Categories
ଆଜିର ଖବର ଜାତୀୟ ଖବର

ମହିଳା କୁସ୍ତିଯୋଦ୍ଧାଙ୍କ ଆବେଦନ ଶୁଣିଲେ ସୁପ୍ରିମକୋର୍ଟ: ଦେଲେ ଏଭଳି ନିର୍ଦ୍ଦେଶ

ନୂଆଦିଲ୍ଲୀ: ମହିଳା କୁସ୍ତିଯୋଦ୍ଧାଙ୍କ ଆବେଦନ ଶୁଣିବା ପରେ ସୁପ୍ରିମକୋର୍ଟ ଏହି ମାମଲା ବନ୍ଦ କରି ଦେଇଛନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଇ) ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡଙ୍କ ବେଞ୍ଚ କହିଛନ୍ତି ଯେ, ଆମେ ଏଠାରେ ଏହି ମାମଲା ବନ୍ଦ କରୁଛୁ। ଯଦି ଆଉ କିଛି ଅଭିଯୋଗ ଅଛି, ତେବେ ଏହାକୁ ମାଜିଷ୍ଟ୍ରେଟ କିମ୍ବା ହାଇକୋର୍ଟରେ ରଖାଯାଇପାରିବ।

ଶୁଣାଣି ସମୟରେ ଭାରତ ସରକାରଙ୍କ ସଲିସିଟର ଜେନେରାଲ ବେଞ୍ଚକୁ କହିଛନ୍ତି ଯେ, ଅଭିଯୋଗକାରୀଙ୍କୁ କୋର୍ଟ ସୁରକ୍ଷା ନିର୍ଦ୍ଦେଶ ଦେଇଛନ୍ତି। ନାବାଳିକା ଅଭିଯୋଗକାରୀଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଦିଆଯାଇଛି। ସାଧା ପୋଷାକରେ ଥିବା ପୋଲିସ୍ ସୁରକ୍ଷା ଯୋଗାଉଛି, ଯାହା ଦ୍ଵାରା ପରିଚୟ ପ୍ରକାଶ ହୋଇପାରିବ ନାହିଁ। ଅବଶିଷ୍ଟ ୬ ଜଣ ବିପଦରେ ଥିବା ଜଣାପଡି ନାହିଁ। କିନ୍ତୁ ସେମାନଙ୍କୁ ମଧ୍ୟ ସୁରକ୍ଷା ଦିଆଯାଇଛି।