Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ମହଙ୍ଗା ମାଡ଼: ଆଜି ପୁଣି ବଢିଲା ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ

ନୂଆଦିଲ୍ଲୀ: ଆଜି ପୁଣି ସାଧାରଣ ଜନତାଙ୍କୁ ମହଙ୍ଗା ମାଡ ପଡିଛି। ଆଜି ଆଉ ଥରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି। ବର୍ତ୍ତମାନ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ସାରା ଦେଶରେ ୧୦୦୦ ଟଙ୍କା ଅତିକ୍ରମ କରିଛି। ଆଜି ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୩ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି। ଏଥି ସହିତ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ୮ ଟଙ୍କା ବ୍ୟୟବହୁଳ ହୋଇଛି।

ଏହାପୂର୍ବରୁ ମଇ ୭ ତାରିଖ ୨୦୨୨ରେ ଦେଶରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଥିଲା ଏବଂ ସେହି ସମୟରେ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ଚଳିତ ମାସରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଦୁଇଥର ବୃଦ୍ଧି କରାଯାଇଛି। ଏଥିସହିତ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ମଧ୍ୟ ୮ଟଙ୍କା ମହଙ୍ଗା ହୋଇଛି।