Categories
ଆଜିର ଖବର ଜାତୀୟ ଖବର

ସ୍କୁଲ ହଷ୍ଟେଲର 229 ଛାତ୍ରଙ୍କୁ କୋରନା ପଜେଟିଭ, ପୁରା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ମୁମ୍ବାଇ, ମହାରଷ୍ଟ୍ରର ଏକ ଘରୋଇ ସ୍କୁଲ ହଷ୍ଟେଲର 229 ଜଣ ଛାତ୍ରଙ୍କୁ କରୋନା ସଂକ୍ରାମଣ ହୋଇଛି। ଗତକାଲି ଏହି ରିପୋର୍ଟ ଆସିବା ପରେ ଏହି ବଡ ଘଟଣା ପଦାକୁ ଆସିଛି। ଘଟଣାରୁ ଜଣାପଡିଛି ଯେ, ମହାରାଷ୍ଟ୍ରର ୱାସିମ ଜିଲ୍ଲାର ଭାବନ ପବ୍ଲିକ ସ୍କୁଲରେ 327 ଜଣ ଛାତ୍ର ରହୁଥିଲେ।

ସେମାନେ ଗତ ଫେବୃୟାରୀ 14 ତାରିଖରୁ ହଷ୍ଟେଲରେ ରହି ଆସୁଥିଲେ। ହେଲେ କିଛିଦିନ ପରେ କେତେକ ଛାତ୍ରଙ୍କ ଦେହରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ଫଳରେ ସ୍କୁଲ କର୍ତ୍ତୁପକ୍ଷ ସମସ୍ତଙ୍କର କରୋନା ପରୀକ୍ଷା କରାଥିଲେ। ରିପୋର୍ଟ ଆସିବା ପରେ ଜଣାପଡିଥିଲା ଯେ, ସେମାନଙ୍କ ମଧ୍ୟରୁ 229 ଜଣ ଛାତ୍ରଙ୍କ ପଜେଟିଭ ରିପୋର୍ଟ ଆସିଥିଲା। ଏହି ଜଣାପଡିବା ପରେ ସ୍ଥାନୀୟ ପ୍ରଶାସନ ସଂପୂର୍ଣ୍ଣ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି।