Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସ୍କୁଲ ଖୋଲିବା ପରେ ଓଡିଶାର ୩ଟି ସ୍କୁଲରେ ୧୯ ଜଣ ଛାତ୍ରଛାତ୍ରୀଙ୍କୁ କରୋନା, ଚିନ୍ତାରେ ଅଭିଭାବକ

ଲାଇକେରା, ସୁନ୍ଦରଗଡ଼ ଜିଲ୍ଲା ଲଇକେରା ବ୍ଲକର  ୩ଟି ସ୍କୁଲରେ ୧୯ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି। ଏ ନେଇ ବ୍ଲକ ଶିକ୍ଷା ନିରୀକ୍ଷକ ଉଚ୍ଚ କର୍ତ୍ତୁପକ୍ଷକଙ୍କୁ ଅବଗତ କରାଇଛନ୍ତି। ଛାତ୍ରଛାତ୍ରୀମାନଙ୍କ ଶରୀରେ କରୋନା ପରି ଲକ୍ଷଣ ଆସିବାରୁ ସେମାନଙ୍କର ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା। ପରେ ରିପୋର୍ଟ ଆସିବା ପରେ ୧୯ ଜଣ ଛାତ୍ରଛାତ୍ରୀଙ୍କର କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି।

ସେମାନଙ୍କ ମଧ୍ୟରେ ଜେଓ ସରକାରୀ ହାଇସ୍କୁଲ ସାହାସପୁରର ୯ ଜଣ ଛାତ୍ରଛାତ୍ରୀ ହୋଇଥିବା ବେଳେ କେଜିପି ସରକାରୀ ହାଇସ୍କୁଲ ସାଲେଟିକିରାରେ ୨ ଜଣ , ହେମସାଗର ହାଇସ୍କୁଲ ପାକେଲଖୋଲରେ ୮ ଜଣ ଛାତ୍ରଛାତ୍ରୀଙ୍କ ଠାରେ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ଏହି ଖବର ଆସିବା ପରେ ଛାତ୍ରଛାତ୍ରୀ ଏବଂ ଅଭିବାକ ମହଲରେ ଚିନ୍ତାର ବିଷୟ ପାଲଟିଛି।