Categories
ଆଜିର ଖବର ରାଜ୍ୟ ଖବର

ଚାଇଲ୍ଡ ଲାଇନ୍ ଦ୍ୱାରା ବିବାହ ବେଦୀରୁ ନାବାଳିକା ଉଦ୍ଧାର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ଜନୈକ ନାବାଳିକାର ବାହାଘର ଧବଳେଶ୍ୱର ପୀଠରେ ହେଉଥିବା ନେଇ ଚାଇଲ୍ଡ ଲାଇନ୍ ସୂଚନା ପାଇବା ପରେ ଗୋପାଳପୁର ଥାନା ସହାୟତାରେ ନାବାଳିକାକୁ ଉଦ୍ଧାର କରାଯାଇଛି।

ରଙ୍ଗେଇଲୁଣ୍ଡା ବ୍ଲକ୍ ଡ଼ି. ଗଂଜୁ ଗ୍ରାମର କାଳିଆ ବେହେରା ସେହି ଗ୍ରାମର ଏକ ନାବାଳିକାକୁ ମନ୍ଦିରରେ ବିବାହ କରିବାକୁ ନେଉଥିଲେ। ଚାଇଲ୍ଡ ଲାଇନ୍ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ ଜ୍ୟୋତ୍ସ୍ନା ପାଢ଼ୀ ଓ ଗୋପାଳପୁର ଥାନା କନ୍ୟା ପରିବାକୁ ଭେଟି ବୁଝାବୁଝି ପରେ ଏକ ସ୍ୱୀକାରୋକ୍ତି ପ୍ରଦାନ କରିଥିଲେ ଯେ କନ୍ୟାଟିର ବିବାହ କରିବେ ନାହିଁ। କିନ୍ତୁ କିଛି ମାସ ବିତିବା ପରେ ଆଜି ପୁଣି ବିବାହ କରିବାକୁ ନେଉଥିଲେ।

ଖବର ଆସିବା କ୍ଷଣି କେନ୍ଦ୍ର ସଂଯୋଜକ ସାଇପ୍ରସାଦ ସାମଲଙ୍କ ନିର୍ଦ୍ଦେଶରେ ସହଯୋଗୀ କେନ୍ଦ୍ର ନିର୍ଦ୍ଦେଶକ ଗୋରାଚାନ୍ଦ ଭଟ୍ଟମିଶ୍ରଙ୍କ ଅଧ୍ୟକ୍ଷତାରେ କୁମାରୀ ତଅପୋଇ ସାହୁ ଓ ଗୋପାଳପୁର ଥାନା ଏସ୍‌ଆଇ ମହେନ୍ଦ୍ର ବେହେରାଙ୍କ ସହ ମନ୍ଦିରରେ ଚଢ଼ାଉ କରିଥିଲେ। ବରଯାତ୍ରୀଙ୍କ ସହଯୋଗୀ କୌଣସି ମତେ ସେଠାରୁ ଚମ୍ପଟ ମାରିଥିଲେ। କନ୍ୟା ଏବଂ ପରିବାର ବର୍ଗଙ୍କୁ ପଛପଟ ଏକ କୁଡ଼ିଆ ଘରୁ ଉଦ୍ଧାର କରାଯାଇଥିଲା।

ଉଦ୍ଧାର ହୋଇଥିବା ଶିଶୁକନ୍ୟା, ଶିଶୁ ମଙ୍ଗଳ ସମିତି, ଗଂଜାମଙ୍କ ସମ୍ମୁଖରେ ହାଜିରା କରାଇ ଶିଶୁଯତ୍ନ ଗୃହ ଅନୁଷ୍ଠାନକୁ ପଠାଯାଇଛି। ସେ ନିଜେ କହିଛି ଯେ ତାଙ୍କ ବିବାହ କାଳିଆ ବେହେରାଙ୍କ ସହ ଅନୁଷ୍ଠିିତ ହେବାର ଥିଲା ଓ ଉକ୍ତ ବାଲ୍ୟବିବାହରେ ଦୁଇ ପରିବାରଙ୍କ ସହମତି ଥିଲା। ପରେ ଏନେଇ ଉଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କେନ୍ଦ୍ର ସଂଯୋଜକ ସାଇ ପ୍ରସାଦ ସାମଲ କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ଶାରୀରିକ, ମାନସିକ ନିର୍ଯ୍ୟାତନା: ଚାଇଲ୍ଡ ଲାଇନ୍ ପକ୍ଷରୁ ନାବାଳିକା ଉଦ୍ଧାର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବିବାହର ପ୍ରଲୋଭନ ଦେଖାଇ ଜଣେ ୧୫ ବର୍ଷର ନାବାଳିକାକୁ ଜନୈକ ବ୍ୟକ୍ତି ଶାରୀରିକ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହେଉଥିବାବେଳେ ଆଜି ଚାଇଲ୍ଡ ଲାଇନ୍ ପକ୍ଷରୁ ଥାନା ସହାୟତାରେ ନାବାଳିକାକୁ ଉଦ୍ଧାର କରିଯାଇଥିବା ଜଣାପଡ଼ିଛି।

ଘଟଣାରୁ ପ୍ରକାଶ ଯେ ଧରାକୋଟ ମୁଣ୍ଡମରେଇ ଅଂଚଳର କୃଷ୍ଣ ପ୍ରଧାନ ନାମକ ଜଣେ ଯୁବକ ଜନୈକ ନାବଳିକାକୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିବା ସହ ତାକୁ ଧରି ଫେରର୍ ହୋଇଯାଇଥିଲା। କିଛି ଦିନ ବାହାର ରାଜ୍ୟରେ ରଖିବା ପରେ ବର୍ତ୍ତମାନ ପାଟପୁର ଥାନା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଏସ୍ ଗୋପାଳପୁରରେ ଏକ ଘରେ ରଖିଥିଲା। ସେଠାରେ ତାକୁ ପ୍ରତ୍ୟେକ ଦିନ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବାବେଳେ ଏହା ଅସହ୍ୟ ହେବାରୁ ନାବାଳିକାଟି ଆଜି ୧୦୯୮ ଚାଇଲ୍ଡ ଲାଇନ୍ ସହ ସଂପର୍କ କରିଥିଲେ।

ଏନେଇ ଚାଇଲ୍ଡ ଲାଇନ୍ ସଂଯୋଜକ ସାଇ ପ୍ରସାଦ ସାମଲ, ସହଯୋଗୀ କୁମାର ପ୍ରିୟଙ୍କା ବେହେରା ପାଟପୁର ଥାନା ସହ ଯୋଗାଯୋଗ କରି ଏସ୍ ଗୋପାଳପୁର ଅଂଚଳରୁ ନାବାଳିକାକୁ ଉଦ୍ଧାର କରିଥିଲେ। ପୀଡ଼ିତାକୁ ଡ଼ାକ୍ତରୀ ମାଇନା ପରେ ଶିଶୁ ମଙ୍ଗଳ ସମିତି ନିକଟରେ ହାଜିରା କରାଯିବ। ଏପଟେ ପାଟପୁର ଥାନା ଏକ ମାମଲା ରୁଜୁ କରି କୃଷ୍ଣ ପ୍ରଧାନକୁ ଅଟକ ରଖିଥିବା ଜଣାପଡ଼ିଛି।