋସମ୍ବର୍ଦ୍ଧନା ଉତ୍ସବ। ଓଡିଶା ପ୍ରାଣୀ ଚିକିତ୍ସା ପରିଷଦରେ ଆୟୋଜିତ ଏହି ଉତ୍ସବରେ କୃଷି ଓ କୃଷକ ଶସକ୍ତିକରଣ,ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଯୋଗଦେଇଥିଲେ। ଏଥିରେ ପରିଷଦରେ ଥିବା ଗାଈମାନଙ୍କୁ ପୂଜା କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସଭାରେ ମନ୍ତ୍ର ରାଜ୍ୟର ଗୋ ସଂପଦ ଉପରେ ବିସ୍ତୁତ ତଥ୍ୟ ରଖିଥିଲେ। ସେ କହିଥିଲେ ଯେ ରାଜ୍ୟରେ 2018 ମସିହାରେ ଦୈନିକ ଦୁଗ୍ଧ ଉତ୍ପାଦନ 63 ଲକ୍ଷ ଲିଟର ରହିଥିଲା। ହେଲେ ଏହା 2019 ମସିହାରେ ଏହା 64 ଲକ୍ଷ ଲିଟରରେ ପହଁଚିପାରିଛି। ସେହିପରି ଗାଈମାନଙ୍କୁ ଘାସ ଦେବା ପାଇଁ ମଧ୍ୟ ଗୋଚାଷୀଙ୍କୁ ଉତ୍ସାହିତ କରାଯାଉଛି। ଚଳିତ ବର୍ଷ 18 ହଜାର 942ଟି ଘାସ ମଞ୍ଜି କିଟ୍ ଚାଷୀଙ୍କୁ ପ୍ରଦାନ କରାଯାଇଛି। ଏହି ଉତ୍ସବରେ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ।