Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବେଗୁନିଆ ପୋଲିସର ବଡ ସଫଳତା: କଣ୍ଟେନରରୁ ଉଦ୍ଧାର କଲା ୮୪ ଗୋରୁ, ଚାଳକ ଫେରାର

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପୋଲିସକୁ ମିଳିଛି ବଡ ସଫଳତା। ଜିଲ୍ଲାରେ କିଛି ଦିନ ହେବ ଗୋ ଚାଲାଣ କମିଥିବା ବେଳେ ଏବେ ପୁଣି ସକ୍ରିୟ ହୋଇଉଠିଛନ୍ତି ଗୋ ମାଫିଆ।

ସୂଚନା ମୁତାବକ ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡିପିଓଙ୍କ ତତ୍ୱାବଧାନରେ ବେଗୁନିଆ ଆଇଆଇସି ଲକ୍ଷ୍ମୀପ୍ରସାଦ ଶତପଥୀଙ୍କ ନେତୃତ୍ୱରେ ଏକ ଟିମ ରାତିରେ ବ୍ଲକିଙ୍ଗ ଚେକିଙ୍ଗ କରୁଥିଲେ। ତେବେ ବିଳମ୍ବିତ ରାତ୍ରିରେ ଜାମୁସାହି ଆଡୁ ଏକ ଗୋରୁ ବୋଝେଇ କଣ୍ଟେନର ଆସୁଥିବାର ଖବର ପାଇ ପୋଲିସ ସତର୍କ ରହିଥିଲା। ବୋତଲମା-ଚାରିଛକରେ ଉକ୍ତ କଣ୍ଟେନରକୁ ଦେଖି ପୋଲିସ ତାହାକୁ କାବୁ କରିବା ପାଇଁ ପିଛା କରିଥିଲା।

ତେବେ ଛଣଗିରି ଠାରେ ନିରୁପାୟ ହୋଇ ଗାଡ଼ି ଚାଳକ ଚଳନ୍ତା ଗାଡ଼ିରୁ ଡେଇଁ ଫେରାର ହୋଇଯାଇଥିଲେ। କିନ୍ତୁ ସୌଭାଗ୍ୟବଶତଃ କୌଣସି ଅଘଟଣ ଘଟିବା ପୁର୍ବରୁ ଗାଡ଼ିଟି ଏକ ବାଲି ଗଦାରେ ଧକ୍କା ହୋଇ ଅଟକି ଯାଇଥିଲା। ଉକ୍ତ କଣ୍ଟେନରରୁ ପୋଲିସ ସମୁଦାୟ ୮୪ଟି ଗୋରୁଙ୍କୁ ଉଦ୍ଧାର କରିଥିବା ବେଳେ ଦୁର୍ଭାଗ୍ୟବଶତଃ ଦୁଇଟି ଗୋରୁଙ୍କ ମୃତ୍ୟୁ ଘଟିଛି। ସମସ୍ତ ଜୀବନ୍ତ ଗୋରୁଙ୍କୁ ସିଝୁଆ ସ୍ଥିତ ଗୋଶାଳାକୁ ହସ୍ତାନ୍ତର କରାଯାଇଥିବା ବେଳେ ବେଗୁନିଆ ପୋଲିସ ଏ ସଂକ୍ରାନ୍ତରେ ଗାଡ଼ି ଚାଳକ ଓ ମାଲିକଙ୍କ ବିରୁଦ୍ଧରେ କେସ ନମ୍ବର ୩୦୩/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରିରଖିଥିବାର ଆଇଆଇସି ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ଗମ୍ଭାରୀମୁଣ୍ଡାରୁ ଜବତ ହେଲା ମଦ ବୋଝେଇ କାର, ଚାଳକ ଫେରାର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଘାଷେଡିହ ଅଞ୍ଚଳରେ ପୋଲିସ ଚଢ଼ାଉ କରି ଏକ ମଦ ବୋଝେଇ କାରକୁ ଜବତ କରିଛି। ଖବର ମୁତାବକ ଗତକାଲି ରାତିରେ ଘାଷେଡିହ ଅଞ୍ଚଳରୁ ଏକ ମଦ ବୋଝେଇ କାର ଆସୁଥିବାର ଗମ୍ଭାରୀମୁଣ୍ଡା ବିଟ ହାଉସ ଅଧିକାରୀ ହାଡିବନ୍ଧୁ ନାୟକ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲେ। ସଙ୍ଗେସଙ୍ଗେ ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ବାଲୁଗାଁ ଏସଡିପିଓଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଣପୁର ଆଇଆଇସିଙ୍କ ତତ୍ୱାବଧାନରେ ଶ୍ରୀ ନାୟକ ଏକ ଟିମ ଗଠନ କରି ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲେ।

ଚଢ଼ାଉ ବେଳେ ଏକ ବାଇଗଣୀ ରଙ୍ଗର କାରରେ (ଓଆର-୦୫-ଏଆର-୭୦୫୫) ମଦ ବୋଝେଇ ହୋଇ ଯାଉଥିବାର ଦେଖିବାକୁ ପାଇଥିଲା ପୋଲିସ। ତେବେ କାରକୁ ପିଛା କରିବାରୁ କିଛି ବାଟ ପରେ କାର ଚାଳକ କାର ଚାବିକୁ ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ପରେ କାରକୁ ପୋଲିସ ଜବତ କରିଥିଲା।

ଉକ୍ତ କାରରୁ ୩୦୦ ଲିଟର ଦେଶୀ ମଦ ଜବତ ହୋଇଛି। ଏ ସଂକ୍ରାନ୍ତରେ ବାଣପୁର ପୋଲିସ କେଶ ନମ୍ବର ୨୬୨/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।