Categories
ଆଜିର ଖବର ରାଜ୍ୟ ଖବର

ଛେଳି ଚୋର ସନ୍ଦେହରେ 50 ବର୍ଷୀୟ ବ୍ୟକ୍ତିଙ୍କୁ ପିଟି ପିଟି ମାରିଦେଲେ

ବାରିପଦା: ସାରା ବିଶ୍ବରେ କରୋନା ସଂକଟ ଜାରି ରହିଥିବାବେଳେ ମଣିଷ ଭିତରେ ମାନବିକତା ଉଭେଇ ଯାଉଥିବାର ଦେଖିବାକୁ ମିଳିଛି । ନିକଟରେ କେରଳରେ ଏକ ଗର୍ଭିଣୀ ହାତୀକୁ ଅମାନବୀୟ ଭାବେ ହତ୍ୟା କରାଯାଇଥିବାବେଳେ ପୁଣି ଆଉ ଏକ ଅମାନବୀୟ କାଣ୍ଡ ଦେଖିବାକୁ ମିଳିଛି । ବାରିପଦାଠାରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଛେଳି ଚୋର ସନ୍ଦେହରେ ଜଣେ 50 ବର୍ଷୀୟ ବ୍ୟକ୍ତିକୁ ପିଟି ପିଟି କରି ହତ୍ୟା କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ବାରିପଦା ଟାଉନ୍ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତ ବ୍ୟକ୍ତି ପାଲବଣୀ ଗାଁର ରବୀ କାଳନ୍ଦୀ ବୋଲି ଜଣାପଡିଛି । ଗତ 25 ତାରିଖରେ ଜଣକ ଘରୁ ଛେଳି ଚୋରି ହୋଇଥିଲା । ଏଥିପାଇଁ ଗ୍ରାମବାସୀମାନେ ରବି କାଳନ୍ଦୀଙ୍କୁ ସନ୍ଦେହ କରିବା ସହ ଚୋରି ଅଭିଯୋଗରେ ତାଙ୍କୁ ବାଡିରେ ପିଟି ପିଟି ମାରିଥିଲେ ଲୋକେ । ଘଟଣାସ୍ଥଳରେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ପୋଲିସ୍‌  ହତ୍ୟା ମାମଲା ରୁଜୁ କରି ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି ।