Categories
ଆଞ୍ଚଳିକ

ଟାଙ୍ଗୀ: ନିଳାମ୍ବୁ ମହୋତ୍ସବ ତୃତୀୟ ସଂନ୍ଧ୍ୟା ସମ୍ବଲପୁରୀ ନୃତ୍ୟ ମୋହିଲା

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଆନୂକୁଲ୍ୟରେ ସ୍ଥାନିୟ ଚିଲିକା ଷ୍ଟାଡିୟମରେ ଚାଲିଥିବା ଦ୍ବିତୀୟ ବାର୍ଷିକ ନିଳାମ୍ବୁ ମହୋତ୍ସବର ତୃତୀୟ ସଂନ୍ଧ୍ୟା ବେସ ଆମୋଦଦାୟକ ଥିଲା। ଆଜିର ସୁନେଲି ସଂନ୍ଧ୍ୟାରେ ଓଡିଶି ଡ୍ୟାନସ କ୍ରିୟେସନ ଭୂବନେଶ୍ବର ନୂପୁର ସମ୍ବଲପୁର ,ଓଡିଶି ନୃତ୍ୟ ବାସ୍ତବିକ ହୃଦୟସ୍ପର୍ଶୀ ଥିଲା। ଏଥି ସହିତ ବିଭିନ୍ନ ବିଦ୍ୟାଳୟ ର କୃତି ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ମନୋମୁଗ୍ଧକର ନୃତ୍ୟ ପରିବେଷଣ କରାଯାଇଥିଲା।

ଏହି ସନ୍ଧ୍ୟାରେ ସଂଘ ସଭାପତି ବରିଷ୍ଠ ଶିକ୍ଷାବିତ ପଦ୍ମନାଭ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ବରିଷ୍ଠ ବିଜେଡି ସଭାନେତ୍ରୀ ବାସନ୍ତି ମହାପାତ୍ର, ଟାଙ୍ଗୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ରିସ୍ନା ମାନଧାତା, ମାତୃବିହାର ଅରବିନ୍ଦ ଶିକ୍ଷାକେନ୍ଦ୍ରର କାଳୁପଡାଘାଟର ପ୍ରତିଷ୍ଟାତା ସଂଜୟ କୁମାର ମହାପାତ୍ର, ସଂଘ ଉପଦେଷ୍ଟା ସ୍ତମ୍ବକାର ସାମ୍ବାଦିକ ପ୍ରଦୋଷ କୁମାର ଦାସ, ସଂପାଦକ ମନୋଜ କୁମାର ପଟ୍ଟନାୟକ, ପ୍ରବକ୍ତା ସରୋଜ କୁମାର ପାଇକରାୟ ପ୍ରମୂଖ ଅତିଥି ଭାବେ ଯୋଗଦେଇଥିଲେ।

ଏହି ଦିବସରେ ଉଦଘୋଷକ ଭାବେ ସତ୍ୟନାରାୟଣ ମହାପାତ୍ର, ସହୟତାରେ ସାମ୍ବାଦିକ ସନ୍ଦିପନି ମିଶ୍ର, ରାମଚନ୍ଦ୍ର ପରିଢା, ମନୋଜ ନାଇଡୁ, ଅନନ୍ତ ପ୍ରଧାନ, ଅଭିଜିତ ଦାସ, ଅଜୟ କୁମାର ସେଠ, ବାଲୁଙ୍କେଶ୍ୱର ବେହେରା, ରଜନିକାନ୍ତ ମିଶ୍ର, ରାକେସ ଜଗଦେବ ପ୍ରମୂଖ ଅଂଶଗ୍ରହଣ କରିଥିଲେ।