Categories
ଆଜିର ଖବର ଜାତୀୟ ଖବର

ଗାଡ଼ିରେ ଜାତି ଲେଖୁଛନ୍ତି କି??? ତାହେଲେ ହୋଇଯା’ନ୍ତୁ ସାବଧାନ!!!

ଲକ୍ଷ୍ନୌ:ଗାଡ଼ିରେ ଜାତିସୂଚକ ଶବ୍ଦ ଲେଖିଲେ କଠୋର ଦଣ୍ଡ ମିଳିବ। ଉତ୍ତରପ୍ରଦେଶ ସରକାର ଏପରି କଠୋର ନିୟମ ଆଣିଛନ୍ତି। ଗାଡିରେ ଜାତି ଲେଖୁଥିବା ମାଲିକଙ୍କ ଉପରେ ଯୋଗୀ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗାଡ଼ିରେ। ବ୍ରାହ୍ମଣ, ଜାଟ୍, ରାଜପୁତ, କ୍ଷତ୍ରୀୟ ଆଦି ଜାତିସୂଚକ ଶବ୍ଦ ଲେଖିଲେ କାର୍ଯ୍ୟାନୁଷ୍ଠାନ କରାଯିବା ନେଇ ସରକାର ସଂକେତ ଦେଇଛି। ଜାତିସୂଚକ ଶବ୍ଦ ଲେଖାଥିବ ଗାଡ଼ିଗୁଡିକୁ ଜବତ କରିବା ପାଇଁ ରାଜ୍ୟ ପରିବହନ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି।

ତେବେ ଉତ୍ତର ପ୍ରଦେଶରେ ଜାତିପ୍ରଥା ଯୋଗୁଁ ସମାଜ ପାଇଁ ବିପଦ ସୃଷ୍ଟି କରୁଛି। ମହାରାଷ୍ଟ୍ରର ଜଣେ ଶିକ୍ଷକ ହର୍ଷଲ ପ୍ରଭୁ ଏହିସବୁ ପ୍ରଥା ବନ୍ଦ ହେବା ଦରକାର ବୋଲି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପତ୍ର ଲେଖିଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ଅଭିଯୋଗ ପତ୍ରକୁ ଉତ୍ତରପ୍ରଦେଶ ସରକାରଙ୍କୁ ପଠାଇଥିଲେ। ପରେ ଏହି ଅଭିଯୋଗକୁ ତର୍ଜ୍ଜମା କରି ପରିବହନ ମନ୍ତ୍ରାଳୟ ଏପରି ନିୟମ କରିଥିବା ଜଣାପଡ଼ିଛି।