Categories
ଆଜିର ଖବର ଜାତୀୟ ଖବର

ଦେଶରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଟପିଲା ଅଢେଇ ଲକ୍ଷ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨,୬୪,୨୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୨,୭୨,୦୭୩ କୁ ବୃଦ୍ଧି ପାଇଛି।

ଆଜି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ କହିଛି ଯେ, ଦେଶରେ ଏ ପର୍ଯ୍ୟନ୍ତ କୋଭିଡ -୧୯ ର ଓମିକ୍ରନ୍ ଭାରିଆଣ୍ଟ୍ର ମୋଟ ୫ ହଜାର ୭୫୩ ଟି ମାମଲା ଚିହ୍ନଟ ହୋଇଛି। ଗତକାଲି ଠାରୁ ଏହା ୪.୮୩ ପ୍ରତିଶତ ବୃଦ୍ଧି । ସେହିପରି ଦେଶବ୍ୟାପୀ ଟୀକାକରଣ ଡ୍ରାଇଭରେ ଦେଶରେ ୧୫୫ କୋଟି ୩୯ ଲକ୍ଷରୁ ଅଧିକ କୋଭିଡ ଟିକା ଦିଆଯାଇଛି। ମନ୍ତ୍ରଣାଳୟ କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ୭୩ ଲକ୍ଷ ଆଠ ହଜାରରୁ ଅଧିକ କୋଭିଡ ଟିକା ଡୋଜ ହିତାଧିକାରୀଙ୍କୁ ଦିଆଯାଇଥିଲା।

ଗତ ୨୪ ଘଣ୍ଟା ମଧ୍ୟରେ ଏକ ଲକ୍ଷ ନଅ ହଜାରରୁ ଅଧିକ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି ଏବଂ ଜାତୀୟ ସୁସ୍ଥତା ହାର ୯୫.୨୦ ପ୍ରତିଶତ ରହିଛି। ଦେଶରେ କୋଭିଡ-୧୯ ରୁ ତିନି କୋଟିରୁ ଅଧିକ ୪୮ ଲକ୍ଷ ରୋଗୀ ସୁସ୍ଥ ହୋଇଛନ୍ତି। ମନ୍ତ୍ରଣାଳୟ କହିଛି ଯେ ଏପର୍ଯ୍ୟନ୍ତ ୬୯ କୋଟିରୁ ଅଧିକ ୯୦ ଲକ୍ଷ କୋଭିଡ-୧୯ ପରୀକ୍ଷା କରାଯାଇଛି।