Categories
ଜୀବନ ଶୈଳୀ ବିଶେଷ ଖବର ସ୍ବାସ୍ଥ୍ୟ

ଆପଣଙ୍କ ଶରୀରରୁ ଚର୍ବି କମାଇବା ପାଇଁ ଏହି ପାଞ୍ଚୋଟି ଜିନିଷ ଖାଆନ୍ତୁ, ତାପରେ ଦେଖିବେ

ନୂଆଦିଲ୍ଲୀ, ଆଜିର ସମୟରେ ପ୍ରାୟ ୧୦ଜଣଙ୍କ ଭିତରେ ତିନିଜଣ ମୋଟାପଣର ଶିକାର ହେଉଛନ୍ତି । ଏହି ମୋଟାପଣରୁ ମୁକ୍ତ ପାଇବା ଜିମ୍‌ର ସାହାରା ନେଉଛନ୍ତି । ଏହା ସହିତ କଠିନ୍‌ ଡାଏଟ୍‌, ମେଡିସିନ୍‌ ଇତ୍ୟାଦିର ମଧ୍ୟ ସାହାଯ୍ୟ ନେବାକୁ ପଡିଛି । ତେବେ ଏହି ମୋଟାପାରୁ ମୁକ୍ତି ପାଇଁ ଓ୍ବାର୍କ ଆଉଟ୍‌ କରିବା ସହିତ ହେଲ୍‌ଦୀ ଡାଏଟ୍‌ ବହୁତ ଜରୁରୀ । ଏପରି କିଛି ଫଳ ରହିଛି, ଯାହା ବହୁତ ଶୀଘ୍ର ଓଜନ କମ କରିବାରେ ସାହାଯ୍ୟ କରିଥାଏ । ସେହି ଫଳଗୁଡ଼ିକ ମଧ୍ୟରେ ରହିଛି –

ତରଭୁଜ –ତରଭୁଜ କମ୍‌ କ୍ୟାଲୋରୀ ହେବା ସହିତ ଏଥିରେ ଅଧିକମାତ୍ରାରେ ଫାଇବର, ପୋଟାସିୟମ୍‌, ଆଇରନ୍‌ ଓ ଭିଟାମିନ୍‌ – ଏ, ସି ଓ ବି ପ୍ରଚୁର ପରିମାଣରେ ରହିଥାଏ । ଏହି ଶରୀରରୁ ବିଷାକ୍ତ ତତ୍ତ୍ବକୁ ବାହାରକୁ କାଢିବାରେ ବହୁତ ସାହାଯ୍ୟ କରିଥାଏ ।  ଏହା ସହିତ ତରଭୁଜ୍‌ରେ ପ୍ରଚୁର ପରିମାଣରେ ପାଣି ଥାଏ । ଯାହା ଶରୀରରେ ପାଣିର ଅଭାବକୁ ପୂରଣ କରିବା ସହିତ ପାଚନ ତନ୍ତ୍ରକୁ ମଧ୍ୟ ଠିକ୍‌ ରଖିଥାଏ ।

ସେଓ-ପ୍ରତ୍ୟେକ ସକାଳୁ ଗୋଟିଏ ସେଓ ଖାଇବା ଦ୍ବାରା ଅନେକ ରୋଗ ଦୂର ହୋଇଥାଏ । ସେଓରେ ଭରପୂର ମାତ୍ରାରେ ଆଣ୍ଟିଆକ୍ସିଡେଣ୍ଟ, ଫାଇବର ପ୍ରଚୁର ମାତ୍ରାରେ ରହିଥାଏ । ଏଥିରେ କ୍ୟାଲୋରୀର ମାତ୍ରା ମଧ୍ୟ କମ୍‌ ମିଳିଥାଏ । ଯାହାକି ଓଜନ ନିୟନ୍ତ୍ରଣ କରିବାରେ ବହୁତ ସାହାଯ୍ୟ କରିଥାଏ ।

ବେରିଜ୍‌-ବେରିଜ୍‌ (କୋଳି) ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ । ଏଥିରେ କମ ମାତ୍ରାରେ କ୍ୟାଲୋରୀ ରହିଥାଏ । ଏଥିରେ ଶର୍କରା ନଥାଏ, । ଏଥିରେ ରହିଥିବା ଭିଟାମିନ୍‌ ଶରୀରରେ ରହିଥିବା ଚର୍ବିକୁ ତରଳାଇବାରେ ବହୁତ ସାହାଯ୍ୟ କରିଥାଏ ।

କଦଳୀ-ପ୍ରାୟ ସମସ୍ତେ ଭାବିଥା’ନ୍ତି କଦଳୀ ଖାଇବା ଦ୍ବାରା ଓଜନ ବଢିଥାଏ । କିନ୍ତୁ ଏହା ଦ୍ବାରା ମୋଟାପା ମଧ୍ୟ କମ୍‌ ହୋଇଥାଏ । କଦଳୀରେ ଭିଟାମିନ୍‌ ସି, ଭିଟାମିନ୍‌ ବି ୬, ମ୍ୟାଙ୍ଗନିଜ୍‌, ବାୟୋଟିନ୍‌, ପୋଟାସିୟମ୍‌ ଓ ଫାଇବାର ପ୍ରଚୁର ମାତ୍ରାରେ ରହିଛି । ଏହି ସମସ୍ତ ପୋଷକ ତତ୍ତ୍ବ ଶରୀର ପାଇଁ ବହୁତ ଜରୁରୀ । କଦଳୀରେ ଅଧିକ ମାତ୍ରାରେ ଅଧିକ ମାତ୍ରାରେ ଫାଇବର୍‌ ଥାଏ, ଯାହା ମେଟାବଲିଜିମ୍‌କୁ ମଜବୁତ୍‌ ରଖିବାରେ ସାହାଯ୍ୟ କରିଥାଏ ।

କୋବି-କୋବିର ବହୁତ ପରିମାଣରେ ପୋଷକ ତତ୍ତ୍ବ ରହିଥାଏ । ଯାହା ଶରୀରରକୁ ସୁସ୍ଥ ରଖିବା ସହିତ ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ । କୋବିରେ ଭିଟାମିନ୍‌ ସି, ଭିଟାମିନ୍‌ କେ, ଫୋଲଟ୍‌ ଓ ପୋଟାସିୟମ୍‌ ଏବଂ ଭିଟାମିନ୍‌ ଇ ପ୍ରଚୁର ମାତ୍ରାରେ ରହିଛି । ଏହାସହିତ ଏଥିରେ କମ୍‌ କ୍ୟାଲୋରୀ ରହିଥାଏ, ଯାହା ଆପଣଙ୍କ ଓଜନ ହ୍ରାସ କରିବାରେ ବହୁତ ସାହାଯ୍ୟ କରିଥାଏ ।