Categories
ଆଜିର ଖବର ଖେଳ ଜାତୀୟ ଖବର

ୱେଷ୍ଟଇଣ୍ଡିଜ୍ ବିରୋଧରେ ଘରୋଇ ସିରିଜ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ: ସ୍ଥାନ ପାଇଲେ ରବି ବିଶ୍ନୋଇ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତର ତିକ୍ତ ସ୍ମୃତିକୁ ଭୁଲି ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଚଳିତ ବର୍ଷର ପ୍ରଥମ ବିଜୟ ପଞ୍ଜିକରଣ କରିବାକୁ ଚାହୁଁଛି। ଭାରତୀୟ ଦଳକୁ ଫେବୃଆରୀ ୬ ତାରିଖରୁ ଘରୋଇ ମାଟିରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଏବଂ ସମାନ ସଂଖ୍ୟକ ଟି-୨୦ ସିରିଜ୍ ଖେଳିବାକୁ ପଡିବ। ଏହି ସିରିଜ୍ ପାଇଁ ବିସିସିଆଇ ଟିମ୍ ଇଣ୍ଡିଆ ଘୋଷଣା କରିଛି।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ସିରିଜ୍ ପାଇଁ ଯୁବ ଲେଗ୍ ସ୍ପିନର ରବି ବିଶ୍ନୋଇଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଛି। ୨୧ ବର୍ଷୀୟ ରବି ବିଶ୍ନୋଇ ପ୍ରଥମ ଥର ପାଇଁ ଜାତୀୟ ଦଳରେ ମନୋନୀତ ହୋଇଛନ୍ତି।

ଭାରତ ପାଇଁ ଅଣ୍ଡର-୧୯ ବିଶ୍ୱକପରେ ପ୍ରଦର୍ଶନ ପରେ ରବି ବିଶ୍ନୋଇଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗରେ ପଞ୍ଜାବ କିଙ୍ଗସ ଦଳରେ ଅନ୍ତର୍ଭୁକ୍ତ କରାଯାଇଥିଲା। ୨୩ ଆଇପିଏଲ୍ ମ୍ୟାଚ୍ ରେ ୨୪ ୱିକେଟ୍ ନେଇଥିବା ରବି ବିଶ୍ନୋଇ ଆଇପିଏଲ୍ ୨୦୨୨ ରେ ଲକ୍ଷ୍ନୌ ଦଳର ଅଂଶ ହେବେ।

ୱେଷ୍ଟଇଣ୍ଡିଜ୍ ଇଣ୍ଡିଆ ଯାତ୍ରା କାର୍ଯ୍ୟସୂଚୀ-

ପ୍ରଥମ ଦିନିକିଆ- ଫେବୃଆରୀ ୬ ତାରିଖ (ଅହମ୍ମଦାବାଦ)
୨ୟ ଦିନିକିଆ- ଫେବୃଆରୀ ୯ ତାରିଖ (ଅହମ୍ମଦାବାଦ)
ତୃତୀୟ ଦିନିକିଆ- ଫେବୃଆରୀ ୧୨ ତାରିଖ (ଅହମ୍ମଦାବାଦ)

ଟି-୨୦ ସିରିଜ୍:

ପ୍ରଥମ ଟି-୨୦- ଫେବୃଆରୀ ୧୫ ତାରିଖ (କୋଲକାତା)
ଦ୍ୱିତୀୟ ଟି-୨୦- ଫେବୃଆରୀ ୧୮ ତାରିଖ (କୋଲକାତା)
ତୃତୀୟ ଟି-୨୦- ଫେବୃଆରୀ ୨୦ ତାରିଖ (କୋଲକାତା)।