Categories
ଆଜିର ଖବର ରାଜ୍ୟ ଖବର

ଗ୍ରା.ପ.ରେ କାର୍ଯ୍ୟ କରୁଥିବା ଅସ୍ଥାୟୀ ଚତୁର୍ଥଶ୍ରେଣୀ କର୍ମଚାରୀମାନଙ୍କୁ ସରକାରୀ ମାନ୍ୟତା ଦାବି

ଭୁବେନଶ୍ୱର: ଆଜି ଓଡିଶା ଗ୍ରାମ ପଞ୍ଚାୟତ ଅସ୍ଥାୟୀ ଚତୁର୍ଥଶ୍ରେଣୀ କର୍ମଚାରୀ ପିଅନ ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କର ବିଭିନ୍ନ ଦାବି ପୂରଣକୁ ନେଇ ସରକାରୀ ମାନ୍ୟତା ପ୍ରଦାନ ଘୋଷଣା କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ କର୍ମଚାରୀ ସଂଘ ପକ୍ଷରୁ ଜରୁରୀ ବୈଠକ ପୁରୁଣା ଭୁବନେଶ୍ୱରସ୍ଥ ଡ଼ାଲମିୟା ଧର୍ମଶାଳାଠାରେ ଅନୁଷ୍ଠିତ ହୋଇଯାଇଛି। ଏହିପରି କି ଯେହେତୁ ଏବେ ଗ୍ରା.ପ. କାର୍ଯ୍ୟାଳୟ ମାନଙ୍କରେ ରାଜ୍ୟ ସରକାରଙ୍କର ବହୁବିଧି ଯୋଜନାମାନ କାର୍ଯ୍ୟକାରୀ ହେଉଅଛି। ତହିଁରେ ଚତୁର୍ଥଶ୍ରେଣୀ କର୍ମଚାରୀଟିର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେଉଅଛି ଯାହାକି ପଞ୍ଚାୟତର ଅଧିବାସୀ ମାନଙ୍କ ନିମନ୍ତେ ପଞ୍ଚାୟତ କାର୍ଯ୍ୟାଳୟ ସକାଳ ୧୦ ଘଟିକା ଠାରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ଖୋଲା ରହିବା ନିହାତି ଦରକାର। ଏଣୁ ଏଥିପାଇଁ ମାନବ ସମ୍ବଳର ଆବଶ୍ୟକ ଜରୁରୀ ହୋଇପଡ଼ିଛି। ଏଣୁ ପିଅନ ଯେହେତୁ ବହୁଦିନ ଧରି ଖୁବ୍ କମ୍ ପାରିଶ୍ରମିକରେ ଖଟି ଖଟି ସରକାରୀ ଅନୁଦାନ ପାଇବା ଆଶା ରଖି ଏପର୍ଯ୍ୟନ୍ତ ପଡ଼ିରହିଛି।

ଏଣୁ ଏହି କର୍ମଚାରୀମାନଙ୍କୁ ରାଜ୍ୟ ସରକାର ସରକାରୀ ମାନ୍ୟତା ପ୍ରଦାନ ଘୋଷଣା କରିବା ଓ ପଞ୍ଚାୟତିରାଜ ବିଧିବ୍ୟବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା, ଚାକିରୀ ସମୟରେ ସାମାଜିକ ସୁରକ୍ଷା ଯୋଗାଇ ଦେବା, ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ମଜୁରୀ ପ୍ରଦାନ କରିବା। ଏପରିକି କର୍ମଚାରୀମାନଙ୍କ କ୍ଷେତ୍ରରେ ଭିନ୍ନ ଭିନ୍ନ ପଞ୍ଚାୟତମାନଙ୍କରେ ରହୁଥିବା ଅସଙ୍ଗତି ପାରିଶ୍ରମିକ ଦୂର କରି ଏକ ୟୁନିଫର୍ମ ଆମାଉଣ୍ଟ ଦେବା ଏକ ଷ୍ଟାଣ୍ଡିଂ ଅର୍ଡ଼ର ବ୍ୟବସ୍ଥା ରଖି ଆଦେଶ ପ୍ରଦାନ କରିବା।

ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ଡ଼ିଇଓ (ଡ଼ାଟା ଏଣ୍ଟ୍ରି ଅପରେଟର) ପଦୋନ୍ନତି ଦେବା। ସ୍ୱତନ୍ତ୍ର ବଜେଟ ରଖିବା ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ ପାଇଁ । ଓଡ଼ିଶା ଗ୍ରାମ ପଞ୍ଚାୟତ ନିୟମ ୧୨୫/୨୦୧୪ ମସିହା ସଂଶୋଧନ ଓ ୧୯୬୪ ମସିହା ୧୨୩ ଆଇନ ସଂଶୋଧନ ନିମନ୍ତେ। ଆଜିର ବୈଠକରେ ଦୃଢ ଦାବି ସଂଘ ପକ୍ଷରୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ପଞ୍ଚାୟତିରାଜ ମନ୍ତ୍ରୀ ଓ ବିଭାଗୀୟ ପ୍ରମୁଖ ଶାସନ ସଚିବ ଓ ୫-ଟି ସଚିବ, ଶ୍ରମ ଓ ନିୟୋଜନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓଡ଼ିଶା, ବିଜେଡ଼ି ଦଳର ସାଧାରଣ ସମ୍ପାଦକକୁ ଆଜି ବୈଠକରେ ସଂଘ ପକ୍ଷରୁ ଦାବି କରାଯାଇଅଛି।

ପ୍ରକାଶଥାଉକି ପୂର୍ବରୁ ବହୁବାର ସରକାରଙ୍କ ଶାସନ ଓ ପ୍ରଶାସନ ନିକଟରେ ଦାବି ପୂରଣ ନିମେନ୍ତ ବିଗତ ଦିନମାନଙ୍କରେ ଆଲୋଚନା କରାଯାଇଥିଲା। ମାତ୍ର ଗତ ୩୦.୧୧.୨୦୨୧ ରିଖ ଅପରାହ୍ନ ୫ ଘଟିକା ସମୟରେ ଲୋକପାଳ ଭବନ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଓ ଉଚ୍ଚ ବରିଷ୍ଠ ଅଧିକାରୀଙ୍କ ସମେତ ଓଡ଼ିଶା ଗ୍ରାମ ପଞ୍ଚାୟତ ଅସ୍ଥାୟୀ ଚତୁର୍ଥଶ୍ରେଣୀ କର୍ମଚାରୀ ସଂଘର ପ୍ରତିନିଧି ମଣ୍ଡଳୀଙ୍କ ସହିତ ଏକ ହାଇପାୱାର କମିଟି ବସିଥିଲା।

ଏଥିରେ ପଞ୍ଚାୟତିରାଜ ମନ୍ତ୍ରୀ ସରକାରୀ ଅନୁଦାନ ଦେବା ପାଇଁ ବ୍ୟବସ୍ଥା କରାଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏଣୁ ଏହା ମଧ୍ୟରେ ଆଜି ସୁଦ୍ଧା ଏହି ଚତୁର୍ଥଶ୍ରେଣୀ କର୍ମଚାରୀଙ୍କୁ ସରକାରୀ ମାନ୍ୟତା ଘୋଷଣା କରାଯାଉ ନଥିବାରୁ ରାଜ୍ୟ କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଆଜିର ବୈଠକରେ ଉପସ୍ଥିତ ଥିବା ସମସ୍ତ କର୍ମଚାରୀ ନିବେଦନ କରିଛନ୍ତି । ଏହି ବୈଠକରେ କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର ସେନାପତି, ରାଜ୍ୟ ସାଧାରଣ ସମ୍ପାଦକ ସୁବ୍ରତ କୁମାର ରାଉଳ, କୋଷାଧ୍ୟକ୍ଷ ଅରୁପାନନ୍ଦ ଡ଼ାକୁଆ ସମେତ ବିଭିନ୍ନ ଜିଲ୍ଲାର ବରିଷ୍ଠ କର୍ମକର୍ତ୍ତା ଯୋଗ ଦେଇଥିଲେ। ଶେଷରେ ରାକେଶ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।