Categories
ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକ ଅରିନ୍ଦମ ଦାସଙ୍କ ପ୍ରତିମୂର୍ତ୍ତି ଉନମୋଚିତ, ଯୋଗ ଦେଲେ ଓଟିଭି ଏମଡି ଜାଗୀ ମଙ୍ଗତ ପଣ୍ଡା

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପ୍ରତିମୂର୍ତ୍ତି ଆଜି ତାଙ୍କ ଗ୍ରାମ କେଉଁଝର ଜିଲ୍ଲା ରାଇକେଲାରେ ଉନମୋଚିତ ହୋଇଛି। ଏହାକୁ ଓଡିଶା ଟେଲିଭିଜନ ନେଟୱର୍କର ଏମଡି ଜାଗୀ ମଙ୍ଗତ ପଣ୍ଡା ଉନମୋଚନ କରିଥିଲେ। ଏଥିରେ ଅରିନ୍ଦମଙ୍କ ମାଆ, ପରିବାର ଏବଂ ଗ୍ରାମବାସୀ ମଧ୍ୟ ଉପସ୍ଥିତ ଥିଲେ। ଏଥିସହିତ ଓଟିଭିର ନ୍ୟୁଜ ଏଡିଟର ରାଧାମାଧବ ମିଶ୍ର ମଧ୍ୟ ଯୋଗ ଦେଇଥିଲେ।

ତିଥି ଅନୁସାରେ ଆଜି ହେଉଛି ଅରିନ୍ଦମଙ୍କ ମୃତ୍ୟୁ ବାର୍ଷିକ। ହେଲେ ତାରିଖ ଅନୁସାରେ ସେ 2021 ସେପ୍ଟେମ୍ବର 24 ତାରିଖରେ ମୃତ୍ୟୁ ବରଣ କରିଥିଲେ। ସେଦିନ ସେ ମୁଣ୍ଡୁଳିଠାରେ ମହାନଦୀରେ ଫସି ରହିଥିବା ଏକ ହାତୀ ଉଦ୍ଧାର ଟିମରେ ଯାଇଥିଲେ। ଓଡ୍ରାଫ ଟିମର ଏହି ବୋଟଟି ପାଣି ଭିତରେ ବୁଡିଯାଇଥିଲା। ଫଳରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।