Categories
ଆଜିର ଖବର ଜାତୀୟ ଖବର

ଚିତ୍ତୁରରୁ ଗାଜିଆବାଦ ଯାଉଥିବା ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ: ବହୁ ଟ୍ରେନ ବାଧାପ୍ରାପ୍ତ

ମଥୁରା: ଉତ୍ତରପ୍ରଦେଶର ମଥୁରା ଜିଲ୍ଲାର ଦିଲ୍ଲୀ-ମଥୁରା ରେଳ ବିଭାଗରେ ଗତକାଲି ରାତିରେ ଭୂତେଶ୍ୱର ଏବଂ ବୃନ୍ଦାବନ ରୋଡ ଷ୍ଟେସନ ମଧ୍ୟରେ ଏକ ଟ୍ରେନ ଲାଇନଚ୍ୟୁତ ହୋଇଛି। ଫଳରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି।

ଆଗ୍ରା ଡିଭିଜନାଲ ରେଲୱେ ମ୍ୟାନେଜରଙ୍କ କାର୍ଯ୍ୟାଳୟର ଲୋକସମ୍ପର୍କ ଅଧିକାରୀ (PRO) ଏସ.କେ ଶ୍ରୀବାସ୍ତବ କହିଛନ୍ତି ଯେ, ଏହି ମାଲବାହୀ ଟ୍ରେନ୍ ଚିତ୍ତୋର ନିମ୍ବା ଷ୍ଟେସନରୁ ଗାଜିଆବାଦକୁ ସିମେଣ୍ଟ ଲୋଡ୍ କୋଚ୍ ସହିତ ମଥୁରା ଦେଇ ଯାଉଥିଲା। ରାତି ପ୍ରାୟ ୧୧.୩୦ ସମୟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ହେତୁ ମଥୁରା ଠାରୁ ପାଲୱଲ ପର୍ଯ୍ୟନ୍ତ ତୃତୀୟ ରେଳ ଲାଇନ ମଧ୍ୟ ବ୍ୟାହତ ହୋଇଛି।

ସେ କହିଛନ୍ତି ଯେ, ସିମେଣ୍ଟ କ୍ୟାନଗୁଡିକ ହଟାଇବା ପାଇଁ ୩୦୦ରୁ ଅଧିକ ଶ୍ରମିକ ଯୁଦ୍ଧକାଳୀନ ଭିତ୍ତିରେ ନିରନ୍ତର କାର୍ଯ୍ୟ କରୁଛନ୍ତି। ଟ୍ରେନର ୧୫ ଟି କୋଚ୍ ଖସିଯିବା ପରେ ସମସ୍ତ ତିନୋଟି ରେଳ ଲାଇନ ବ୍ୟାହତ ହୋଇଛି। ଯାହାକୁ ଶୀଘ୍ର ସଫା କରିବା ପାଇଁ ଉଦ୍ୟମ କରାଯାଉଛି। ସନ୍ଧ୍ୟା ସୁଦ୍ଧା ଟ୍ରାଫିକ୍ ପୁନରୁଦ୍ଧାର ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ଶ୍ରୀବାସ୍ତବ କହିଛନ୍ତି ଯେ ଏହି ଦୁର୍ଘଟଣା ଯୋଗୁଁ ରାଜଧାନୀ, ଶତାବ୍ଦୀ, ସାପ୍ତାହିକ ଟ୍ରେନ୍, ଯୁବା ସ୍ପେସିଆଲ୍ ଇତ୍ୟାଦି ୧୦ ଟି ଗୁରୁତ୍ୱପୂର୍ଣ୍ଣ ଟ୍ରେନ୍ ର ପଥକୁ ପରିବର୍ତ୍ତନ କରାଯାଇଛି। ଏହା ବ୍ୟତୀତ ଅନ୍ୟ ୧୦ ଟି ଟ୍ରେନ୍ ବାତିଲ କରାଯାଇଛି।