Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ବାସ୍ଥ୍ୟସେବା ଶିବିର

କନ୍ଦର୍ପ ବେହେରା
ରେଢ଼ାଖୋଲ: କଟକ ସ୍ଥିତ ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ର ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ପରିସରରେ ୪୩ ତମ ମେଗା ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଥିଲା।

ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ବଲପୁର ପିଡି ଡିଆରଡିଏ ଦିଲ୍ଲୀପ କୁମାର ବଳ ଉଦ୍ଘାଟନ କରିଥିଲେ, ସମ୍ମାନିତ ଅତିଥି ଭାବେ ରେଢ଼ାଖୋଲ ଡ଼ିଏଫଓ ରମାକାନ୍ତ ନାୟକ ଯୋଗ ଦେଇଥିଲେ ା ଟ୍ରଷ୍ଟ ର ମୁଖ୍ୟ ଉପଦେଷ୍ଟା ଏସସିବି ମେଡିକାଲ କଲେଜ ର ଅବସରପ୍ରାପ୍ତ ଅଧକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା, ଟ୍ରଷ୍ଟ ର ଅଧକ୍ଷ ଗୋଧନେଶ୍ୱର ହୋତା ଓ ସମ୍ପାଦକ ଆଡ଼ଭୋକେଟ ରାଜେଶ୍ୱର ହୋତା ସ୍ୱାସ୍ଥ୍ୟ ଶିବିର ପରିଚାଳନା କରିଥିଲେ, ଟ୍ରଷ୍ଟ ପକ୍ଷରୁ ରାଜ୍ୟର ୩୦ଟି ଜିଲ୍ଲା ରେ ଏହି ପରି ଶିବିର କରାଯିବା ପରେ ଏବେ ବରିଷ୍ଠ ନାଗରୀକ ମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହେଉଛି।

ଏହି ଶିବିରରେ କଟକ ଏସସିବି ସମେତ ଭୁବନେଶ୍ୱର, ବୁର୍ଲା, ରେଢ଼ାଖୋଲ ର ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ୨୨ଜଣ ବରିଷ୍ଠ ଓ ବିଶେଷଜ୍ଞ ଡାକ୍ତର ଉପସ୍ଥିତ ରହି ରୋଗୀ ମାନଙ୍କ ଚିକିତ୍ସା କରିଥିଲେ, ରୋଗୀମାନଙ୍କୁ ମାଗଣା ଔଷଧ ଓ ଖାଦ୍ୟ ସହ ସେମାନଙ୍କର ଏକ୍ସରେ, ଏଣ୍ଡୋସ୍କୋପି, ରକ୍ତ ପରୀକ୍ଷା, ଇସିଜି କରାଯାଇଥିଲା, ମୁଖ୍ୟ ଉପଦେଷ୍ଟା ସୂଚନା ଦେଇଛନ୍ତି ଯେ ବରିଷ୍ଠ ନାଗରିକଙ୍କ ପାଇଁ ଏହା ୫ମ ତମ ଶିବିର ଥିଲା, ସୁନ୍ଦରଗଡ ଜିଲାରେ ହେବାକୁ ଯାଉଥିବା ଆସନ୍ତା ଶିବିରରେ ବୟସ୍କଙ୍କ ସହ ଶିଶୁ ମାନଙ୍କୁ ମଧ୍ୟ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଟ୍ରଷ୍ଟ ତରଫରୁ କୁହାଯାଇଛି।