Categories
ଆଜିର ଖବର ଖେଳ ଜାତୀୟ ଖବର

ବିଶ୍ୱକପ୍‌ରେ ଛକାର ଅର୍ଦ୍ଧଶତକ ହାସଲ କଲେ ରୋହିତ ଶର୍ମା: ବିଶ୍ୱର ହେଲେ ପ୍ରଥମ ବ୍ୟାଟ୍ସମ୍ୟାନ୍ 

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ରୋହିତ ଶର୍ମା ବିଶ୍ୱକପରେ ଛକାର ଅର୍ଦ୍ଧଶତକ ହାସଲ କରିଛନ୍ତି। ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯାଉଥିବା ବିଶ୍ୱକପର ସେମିଫାଇନାଲ ମ୍ୟାଚରେ ରୋହିତ ଏହି ରେକର୍ଡ ସୃଷ୍ଟି କରିଛନ୍ତି। ୫୦ତମ ଛକା ସହ ରୋହିତ ଶର୍ମା କିମ୍ବଦନ୍ତୀ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ତଥା ପ୍ରସିଦ୍ଧ ସିକ୍ସ- ହିଟର୍ କ୍ରିସ୍ ଗେଲଙ୍କ ରେକର୍ଡ ଭାଙ୍ଗିଛନ୍ତି। ଟୁର୍ଣ୍ଣାମେଣ୍ଟରେ ଗେଲ୍ ୪୯ ଛକା ମାରିଥିଲେ।

ବର୍ତ୍ତମାନ ଭାରତୀୟ ଅଧିନାୟକ ତଥା ହିଟମ୍ୟାନ୍ ରୋହିତ ଶର୍ମା ତାଙ୍କ ନାମରେ ଏହି ରେକର୍ଡ ସୃଷ୍ଟି କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ଭାରତୀୟ ଅଧିନାୟକ ୧୬୨.୦୭ ର ଷ୍ଟ୍ରାଇକ୍ ହାରରେ ୨୯ ବଲରେ ୪୭ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ୪ ଟି ଚୌକା ଓ ୪ ଟି ଛକା ଅନ୍ତର୍ଭୁକ୍ତ। ଏହି ୪ ଟି ଛକା ସହ ରୋହିତ ଶର୍ମା ବିଶ୍ୱକପରେ ୫୦ ଛକା ଅତିକ୍ରମ କରି ୫୧ ରେ ପହଞ୍ଚିଛନ୍ତି।

କ୍ରିସ୍ ଗେଲ୍ ୩୫ ମ୍ୟାଚ୍ ର ୩୪ ଇନିଂସରେ ୪୯ ଛକା ମାରିଥିଲେ। ରୋହିତ ଶର୍ମା ମାତ୍ର ୨୭ ଟି ମ୍ୟାଚ୍ ର ୨୭ ଇନିଂସରେ ୫୧ ଛକା ମାରିଛନ୍ତି। ରୋହିତ ଶର୍ମା ମଧ୍ୟ ସର୍ବାଧିକ ଛକା ମାରିଛନ୍ତି ଏବଂ କ୍ରିସ୍ ଗେଲଙ୍କ ଅପେକ୍ଷା କମ୍ ଇନିଂସ ଖେଳିଛନ୍ତି। ସର୍ବାଧିକ ଛକା ମାରିବା ବ୍ୟତୀତ ରୋହିତ ଶର୍ମା ମଧ୍ୟ ରନ୍ ସ୍କୋର କରିବାରେ କ୍ରିସ୍ ଗେଲଙ୍କଠାରୁ ଆଗରେ ଅଛନ୍ତି।