Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲିଠୁ ବନ୍ଦ ରହିବ କଲେଜ, ବିଶ୍ୱବିଦ୍ୟାଳୟରେ ଶ୍ରେଣୀ ଗୃହ ପାଠ ପଢା

ଭୁବନେଶ୍ବର: ଚଳିତ ବର୍ଷ ଏପ୍ରିଲ ମାସରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସମଗ୍ର ରାଜ୍ୟ ଅସ୍ତବ୍ୟସ୍ତ ହୋଇପଡିଛି। ତାପମାତ୍ରା ବୃଦ୍ଧି ହୋଇଥିବାରୁ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡିଛି। ତେଣୁ ଏପରି ସ୍ଥଳେ ସ୍କୁଲ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପାଠ ପଢା ଚାଲୁଥିବାରୁ ଅନେକ ସବଗଠନ ପକ୍ଷରୁ ଏହାକୁ ବିରୋଧ କରାଯାଉଛି।

ତେବେ ଆଜିଠାରୁ ସ୍କୁଲରେ ପାଠ ପଢାକୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ବନ୍ଦ ରଖିଛନ୍ତି। ସେହିଭଳି ରାଜ୍ୟରେ ଅସହ୍ୟ ତାତି ଯୋଗୁଁ ଆସନ୍ତାକାଲି ଠାରୁ କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡିକରେ ପାଠ ପଢା ବନ୍ଦ ରଖିବାକୁ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ଠାରୁ ମଇ  ୨ ତାରିଖ ପର୍ଯ୍ୟନ୍ତ କଲେଜ ଆଉ ବିଶ୍ୱବିଦ୍ୟାଳୟ ବନ୍ଦ ରଖିବାକୁ ନିର୍ଦେଶ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଝାଡଖଣ୍ଡରେ ବିଦ୍ୟୁତ କାଟ ଯୋଗୁଁ ବିରକ୍ତ ହେଲେ ଧୋନୀଙ୍କ ପତ୍ନୀ ସାକ୍ଷୀ, ଟ୍ୱିଟ କରି ପଚାରିଲେ ପ୍ରଶ୍ନ

ରାଞ୍ଚି: ଦିନକୁ ଦିନ ବଢୁଥିବା ତାପମାତ୍ରା ହେତୁ ଥର୍ମୋମିଟରର ପାରଦ ଉଚ୍ଚତାକୁ ସ୍ପର୍ଶ କରୁଛି। ଏହା ସହିତ ଗ୍ରୀଷ୍ମ ପ୍ରବାହ ଲୋକଙ୍କ ସମସ୍ୟାକୁ ବଢାଇ ଦେଇଛି। ଏଥି ସହିତ ଦିନରେ ଅନେକ ରାଜ୍ୟରେ ଗରମ ପବନ ବହିବା କାରଣରୁ ଲୋକମାନେ ନିଜ ଘରେ ବନ୍ଦୀ ହୋଇ ରହିବାକୁ ବାଧ୍ୟ ହେଉଛନ୍ତି। ଏଭଳି ପରିସ୍ଥିତିରେ ଲୋକଙ୍କ ସବୁଠାରୁ ବଡ ସମର୍ଥନ ହେଉଛି ବିଦ୍ୟୁତ୍। ଯାହାଫଳରେ ସେମାନେ ଘର ଭିତରେ ଚାଲୁଥିବା ଫ୍ୟାନ୍ ଏବଂ ଏସିରୁ ଆରାମ ପାଇପାରିବେ।

କେତେକ ରାଜ୍ୟରେ ପାୱାର୍ କଟ୍ ଏକ ବଡ ସମସ୍ୟା, ଯେଉଁଥିପାଇଁ ଅନେକ ପ୍ରସିଦ୍ଧ ବ୍ୟକ୍ତିଙ୍କ ସହ ସାଧାରଣ ଲୋକମାନେ ଏହାର ସାମ୍ନା କରିବାକୁ ପଡୁଛି। ନିକଟରେ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ଏମଏସ ଧୋନିଙ୍କ ପତ୍ନୀ ସାକ୍ଷୀ ଧୋନି ଏକ ଟୁଇଟ୍ କରିଛନ୍ତି। ଯେଉଁଥିରେ ସେ ଝାଡଖଣ୍ଡରେ ବିଦ୍ୟୁତ୍ ସଙ୍କଟ ନେଇ ପ୍ରଶ୍ନ ଉଠାଇଛନ୍ତି। ବର୍ତ୍ତମାନ, ସାକ୍ଷୀଙ୍କ ଏହି ଟୁଇଟ୍ ଦୀର୍ଘ ସମୟ ପରେ ଆସିଛି, ଯେଉଁଥିପାଇଁ ଝାଡଖଣ୍ଡରେ ବିଦ୍ୟୁତ୍ କାଟ କେତେ ବଡ ସମସ୍ୟା ବୋଲି ଅନୁମାନ କରାଯାଉଛି।

ସାକ୍ଷୀ ଧୋନି ଟ୍ୱିଟ୍ କରି ଲେଖିଛନ୍ତି ଯେ, ‘ଝାଡଖଣ୍ଡର ଜଣେ କରଦାତା ଭାବରେ ମୁଁ ଜାଣିବାକୁ ଚାହେଁ କାହିଁକି ଏତେ ବର୍ଷ ଧରି ଝାଡଖଣ୍ଡ ବିଦ୍ୟୁତ୍ ସଙ୍କଟ ଦେଇ ଗତି କରୁଛି? ଶକ୍ତି ସଞ୍ଚୟ କରିବାରେ ଆମେ ଆମର କାର୍ଯ୍ୟ କରୁଛୁ! ‘ ଆମେ ଆପଣଙ୍କୁ କହିବୁ ଯେ, ଏହି ଟୁଇଟ୍ ପୂର୍ବରୁ ମଧ୍ୟ ସେ ପ୍ରାୟ ଦୁଇ ବର୍ଷ ପୂର୍ବେ ଝାଡଖଣ୍ଡରେ ବିଦ୍ୟୁତ୍ କାଟ ବିଷୟରେ ଟ୍ୱିଟ୍ କରିଥିଲେ।

ସେହି ସମୟରେ ମଧ୍ୟ ସେ ବିଦ୍ୟୁତ୍ କାଟ ଉପରେ ପ୍ରଶ୍ନ କରିଥିଲେ ଏବଂ କହିଥିଲେ ଯେ ରାଜ୍ୟରେ ପ୍ରାୟ ୪ ରୁ ୭ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ ହେଉଛି। ବର୍ତ୍ତମାନ, ସାକ୍ଷୀଙ୍କ ଟ୍ୱିଟକୁ ଦେଖି ଏହା ଅନୁମାନ କରାଯାଇପାରେ ଯେ ଝାଡଖଣ୍ଡରେ ବିଦ୍ୟୁତ କାଟ ବିଷୟରେ ଏତେ ଦିନ ପର୍ଯ୍ୟନ୍ତ କିଛି କରାଯାଇ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: କାଲିଠୁ ବନ୍ଦ ରହିବ ସ୍କୁଲ

ଭୁବନେଶ୍ବର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଗାମୀ ୩-୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବାର କୌଣସି ସମ୍ଭାବନା ନାହିଁ ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅସହ୍ୟ ତାତି ସତ୍ତ୍ୱେ ରାଜ୍ୟରେ ସ୍କୁଲ କଲେଜରେ ପାଠ ପଢା ମଧ୍ୟ ଜାରି ରହିଛି। ତେଣୁ ସ୍କୁଲ ବନ୍ଦ କରିବା ପାଇଁ ବିଭିନ୍ନ ମହଲରୁ ବାରମ୍ବାର ଦାବି ହୋଇଆସୁଛି। ଏଭଳି ଗ୍ରୀଷ୍ମ ପ୍ରବାହକୁ ଦେଖି ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ଠାରୁ ଏପ୍ରିଲ ୩୦ ତାରିଖ ଯାଏଁ ସ୍କୁଲ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ସମସ୍ତ ସରକାରୀ ଏବଂ ଘରୋଇ ସ୍କୁଲ ଆସନ୍ତାକାଲିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଛି। କିନ୍ତୁ ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଚାଲୁ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ତତଲା କଡେଇରେ ଓଡିଶା, ୫ଟି ସହରର ତାପମାତ୍ର ୪୧ ଡିଗ୍ରୀ ଉପରେ

ଭୁବନେଶ୍ବର: ଆଜି ସାରା ଓଡିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରିଲକ୍ଷିତ ହୋଇଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ପାଞ୍ଚୋଟି ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ। ସେହି ସହରଗୁଡିକ ହେଲା ବାରିପଦା, ଝାରସୁଗୁଡା, ବଲାଙ୍ଗିର, ଟିଟିଲାଗଡ ଏବଂ ବୌଦ୍ଧ।

ସେହିପରି ଆଜି ଚାରୋଟି ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଛି। ସେଗୁଡିକ ହେଉଛି ଅନୁଗୁଳ, ସମ୍ବଲପୁର, ତାଳଚେର ଏବଂ ସୋନପୁର।

Categories
StateBoard ଆଜିର ଖବର ରାଜ୍ୟ ଖବର

ଏପ୍ରିଲ ୨୮ ରୁ ହେବ ଯୁକ୍ତ ୨ ବୋର୍ଡ ପରୀକ୍ଷା

ଭୁବନେଶ୍ଵର: ଏପ୍ରିଲ ୨୮ ତାରିଖରୁ ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବ। ଯୁକ୍ତ ୨ ର ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ଏପ୍ରିଲ ୨୮ ତାରିଖରୁ ଆରମ୍ଭ ହେବ। ଗ୍ରୀଷ୍ମ ପ୍ରବାହକୁ ଦେଖି ଗୋଟିଏ ସିଟିଙ୍ଗରେ ପରୀକ୍ଷା କରାଯିବ। ମୋଟ ୩ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଭାଗ ନେବେ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୨୪ ଘଣ୍ଟାରେ ଗ୍ରୀଷ୍ମ ପ୍ରବାହ ଅଧିକ ଅନୁଭୂତ ହେବ: ୧୬ ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର: ଓଡିଶାରେ ଅସହ୍ୟ ତାତି ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଆସନ୍ତା ୨୪ ଘଣ୍ଟାରେ ଗ୍ରୀଷ୍ମ ପ୍ରବାହ ଅଧିକ ଅନୁଭୂତ ହେବ। ପାଣି ପାଗ ବିଭାଗ ପକ୍ଷରୁ ୧୬ ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି। ଅନୁଗୋଳ, ବାଲେଶ୍ବର, ବଲାଙ୍ଗୀର, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ, ଢେଙ୍କାନାଳ, ଯାଜପୁର, କନ୍ଧମାଳ , କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ, ନୂଆପଡା, ସମ୍ବଲପୁର, ସୋନପୁର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ।

ତେବେ ଶୁକ୍ରବାରଠାରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାସହିତ ୨ ତାରିଖରୁ ୫ ତାରିଖ ମଧ୍ୟରେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହା ଫଳରେ ତାତିରୁ ସାମାନ୍ୟ ଆଶ୍ବସ୍ଥି ମିଳିବ ବୋଲି ଆଶଙ୍କା କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ: ୨୦ ଟି ଜିଲ୍ଲାକୁ ସତର୍କ କରାଇଲେ ସ୍ଵତନ୍ତ୍ର ରିଲିଫ କମିଶନର

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଧୀରେ ଧୀରେ ବଢି ଚାଲିଛି। ତେଣୁ ଏହାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି।

ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା ଦୁଇ ଦିନ ମଧ୍ୟରେ ଦିନର ତାପମାତ୍ରାରେ ୨ ଡିଗ୍ରୀ ବୃଦ୍ଧି ପାଇବ। ଏହି ଗ୍ରୀଷ୍ମ ପ୍ରବାହକୁ ନେଇ ଆସନ୍ତା ୨ ତାରିଖ ଯାଏଁ ୨୦ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନୁଗୁଳ, ବାଲେଶ୍ଵର, ବରଗଡ଼, ବଲାଙ୍ଗୀରି, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡା, କଳାହାଣ୍ଡି, ଖୋର୍ଦ୍ଧା, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ, ନୂଆପଡା, ସମ୍ବଲପୁର, ସୁନ୍ଦରଗଡ ଏବଂ ସୋନପୁର ଜିଲ୍ଲାଗୁଡିକୁ ସତର୍କ ସୂଚନା ଦିଆଯାଇଛି। ତେବେ ଏହି ସବୁ ପ୍ରଭାବିତ ଜିଲ୍ଲାଗୁଡିକର ଜିଲ୍ଲାପାଳମାନଙ୍କୁ ସ୍ଵତନ୍ତ୍ର ରିଲିଫ କମିଶନର ସତର୍କ କରାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ: ୪୦ ଡିଗ୍ରୀ ଉପରେ ୧୪ ଟି ଜିଲ୍ଲା

ଭୁବନେଶ୍ବର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ଏପ୍ରିଲ ମାସ ପୂର୍ବରୁ ଅସହ୍ୟ ତାତି ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଆଜି ରାଜ୍ୟରେ ୧୪ ଟି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସର୍ବାଧିକ ଉତ୍ତପ୍ତ ସହର ଭାବେ ଟିଟିଲାଗଡର ତାପମାତ୍ରା ୪୨.୨ ଡିଗ୍ରୀ ଥିବା ବେଳେ ଝାରସୁଗୁଡାରେ ୪୨.୨ ଡିଗ୍ରୀ,  ବାରିପଦାରେ ୪୨ ଡିଗ୍ରୀ, ବଲାଙ୍ଗିରରେ ୪୧.୫ ଡିଗ୍ରୀ, ସମ୍ବଲପୁରରେ ୪୧.୨ ଡିଗ୍ରୀ, ଅନୁଗୁଳରେ ୪୧.୧ ଡିଗ୍ରୀ, ହୀରାକୁଦରେ ୪୧.୧ ଡିଗ୍ରୀ, ମାଲକାନଗିରିରେ ୪୧ ଡିଗ୍ରୀ, ଭବାନୀପାଟଣାରେ ୪୦.୮ ଡିଗ୍ରୀ, ଭୁବନେଶ୍ବରରେ ୪୦.୫ ଡିଗ୍ରୀ, ତାଳଚେରରେ ୪୦.୩ ଡିଗ୍ରୀ, ନୟାଗଡରେ ୪୦.୩ ଡିଗ୍ରୀ, ବା‌ଲେଶ୍ବରରେ ୪୦ ଡିଗ୍ରୀ ଏବଂ କଟକରେ ୪୦ ଡିଗ୍ରୀ ରେକର୍ଡ କରାଯାଇଛି।