ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଜରଡା ଥାନା ମର୍ମନ୍ତୁଦ ଅର୍ନ୍ତଗତ ଆନ୍ଧ୍ରପ୍ରଦେଶ ସୀମାନ୍ତ କେଶରିପଡା ଶ୍ମଶାନ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଯେଉଁଠି ସ୍ବାମୀ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ସ୍ତ୍ରୀର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।
ସୁଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା କାଞ୍ଚିଲି ଗ୍ରାମର ଚନ୍ଦନ ବାସୁଦେବ ନାମକ ଜଣେ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀ ଜାନକୀଙ୍କ ସହ ସ୍କୁଟି ଯୋଗେ ଜରଡା ଥାନା ଅର୍ନ୍ତଗତ ଖମ୍ବାରୀ ଗ୍ରାମର ନିଜ ବନ୍ଧୁଙ୍କ ଘରକୁ ବୁଲିବାକୁ ଆସିଥିଲେ। ସେଠାରୁ ବାସୁଦେବ ତାଙ୍କ ସ୍ତ୍ରୀଙ୍କ ସହ ନିଜ ଗ୍ରାମକୁ ଫେରିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଉଭୟ ରାସ୍ତା କଡ଼ରେ ପଡ଼ି ଗୁରୁତର ଅବସ୍ଥାରେ ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ପାତ୍ରପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ଜାନକୀଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।
ମୃତ ଜାନକୀଙ୍କ ଶବକୁ ପୋଲିସ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ପଠାଇଥିବା ବେଳେ ମୃତ ମହିଳାଙ୍କ ଭଉଣୀଙ୍କ ଅଭିଯୋଗ ଗ୍ରହଣ କରି ଘଟଣା ର ତଦନ୍ତ ଆରମ୍ଭ କରିଛି।