Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରଥଯାତ୍ରା ଉପଲକ୍ଷେ ଓଡିଶା ସରକାର ଆୟୋଜନ କଲେ ଚିତ୍ରରେ ଜଗନ୍ନାଥ

ଭୁବନେଶ୍ବର: ଆସନ୍ତାକାଲି ରଥଯାତ୍ରା। ସେଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର ପୁରୀ। ଲକ୍ଷଲକ୍ଷ ଭକ୍ତଙ୍କ ଗହଣରେ ପ୍ରଭୃ ରଥରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିର ଯିବେ। ଏହି ପରିପ୍ରେକ୍ଷାରେ ରାଜ୍ୟ ସଂସ୍କୃତି ବିଭାଗର ଲଳିତକଳା ଏକାଡେମୀ ଏକ ପ୍ରଦର୍ଶନୀର ଆୟୋଜନ କରିଛି। ତାହା ହେଉଛି ଚିତ୍ରରେ ଜଗନ୍ନାଥ।

ବିଭିନ୍ନ ପ୍ରତିଷ୍ଠିତ ଚିତ୍ରଶିଳ୍ପୀଙ୍କ ଚିତ୍ରକୁ ନେଇ ଏହି ପ୍ରଦର୍ଶନୀର ପରିକଳ୍ପନା କରାଯାଇଛି। ଏଥିରେ ଜଗନ୍ନାଥଙ୍କ ବିଭିନ୍ନ ନିତିକାନ୍ତି, ଜଗନ୍ନାଥଙ୍କ ବେଶ, ରଥଯାତ୍ରା, ଜଗନ୍ନାଥଙ୍କୁ ନେଇ କିମ୍ବଦନ୍ତୀ ପ୍ରଭୃତି ପ୍ରଦର୍ଶିତ ହୋଇଛି। ଏହି ପ୍ରଦର୍ଶନୀ ପୁରୀ ବ୍ଲୁ ଫ୍ଲାଗ ବିଚ ରେ ଆୟୋଜନ କରାଯାଇଛି। ଏହା 21 ଜୁନ ପର୍ଯ୍ୟନ୍ତ ଚାଲିବ।