Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ଦୁଇ ଦିନ ପରେ ଗ୍ରାମ ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଦୁଇ ଦିନ ପରେ ଗ୍ରାମ ପୋଖରୀରୁ ଯୁବକଙ୍କ ମୃତଦେହ ମିଳିଛି। ମୃତ ଯୁବକଙ୍କ ନାମ ତପନ ବିଶ୍ୱାଳ (୧୮)। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ତରାପି ଗ୍ରାମର ସେ ବାସିନ୍ଦା ବୋଲି ଜଣାପଡିଛି। ଦୁଇ ଦିନ ପୂର୍ବେ ସାଙ୍ଗମାନଙ୍କ ସହ ଗ୍ରାମ ପୋଖରୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ତପନ।

ପରିବାରବର୍ଗଙ୍କ ଅଭିଯୋଗ କ୍ରମେ ଟାଙ୍ଗୀ ପୋଲିସ୍ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଆଜି ପୂର୍ବାହ୍ନରେ ଗଙ୍ଗାଧରପୁର ଅଗ୍ନିଶମ ବାହିନୀ ସହାୟତାରେ ଗ୍ରାମ ପୋଖରୀରୁ ତପନଙ୍କ ଶବ ଉଦ୍ଧାର କରିଛି। ବର୍ତ୍ତମାନ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇ ମାମଲାର ତଦନ୍ତ ଜାରି ରଖିଛି।