Categories
ଅପରାଧ ଆଜିର ଖବର ଜାତୀୟ ଖବର

ସୁରକ୍ଷା ବାହିନୀର ଅପରେସନରେ ୧୩ ଗ୍ରାମବାସୀ ନିହତ, ଜଣେ ଯବାନ ସହିଦ

ନୂଆଦିଲ୍ଲୀ: ମିଆଁମାର ସୀମାବର୍ତ୍ତୀ ନାଗାଲାଣ୍ଡର ମୋନ୍ ଜିଲ୍ଲାର ଓଟିଙ୍ଗ ଗ୍ରାମରେ ସୁରକ୍ଷା ବାହିନୀ ଦ୍ୱାରା କରାଯାଇଥିବା ଅପରେସନରେ ମୃତ୍ୟୁବରଣ କରିଥିବା ସାଧାରଣ ନାଗରିକ ପାଇଁ ସେନା ଗଭୀର ଦୁଃଖ ପ୍ରକାଶ କରିଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି ସେନା ପକ୍ଷରୁ କୁହାଯାଇଛି। ଏହି ଅପରେସନରେ ଜଣେ ଯବାନଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ସେନା କହିଛି।

ଆତଙ୍କବାଦୀଙ୍କ ସମ୍ଭାବ୍ୟ ଗତିବିଧି ଉପରେ ଏକ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ତିରୁ-ଓଟିଙ୍ଗ ରାସ୍ତାରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ। କିନ୍ତୁ ଏହା ସମ୍ପୂର୍ଣ୍ଣ ବିଫଳ ହୋଇଥିଲା।

ସେନା ଏକ ବିବୃତ୍ତିରେ କହିଛନ୍ତି, “ଏହି ଘଟଣା ଏବଂ ପରେ ଘଟିଥିବା ହିଂସା ନେଇ ଆମେ ଗଭୀର ଦୁଃଖ ପ୍ରକାଶ କରୁଛୁ। ଗ୍ରାମବାସୀଙ୍କ ଦୁର୍ଭାଗ୍ୟଜନକ ଜୀବନ ହାନି ହେବାର କାରଣଗୁଡିକ ଉଚ୍ଚସ୍ତରୀୟ ଅନୁସନ୍ଧାନ କରାଯାଉଛି ଏବଂ ଆଇନ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଉଲ୍ଲେଖ ଯୋଗ୍ୟ ଯେ, ସୁରକ୍ଷା ବାହିନୀ ଅପରେସନରେ ୧୩ ଜଣ ଗ୍ରାମବାସୀ ଏବଂ ଜଣେ ଯବାନ ସହିଦ ହୋଇଛନ୍ତି।