Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନିରାକାରପୁର: ୪ ଟି ଚୋରା ବାଇକକୁ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକରପୁର ଅଞ୍ଚଳରେ ବାଇକ ଚୋରଙ୍କ ପାଦୁର୍ଭାବ ଦିନକୁ ଦିନ ବଢିଚାଲିଛି। ଉକ୍ତ ଅଞ୍ଚଳରୁ ଅନେକ ବାଇକ ଚୋରୀ ହୋଇଥିବା ଅଭିଯୋଗ ହେଉଛି। ଏହି ପ୍ରରିପ୍ରେକ୍ଷୀରେ ଆଜି ନିରାକାରପୁର ପୋଲିସ ବାଇକ ଚୋରଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା। ତେଣୁ ଆଜି ପୋଲିସ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଚଢାଉ କରାଯାଇଥିଲା।

ଯାହା ଫଳରେ ୪ ଟି ବାଇକକୁ ଜବତ କରିବାରେ ପୋଲିସ ସକ୍ଷମ ହୋଇଥିବା ବେଳେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଦ୍ୱୟ ଖଜୁରିଆ ଗ୍ରାମର ଶିରାଜୁଦ୍ଧିନ୍ ସାହା ଓ  କୌଶର ଅଲ୍ଲି ସାହା ବୋଲି ଜଣାପଡିଛି। ତେବେ ଉଭୟଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବା ସୂଚନା ରହିଛି। ଏନେଇ ନିରାକାରପୁର ଆଇଆଇସି ଗୀତାଞ୍ଜଳି ନାୟକ ସୂଚନା ଦେଇଛନ୍ତି।