Categories
ଅପରାଧ ଆଜିର ଖବର ଜାତୀୟ ଖବର ବ୍ୟବସାୟ

ସିବିଆଇ ଜବତ କରିଥିବା 103 କେଜି ସୁନା କୁଆଡେ ଗାଏବ, ତଦନ୍ତ କରିବାକୁ କୋର୍ଟର ନିର୍ଦ୍ଦେଶ

ଚେନ୍ନାଇ, ତାମିଲନାଡୁରେ ଥିବା ସିବିଆଇ ପାଇଁ ଏକ ଅପମାନ ଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଏକ କଂପାନୀରେ ଚଢାଉ କରି ସିବିଆଇ ଜବତ କରିଥିବା ସୁନାରୁ ଏବେ 103 କେଜି ସୁନା କୁଆଡା ଗାଏବ ହୋଇଯାଇଛି। ଜବତ ସୁନାକୁ ନେଇ ତନାଘନା ହେବା ପରେ ଘଟଣାଟି ଏବେ ପଦାକୁ ଆସିଛି। ଗାଏବ ହୋଇଥିବା ସୁନାର ମୂଲ୍ୟ ପ୍ରାୟ 45 କୋଟି ଟଙ୍କା ହେବ ବୋଲି ଜଣାପଡିଛି। ଏହି ଘଟଣାଟି ଜଣାପଡିବା ପରେ ଚେନ୍ନାଇ କୋର୍ଟ ସିଆଇଡି କୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଘଟଣାରୁ ଜଣପଡିଛି ଯେ, 2012 ମସିହାରେ ସିବିଆଇ ଚେନ୍ନାଇର ସୁରନା କର୍ପୋରେସନ ଲିମିଡେଟଡ ଅଫିସ ଉପରେ ଚଢାଉ କରିଥିଲା। ଏହି ଚଢାଉ ବେଳେ ସେଠାରୁ ସିବିଆଇ 400.5 କେଜି ସୁନା ଜବତ କରିଥିଲା। ଏଥିରେ ସୁନା ବିସ୍କୁଟ, ସୁନା ଅଳଙ୍କାର ପ୍ରଭୃତି ଥିଲା। ସେସବୁ ସୁନାକୁ ଆଣି ସିବିଆଇ ନିଜ ହେପାଜତରେ ରଖିଥିଲା। ହେଲେ ବର୍ତ୍ତମାନ ସେ ସୁନାକୁ ଯାଞ୍ଚ କରିବା ପରେ ସେଥିରୁ 103 କେଜି ସୁନା ଗାଏବ ହୋଇଥିବାର ଜଣାପଡିଛି।