Categories
ଆଜିର ଖବର ଜାତୀୟ ଖବର

ଗ୍ୟାସ୍ ଲିକ୍ ହେତୁ ୯ ଲୋକଙ୍କ ପ୍ରାଣହାନୀ, ୧୧ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ପଞ୍ଜାବ ରାଜ୍ୟର ଲୁଧିଆନାର ଗୟାସପୁରା ଅଞ୍ଚଳରେ ଗ୍ୟାସ୍ ଲିକ୍ ଘଟଣା ସାମ୍ନାକୁ ଆସିଛି। ଗୟାସପୁର ଅଞ୍ଚଳରେ ଗ୍ୟାସ୍ ଲିକ୍ ହେତୁ ୯ ଜଣଙ୍କର ମୃତ୍ୟୁ ଖବର ରହିଛି। ୧୧ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ପ୍ରଶାସନ ଏହି ଅଞ୍ଚଳକୁ ସିଲ୍ କରୁଛି। ସୂଚନା ଅନୁଯାୟୀ ଅଗ୍ନିଶମ ବିଭାଗର ଗାଡି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି। ଏହା ସହିତ ଆମ୍ବୁଲାନ୍ସ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଗ୍ୟାସର ଉତ୍ସ କ’ଣ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ଏହି ବିଷୟରେ ସୂଚନା ଦେଇ ଲୁଧିଆନା ୱେଷ୍ଟର ଏସଡିଏମ ସ୍ଵାତୀ କହିଛନ୍ତି ଯେ, “ଏହା ନିଶ୍ଚିତ ଭାବରେ ଗ୍ୟାସ ଲିକ ମାମଲା। ବର୍ତ୍ତମାନ ଲୋକଙ୍କୁ ଉଦ୍ଧାର ଓ ଥଇଥାନ କରିବା ପାଇଁ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।”