Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଶିକ୍ଷା ଗ୍ରହଣ କରିଥିବା ବିଦେଶୀ ଛାତ୍ରଛାତ୍ରୀଙ୍କର ଗ୍ରାଜୁଏସନ୍ ସେରିମନି ଅନୁଷ୍ଠିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ବିଭିନ୍ନ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରିଥିବା ବିଦେଶୀ ଛାତ୍ରଛାତ୍ରୀମାନଙ୍କୁ ଶୁକ୍ରବାର ଏକ ଗ୍ରାଜୁଏସନ୍ ଉତ୍ସବରେ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। ଉଗାଣ୍ଡା, ସିରିଆ ଏବଂ ଶ୍ରୀଲଙ୍କାର ଏହି ଛାତ୍ରଛାତ୍ରୀମାନେ ୨୦୧୯-୨୨ ବ୍ୟାଚ୍‌ରେ ମ୍ୟାନେଜମେଂଟ ସାଇନ୍‌ସେସ୍‌, ଇଞ୍ଜିନିୟରିଂ ଏବଂ ବାୟୋଟେକ୍ନୋଲୋଜିରେ ଶିକ୍ଷା ଗ୍ରହଣ କରିଛନ୍ତି।

ସୋଆର ଉପ-କୁଳପତି ପ୍ରଫେସର (ଡକ୍ଟର) ପ୍ରଦୀପ୍ତ କୁମାର ନନ୍ଦ ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ। ଏହି ଅବସରରେ ମ୍ୟାନେଜମେଂଟ ଡିନ୍ ପ୍ରଫେସର ଅନୁପ ସାମନ୍ତରାୟ, ଫାର୍ମାସୀ ଡିନ୍ ପ୍ରଫେସର ସୁଦାମ ଚରଣ ସି, ବାୟୋଟେକ୍ନୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ସଂଘମିତ୍ରା ନାୟକ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ୟୁନିଭର୍ସିଟି ଇଂଟରନ୍ୟାସ୍‌ନାଲ ରିଲେସନ୍‌ସ ଆଣ୍ଡ ଆଡମିସନ୍ ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ସଫଳତା ନେଇ ଶୁଭେଚ୍ଛା ଜଣାଇବା ସହ ସେମାନେ ସେମାନଙ୍କ ଦେଶରେ ସୋଆର ପ୍ରତିନିଧି ଭାବେ କାର୍ଯ୍ୟ କରିବେ ବୋଲି ଆଶା ପ୍ରକାଶ କରିଥିଲେ।