Categories
ଆଞ୍ଚଳିକ

ଚିଲିକା ତହସିଲରେ ନୂତନ ତହସିଲଦାର ଭାବେ କାର୍ଯ୍ୟରେ ଯୋଗଦେଲେ ଚକ୍ରଧର ପାଢ଼ୀ

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲରେ ନୂତନ ତହସିଲଦାର ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ଓଏଏସ ଅଧିକାରୀ ଚକ୍ରଧର ପାଢ଼ୀ।  କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ତହସିଲ କର୍ମଚାରୀ ମାନେ ସ୍ୱାଗତ କରିଥିଲେ। ଶ୍ରୀ ପାଢ଼ୀ ଏହା ପୁର୍ବରୁ ଗଜପତି ଜିଲ୍ଲାରେ ଡେପୁଟି ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ।

ପ୍ରଶାସନିକ କ୍ଷେତ୍ରରେ ଲମ୍ବା ସମୟର ଅଭିଜ୍ଞତା ଥିବା ଶ୍ରୀ ପାଢ଼ୀ ୨୦୨୦ ମସିହାରେ ଓଏଏସ ଭାବେ ପଦୋନ୍ନତି ପାଇ ବିଭିନ୍ନ ସ୍ଥାନରେ ତହସିଲଦାର ଭାବେ କାର୍ଯ୍ୟ କରିଛନ୍ତି।

ତେବେ ଚିଲିକା ତହସିଲରେ ଜନସାଧାରଣଙ୍କ ଅଭିଯୋଗର ଆଶୁ ସମାଧାନ କରିବା ପ୍ରଥମ ପ୍ରାଥମିକତା ରହିବ ବୋଲି କହିଛନ୍ତି ନୂତନ ତହସିଲଦାର ଶ୍ରୀ ପାଢ଼ୀ। ଅନୁରୂପ ଭାବେ ଚିଲିକାରୁ ବେଆଇନ ଘେରି ଉଚ୍ଛେଦ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ତାହାର କିପରି ସ୍ଥାୟୀ ସମାଧାନ କରାଯିବ ସେ ଦିଗରରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ଶ୍ରୀ ପାଢ଼ୀ।

Categories
ଆଞ୍ଚଳିକ

ଜବରଦଖଲକାରୀଙ୍କ ନିକଟରୁ ଗୋଚର ଜମି ଉଚ୍ଛେଦ କଲା ଚିଲିକା ତହସିଲ ପ୍ରଶାସନ

ସୀତାରାମ ଅଗ୍ରୱାଲ
ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲ ଅନ୍ତର୍ଗତ ଆଙ୍କୁଲା ପଞ୍ଚାୟତ ସାମନ୍ତସିଂହାରପୁର ମୌଜାରେ ୧୭ ଏକର ସରକାରୀ ଜାଗାକୁ କିଛି ମୁଷ୍ଟିମେୟ ବ୍ୟକ୍ତି ଦୀର୍ଘବର୍ଷ ଧରି ଅକ୍ତିଆର କରି ବେଆଇନ ଭାବେ ଚାଷବାସ କରିବା ସହ ଜନସାଧାରଣଙ୍କ ଯାତାୟାତ ବନ୍ଦ କରିଦେଇଥିଲେ। ଉକ୍ତ ଜାଗା ଗାଈ ଗୋରୁଙ୍କ ଚରାଭୁଇଁ ଥିବାବେଳେ କିଛି ମୁଷ୍ଟିମେୟ ବ୍ୟକ୍ତି ସେହି ଜାଗାକୁ ଅକ୍ତିଆର କରି ନିଜ କବଜାରେ ରଖିଥିଲେ।

ଏକ ବର୍ଷରୁ ଉର୍ଦ୍ଧ୍ବ ହେବ ଉକ୍ତ ଜାଗାକୁ ଉଚ୍ଛେଦ କରିବା ପାଇଁ ଚିଲିକା ତହସିଲଦାର ଓ ଜିଲ୍ଲା ପ୍ରଶାସନକୁ ଗ୍ରାମବାସୀ ମାନେ ବାରମ୍ବାର ଅନୁରୋଧ କରିଥିଲେ ସୁଦ୍ଧା ନିରାଶ ହୋଇଥିଲେ। ମାତ୍ର ଚିଲିକା ତହସିଲିଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଆଜି ୭ ଏକର ଜାଗାକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଛି।

ଏହି ଉଚ୍ଛେଦ କାର୍ଯ୍ୟକ୍ରମରେ ବାଲୁଗାଁ ଆରଆଇ ନିକୁଞ୍ଜ ପ୍ରଧାନ, ବାଲୁଗାଁ ପୋଲିସ ଏବଂ ନିର୍ବାଚିତ ସ୍ଥାନୀୟ ଜନପ୍ରତିନିଧି ଆଦି ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ଟ୍ଵିଟର ଠାରୁ ବହୁ ଦୂରରେ ଚିଲିକା ବ୍ଲକ ଓ ତହସିଲ ପ୍ରଶାସନ: ହେଉନି ଅପଡେଟ, ବଢୁନି ଫଲୋଅର

ସୀତାରାମ ଅଗ୍ରୱାଲ

ଚିଲିକା: ଦିନକୁ ଦିନ ସୋସିଆଲ୍ ମିଡିଆ ତାର କାୟାବିସ୍ତାର କରିବାରେ ଲାଗିଛି। ଯାହାଫଳରେ ସାଧାରଣ ଜନତା ସୋସିଆଲ ମିଡିଆକୁ ପ୍ରାଧାନ୍ୟ ଦେଉଛନ୍ତି। ଟ୍ଵିଟର, ଫେସବୁକ ଅବା ହ୍ଵାଟ୍ସଆପ ଜରିଆରେ କୋଣ ଅନୁକୋଣରୁ ସମସ୍ତ ସୂଚନା ସାଙ୍ଗକୁ ଦୁନିଆର ଖବର କ୍ଷଣିକ ମଧ୍ୟରେ ଏବେ ପ୍ରତିଟି ଲୋକ ପାଖରେ ପହଞ୍ଚି ପାରୁଛି।

ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସରକାରଙ୍କ ୫-ଟି ନିୟମକୁ ପ୍ରାଧାନ୍ୟ ଦେବାସହ ଜିଲ୍ଲାର ପ୍ରତ୍ୟେକ ଦିନର କାର୍ଯ୍ୟକ୍ରମ ତଥା ଉନ୍ନୟନମୂଳକ କାର୍ଯ୍ୟର ତଥ୍ୟ ଟ୍ୱିଟରରେ ଅପଡେଟ କରୁଥିବାବେଳେ କିନ୍ତୁ ତଳସ୍ତରରେ ତାହା କାର୍ଯ୍ୟକାରୀ ହେଉନାହିଁ। ବର୍ଷ ବର୍ଷ ଧରି ବିଭିନ୍ନ ଗୁରୁତ୍ୱପୂର୍ଣ କାର୍ଯ୍ୟାଳୟର ଟ୍ୱିଟର ହ୍ୟାଣ୍ଡେଲରୁ କୌଣସି ତଥ୍ୟ ଅପଡେଟ କରାଯାଉନାହିଁ।

ଟ୍ୱିଟର ଜରିଆରେ ଜନସାଧାରଣଙ୍କ ଅଭିଯୋଗକୁ ଗ୍ରହଣ ଏବଂ ସମାଧାନ ଦିଗରେ ସମସ୍ତ ବିଭାଗ କାର୍ଯ୍ୟ କରିବେ ବୋଲି ସରକାରୀ ନିର୍ଦ୍ଦେଶଥିବା ବେଳେ ଚିଲିକା ତହସିଲ ଓ ବ୍ଲକ କାର୍ଯ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।

ଉକ୍ତ ଦୁଇ କାର୍ଯ୍ୟାଳୟର ଟ୍ୱିଟର ହ୍ୟାଣ୍ଡେଲ ଏକପ୍ରକାର ନିଷ୍କ୍ରିୟ ହୋଇପଡିଛି। ତହସିଲ ଓ ବ୍ଲକ ପ୍ରଶାସନ ତରଫରୁ ଟ୍ୱିଟର ଆକାଉଣ୍ଟରେ କୌଣସି ତଥ୍ୟ ବା ପ୍ରସ୍ତାବ ଅପଡେଟ୍ କରାଯାଉ ନାହିଁ, ଯାହା ଫଳରେ ଫଲୋଅରଙ୍କ ସଂଖ୍ୟା ବଢୁନାହିଁ। ଏହା ସହ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ନିଜ ନିଜ ବିଭାଗର ଟୁଇଟର ଆକାଉଣ୍ଟରେ କୌଣସି ପ୍ରକାର ସୂଚନା ପୋଷ୍ଟ କରୁନାହାଁନ୍ତି, ଯାହାକୁ ନେଇ ବୁଦ୍ଧିଜିବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏପରିକି ଜନସାଧାରଣ ଟ୍ୱିଟରରେ ବାରମ୍ବାର ବିଭିନ୍ନ ବିଷୟରେ ଅଭିଯୋଗ କରୁଥିବା ବେଳେ ସ୍ଥାନୀୟ ପ୍ରଶାସନର ଉକ୍ତ ଅଭିଯୋଗଗୁଡିକ ଉପରେ କୌଣସି ପ୍ରତିକ୍ରିୟା ମିଳୁନାହିଁ। ଗୋଟେ ପକ୍ଷରେ ଜିଲ୍ଲାପାଳ ଖୋଦ ଟ୍ୱିଟରରେ ଜନସାଧାରଣଙ୍କ ଅଭିଯୋଗ ଉପରେ ଗୁରୁତ୍ୱ ଦେବା ସହ ତାହାକୁ ସମାଧାନ କରିବା ପାଇଁ ଧ୍ୟାନ ଦେଉଥୁବା ବେଳେ ଅନ୍ୟପକ୍ଷରେ ସ୍ଥାନୀୟ ପ୍ରଶାସନ ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶକୁ ଫୁ କରି ଉଡ଼ାଇଦେଉଛି।

ବର୍ଷେ ପୂର୍ବେ ବଦଳି ହୋଇଥିବା ଚିଲିକା ବିଡ଼ିଓ ସୁଷମା ବାରିକଙ୍କ ଫୋଟୋ ଅଦ୍ୟାବଧି ଚିଲିକା ବିଡ଼ିଓଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଥିବା ବେଳେ ବର୍ଷ ବର୍ଷ ଧରି ସେଥିରେ କୌଣସି ଅପଡେଟ ଦିଆଯାଉନାହିଁ।

ସେହିପରି ଭାବେ ଦୁଇ ବର୍ଷ ପୂର୍ବେ ଚିଲିକା ତହସିଲଦାର ଥିବା ପୁନମ ମହାପାତ୍ରଙ୍କ ଶେଷ ଅପଡେଟ ପରେ ଅଫିସିଆଲ ଚିଲିକା ତହସିଲ ଆକାଉଣ୍ଟରେ କୌଣସି ଅପଡେଟ ହେଉନାହିଁ। ଫଳରେ ଜନସାଧାରଣ ଏବଂ ବୁଦ୍ଧିଜୀବୀ ସରକାରଙ୍କ ବିଭିନ୍ନ ଉନ୍ନୟନ ଯୋଜନାର ସଫଳ ରୂପାୟନ ବିଷୟରେ ସୂଚନା ପାଇପାରୁନାହାନ୍ତି ଏବଂ ବିଭିନ୍ନ ଅଭିଯୋଗର ସମାଧାନ ଟ୍ୱିଟର ମାଧ୍ୟମରେ ପାଇପାରୁନାହାନ୍ତି।

ତେବେ ବାଣପୁର ବ୍ଲକ, ତହସିଲ, ଏନଏସି ଏବଂ ବାଲୁଗାଁ ଏନଏସି ଆଦିର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ନିୟମିତ ବ୍ୟବଧାନରେ ନହେଲେ ମଧ୍ୟ ସମୟ ସମୟରେ ବିଭିନ୍ନ ଅପଡେଟ ପୋଷ୍ଟ କରାଯାଉଛି। ଉକ୍ତ ବିଷୟକୁ ଖୋର୍ଦ୍ଧା ଜିଲ୍ଲାପାଳ ଗୁରୁତ୍ୱ ଦେବାପାଇଁ ସାଧାରଣରେ ଦାବି ହେଉଛି।

Categories
ଆଞ୍ଚଳିକ

ଚିଲିକାରେ ନୂତନ ଅତିରିକ୍ତ ତହସିଲଦାର ଭାବେ ଯୋଗ ଦେଲେ ସମୀକ୍ଷା ପାଣି

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲରେ ନୂତନ ଅତିରିକ୍ତ ତହସିଲଦାର ଭାବେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି ଓଆରଏସ ଅଧିକାରିଣୀ ସମୀକ୍ଷା ପାଣି l ସୁଶ୍ରୀ ପାଣି 2019 ବ୍ୟାଚ ଓଆରଏସ ଅଧିକାରିଣୀ। ସେ ଏହା ପୁର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ସହକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ।

ତେବେ ନିକଟରେ ଭୁବନେଶ୍ୱର ସ୍ଥିତ ‘ରୋଟି’ ରେ ପ୍ରଶିକ୍ଷଣ ସାରି ଆଜି ଚିଲିକା ତହସିଲରେ ଅତିରିକ୍ତ ତହସିଲଦାର ଭାବେ ଯୋଗ ଦେଇଛନ୍ତି ସୁଶ୍ରୀ ପାଣି। କାର୍ଯ୍ୟରେ ଯୋଗ ଦେଲା ପରେ ସମସ୍ତ ତହସିଲ କର୍ମଚାରୀ ମାନେ ତାଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ l ତେବେ ଚିଲିକା ତହସିଲ ଅଞ୍ଚଳରେ ଜନ ଅଭିଯୋଗ ର ସମାଧାନ, 5T ଲାଗୁ କରିବା, ଡିମାରକେସନ ସମ୍ବନ୍ଧୀୟ କାର୍ଯ୍ୟକୁ ସରଳ କରିବା ଆଦି ପ୍ରାଥମିକତା ରହିବ ବୋଲି ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

ସୂଚନା ଥାଉକି ଚିଲିକା ତହସିଲ ଏକ ବ୍ୟସ୍ତବହୁଳ ତହସିଲ ହୋଇଥିବା ବେଳେ ପୂର୍ବତନ ଅତିରିକ୍ତ ତହସିଲଦାର ଅପର୍ଣ୍ଣା ଡାଙ୍ଗୁଆଙ୍କ କିଛି ମାସ ତଳେ ରଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ପଦୋନ୍ନତି ହୋଇଥିବା ବେଳେ ଉକ୍ତ ପଦବୀ ଖାଲି ପଡିଥିଲା।

Categories
ଆଞ୍ଚଳିକ

ଚିଲିକା ତହସିଲରେ ନୂତନ ତହସିଲଦାର ଭାବେ କାର୍ଯ୍ୟରେ ଯୋଗ ଦେଲେ ପ୍ରଦୀପ କୁମାର ସାହୁ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲରେ ନୂତନ ତହସିଲଦାର ଭାବେ ପ୍ରଦୀପ କୁମାର ସାହୁ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି। ଶ୍ରୀ ସାହୁ ଏହା ପୁର୍ବରୁ କଟକ ଜିଲ୍ଲା ନରସିଂହପୁର ବିଡ଼ିଓ ଭାବେ କାର୍ଯ୍ୟରତ ଥିଲେ। ଦୀର୍ଘ ଦୁଇ ବର୍ଷ ଧରି ନରସିଂହପୁର ବ୍ଲକ ଦାଇତ୍ୱ ତୁଲାଇଥିବା ସମୟରେ ସେଠାରେ ଏକାଧିକ ଉନ୍ନୟନ କାମ ସହ ସରକାରଙ୍କ ବିଭିନ୍ନ ଜନହିତକାରି ଯୋଜନା ଗୁଡିକର ସଫଳ ରୂପାୟନ କରିବାରେ ସଫଳ ହୋଇପାରିଥିଲେ ଶ୍ରୀ ସାହୁ।

ଆଜି ଅପରାହ୍ନରେ ଶ୍ରୀ ସାହୁ ତହସିଲ କାର୍ଯ୍ୟାଳୟ ପହଞ୍ଚି ବିଦାୟୀ ତହସିଲଦାର ସୁରେଶ ଚନ୍ଦ୍ର ପଣ୍ଡାଙ୍କ ଠାରୁ କାର୍ଯ୍ୟାଭାର ଗ୍ରହଣ କରିଥିଲେ। ଏହାପରେ ତହସିଲର ସମସ୍ତ କର୍ମଚାରୀମାନେ ନୂତନ ତହସିଲଦାରଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।

ଜନସାଧାରଣଙ୍କ ଅଭିଯୋଗକୁ ପ୍ରାଥମିକତା ଦେବା ସହ ୫-ଟିର କାର୍ଯ୍ୟକାରିତାକୁ ଗୁରୁତ୍ୱ ଦେବେ ବୋଲି ନୂତନ ତହସିଲଦାର ଶ୍ରୀ ସାହୁ ଗଣମାଧ୍ୟମକୁ କହିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକାରେ ଗଡିଲା ରାଜସ୍ୱ ରଥ: ଘର ପାଖରେ ଲୋଗଙ୍କୁ ଯୋଗାଇବ ସେବା

ସୀତାରାମ ଅଗ୍ରୱାଲ

ଚିଲିକା: କରୋନା ମହାମାରୀ ଯୋଗୁଁ ଲକଡାଉନ ଜାରି ରହିଥିବା ବେଳେ ଏହି ସମୟରେ ଘର ପାଖରେ ଲୋକଙ୍କୁ ସେବା ଯୋଗାଇ ଦେବା ଲାଗି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି। ଏହି ପ୍ରରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲ ପକ୍ଷରୁ ଆଜି ରାଜସ୍ବ ରଥର ଶୁଭାରମ୍ଭ ହୋଇଛି।

ତହସିଲଦାର ପୁନମ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ହରିପୁର ପଞ୍ଚାୟତରୁ ଏହାର ଶୁଭାରମ୍ଭ ହୋଇଛି। ଏଥିରେ ଅନ୍ୟତମ ଅଧିକାରୀ ଭାବେ ଅତରିକ୍ତ ତହସିଲଦାର ଅପର୍ଣ୍ଣା ଡାଙ୍ଗୁଆ, ଅଭିଲେଖପାଳ ପ୍ୟାରୀ ମୋହନ ପଟ୍ଟନାୟକ, କନିଷ୍ଠ ରାଜସ୍ବ ସହାୟକ ମଙ୍ଗରାଜ ବେହେରା ଏବଂ ଅନ୍ୟ ତହସିଲ କର୍ମଚାରୀମାନେ ଘରକୁ ଘର ଯାଇ ହିତାଧିକାରୀଙ୍କୁ ଜମି, ଘର ପଟ୍ଟା ଏବଂ ଅନ୍ୟାନ ପ୍ରମାଣପାତ୍ର ପ୍ରଦାନ କରୁଥିବାର ଦେଖାଯାଇଛି।

ତେବେ ଖବର ଲେଖା ହେଲା ବେଳଯାଏଁ ହିତାଧିକାରୀଙ୍କୁ ୧୭ ଟି ଜମି ପଟ୍ଟା ଏବଂ ୨୧ ଟି ପ୍ରମାଣପତ୍ର ବଣ୍ଟନ ସରିଥିବା ନେଇ ତହସିଲଦାର ସୁଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ତହସିଲର ଏପରି ପଦକ୍ଷେପ ଦ୍ୱାରା ହିତାଧିକାରୀ ମାନେ ବେଶ ଖୁସି ହେବା ସହ ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି।

ଅପରପକ୍ଷେ ଚିଲିକାର ଜନସାଧାରଣଙ୍କୁ କରୋନା ମହାମାରୀ ସମୟରେ ଅଯଥାରେ ଘରୁ ନବାହାରିବା ତହସିଲଦାର ସୁଶ୍ରୀ ମହାପାତ୍ର କହିଛନ୍ତି। ସଦାବେଳେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତ୍ୱ ବଜାୟ ରଖିବା ଓ ସାନିଟାଇଜର ବ୍ୟବହାର କରିବା ପାଇଁ ଅନୁରୋଧ କରିଛନ୍ତି ତହସିଲଦାର।