Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ଜଳଯୋଗ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦିର୍ଘାୟୁ କାମନା, ଦେଖନ୍ତୁ ଭିଡିଓ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଜଳଯୋଗ ମାଧ୍ୟମରେ ଜଣେ ସମାଜସେବୀ ନିଆରା ପ୍ରୟାସ କରିଛନ୍ତି। ଜନୈକ ସମାଜସେବୀ ଜଳଯୋଗ କରି ବିଶ୍ବଶାନ୍ତି ଓ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ସରପାରୀ ଗ୍ରାମର ସମାଜସେବୀ ସୁଦାମ ଚରଣ ସାହୁ ଏଭଳି ଏକ ନିଆରା ପ୍ରୟାସ କରିଛନ୍ତି।

ସୁଦାମ ଜଳଯୋଗ ମାଧ୍ୟମରେ ଧ୍ୟାନ ମୁଦ୍ରାରେ ପେଟ ଓ ମୁଣ୍ଡ ଉପରେ ଏକ ଥାଳିରେ ଦୀପ ଜାଳି ମଲାଗୁଣୀ ନଦୀରେ ଦିର୍ଘ ସମୟଧରି ଭାସି ରହିଥିଲେ। ସୁଦାମଙ୍କ ବାର୍ତ୍ତା ଆସନ୍ତା ସପ୍ତାହରେ ଅଯୋଧ୍ୟାରେ ଜଳଯୋଗ କରିବେ। ଏହା ମାଧ୍ୟମରେ ବିଶ୍ୱର କଲ୍ୟାଣ ନିମନ୍ତେ ଶାନ୍ତି ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘାୟୁ କାମନା କରିବେ। ଏହି ସମୟରେ ସେ ୨୧ ଦିନ ଧରି ପାଣି ଉପରେ ଜଳଯୋଗ କରିବା ସହିତ ୨୧ଲକ୍ଷ ଦୀପ ଜାଳିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ରାମ ଭକ୍ତ ଓ ହନୁମାନ ଭକ୍ତ ମାନଙ୍କ ଠାରୁ ସୁଦାମ ଆଶୀର୍ବାଦ ଭିକ୍ଷା କରିଛନ୍ତି।