Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲାରେ ଛତିଶଗଡ଼ ଏସଟିଏଫ୍ ର ଚଢ଼ାଉ, ଅନେକ ମାରଣାସ୍ତ୍ର ଜବତ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ତଥା ନବରଙ୍ଗପୁର ଜିଲ୍ଲା ଓ ଛତିଶଗଡ଼ ରାଜ୍ୟ ସୀମାନ୍ତରେ ଅବସ୍ଥିତ କୋକସରା ବ୍ଲକ ସାହାଜଖୋଲ ଜଙ୍ଗଲ ନିକଟରେ ଥିବା ଖଲିଗଡ଼ ଗ୍ରାମରେ ଛତିଶଗଡ଼ ଏସଟିଏଫ ଟିମ ସହିତ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଓ ପୋଲିସ ପକ୍ଷରୁ ମିଳିତ ଭାବେ ଚଡାଉ କରାଯାଇଥିବା ଜଣାପଡ଼ିଛି। ବେଆଇନ ଭାବେ ଦେଶୀ ବନ୍ଧୁକ ରଖି ବନ୍ୟଜନ୍ତୁ ଶିକାର କରୁଥିବା ଅଭିଯୋଗ ହେବା ପରେ ଶନିବାର ସନ୍ଧ୍ୟାରେ ଚଡାଉ କରାଯାଇ ୬ ଟି ଦେଶୀ ବନ୍ଧୁକ ଓ ଶିକାର ହୋଇଥିବା ବନ୍ୟଜନ୍ତୁଙ୍କ ଅବଶେଷ ଉଦ୍ଧାର କରାଯାଇଥିବା ପ୍ରକାଶ।

ଏହି ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟ ମାନେ ଫେରାର ଥିବା ସୂଚନା ମିଳିଛି।

ଗତ କିଛିଦିନ ତଳେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମଙ୍ଗଳପୁର ଗାଁରେ ବେଆଇନ ଭାବେ ବନ୍ଧୁକ ତିଆରି କରି ସୀମାନ୍ତ ରାଜ୍ୟ ଛତିଶଗଡ଼କୁ ଚାଲାଣ ହେଉଥିବା ନେଇ ଛତିଶଗଡ଼ ଏସଟିଏଫ ଟିମ ପକ୍ଷରୁ ମଙ୍ଗଳପୁର ଗ୍ରାମରେ ଚଢ଼ାଉ କରାଯାଇଥିବା ବେଳେ ପୁଣି ଏହାର ଲିଙ୍କ ଖଲିଗଡ଼ ଗ୍ରାମରେ ଥିବା କୌଣସି ସୂତ୍ରରୁ ଖବର ପାଇ ଚଡାଉ କରାଯାଇଥିବା କୁହାଯାଇଛି।

ଚଡାଉରେ କଳାହାଣ୍ଡି ଦକ୍ଷିଣ ବନଖଣ୍ଡର ଅଧିକାରୀ, ଛତିଶଗଡ଼ ଏସଟିଏଫ ଟିମ, ପୋଲିସ ସାମିଲ ରହିଥିଲେ। ଏତେ ସବୁ ସାମଗ୍ରୀ ଜବତ ହେବା ପରେ ଏଭଳି କାରବାର ଚାଲିଥିବା ଏବଂ ବେଆଇନ ବନ୍ଧୁକ ଚାଲାଣ ହେଉଥିବା ଘଟଣାରେ ସ୍ଥାନୀୟ ପୋଲିସ ବିଭାଗ ତତ୍ପର ହୋଇଯାଇଥିବା ଜଣା ପଡ଼ିଛି।