ଚିଲିକା ତହସିଲରେ ନୂତନ ତହସିଲଦାର ଭାବେ କାର୍ଯ୍ୟରେ ଯୋଗଦେଲେ ଚକ୍ରଧର ପାଢ଼ୀ

Published: Nov 1, 2023, 5:13 pm IST

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲରେ ନୂତନ ତହସିଲଦାର ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ଓଏଏସ ଅଧିକାରୀ ଚକ୍ରଧର ପାଢ଼ୀ।  କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ତହସିଲ କର୍ମଚାରୀ ମାନେ ସ୍ୱାଗତ କରିଥିଲେ। ଶ୍ରୀ ପାଢ଼ୀ ଏହା ପୁର୍ବରୁ ଗଜପତି ଜିଲ୍ଲାରେ ଡେପୁଟି ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ।

ପ୍ରଶାସନିକ କ୍ଷେତ୍ରରେ ଲମ୍ବା ସମୟର ଅଭିଜ୍ଞତା ଥିବା ଶ୍ରୀ ପାଢ଼ୀ ୨୦୨୦ ମସିହାରେ ଓଏଏସ ଭାବେ ପଦୋନ୍ନତି ପାଇ ବିଭିନ୍ନ ସ୍ଥାନରେ ତହସିଲଦାର ଭାବେ କାର୍ଯ୍ୟ କରିଛନ୍ତି।

ତେବେ ଚିଲିକା ତହସିଲରେ ଜନସାଧାରଣଙ୍କ ଅଭିଯୋଗର ଆଶୁ ସମାଧାନ କରିବା ପ୍ରଥମ ପ୍ରାଥମିକତା ରହିବ ବୋଲି କହିଛନ୍ତି ନୂତନ ତହସିଲଦାର ଶ୍ରୀ ପାଢ଼ୀ। ଅନୁରୂପ ଭାବେ ଚିଲିକାରୁ ବେଆଇନ ଘେରି ଉଚ୍ଛେଦ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ତାହାର କିପରି ସ୍ଥାୟୀ ସମାଧାନ କରାଯିବ ସେ ଦିଗରରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ଶ୍ରୀ ପାଢ଼ୀ।

Related posts