Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଟୋକିଓରେ ବିଜିନେସ ମିଟ୍ କୁ ଉଦବୋଧନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Naveen In Japan: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତ କାଳରେ ଟୋକିଓଠାରେ ଆୟୋଜିତ ବିଜିନେସ ସମ୍ମିଳନୀକୁ ଉଦବୋଧନ ଦେଲେ। ଏଥିରେ ଯୋଗଦେଇଥିବା ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀ ଓଡିଶା ଉପରେ ଅବତାରଣା କରିଥିଲେ। ଏଥିରେ ସେ ଓଡିଶା ବ୍ୟବସାୟ ପାଇଁ କିପରି ଉପଯୁକ୍ତ ତାହା ସମସ୍ତଙ୍କୁ ଅବଗତ କରାଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନ ଜାପାନ ଗସ୍ତରେ ଅଛନ୍ତି। ମୁଖ୍ୟତଃ ରାଜ୍ୟକୁ ବିପୁଳ ପୁଂଜି ଆଣିବା ଲକ୍ଷ୍ୟ ନେଇ ଏକ ବଡ ପ୍ରତିନିଧୀ ଦଳ ସହିତ ସେ ଜାପାନ ଗସ୍ତ କରିଛନ୍ତି। ଗତକାଲି ସେ ନିପ୍ପନ ଷ୍ଟିଲ କଂପାନୀର ମୁଖ୍ୟଙ୍କ ସହିତ ଆଲୋଚନା କରିଥିଲେ। ଏଥିରେ ଓଡିଶାରେ କଂପାନୀ ଏକ ସର୍ବବୃହତ ଷ୍ଟିଲ ପ୍ରକଳ୍ପ ସ୍ଥାପନ ପାଇଁ ଘୋଷଣା କରିଥିଲେ।

ପୂର୍ବରୁ ନିପ୍ପନ ଓଡିଶାରେ ଆର୍ସଲର ମିତ୍ତଲ ସହିତ ମିଶି ଇସ୍ପାତ ପ୍ରକଳ୍ପ କରିବା ପାଇଁ ବୁଝାମଣା କରିଛି। ଏ ନେଇ କେନ୍ଦ୍ରାପଡାରେ ଏହି ଶିଳ୍ପ ପ୍ରତିଷ୍ଠା ହେବ ବୋଲି ନିଷ୍ପତି ହୋଇସାରିଛି। ସେଥିପାଇଁ କଂପାନୀ ଏବଂ ଶିଳ୍ପ ବିଭାଗ ତରଫରୁ ବହୁ ଅଧିକାରୀ ପ୍ରକଳ୍ପର ପ୍ରସ୍ତାବିତ ଜାଗା ବୁଲି ଦେଖିସାରିଛନ୍ତି।

ପୂର୍ବର ଏହି ପ୍ରକଳ୍ପ ପାଇଁ ବ୍ୟୟ ଅଟକଳ ରଖା ଯାଇଥିଲା ୧ ଲକ୍ଷ ୨ ହଜାର ୨୭୫ କୋଟି ଟଙ୍କା। ଏଥିସହିତ ଏହି ପ୍ରକଳ୍ପ ବାର୍ଷିକ ୨୪ ମେଟ୍ରିକ ଟନ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ଉତ୍ପାଦନ କରିବ ବୋଲି ନିଷ୍ପତି ହୋଇଥିଲା। ଏହି ମେଗା ପ୍ରକଳ୍ପ ସ୍ଥାପନ ଦ୍ବାରା ୧୬ ହଜାର ସିଧାସଳଖ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ବର୍ତ୍ତମାନ ନୂଆ ନିଷ୍ପତି ଅନୁସାରେ ଏହାର କ୍ଷମତା ବାର୍ଷିକ ୩୦ ମେଟ୍ରିକ ଟନ ଏବଂ ସ୍ବତନ୍ତ୍ର ଇସ୍ପାତ ଉତ୍ପାଦନ ପାଇଁ ଘୋଷଣା ହୋଇଛି। ଫଳରେ ଏହି ପ୍ରକଳ୍ପର ବ୍ୟୟ ଅଟକଳ ବହୁଗୁଣ ବୃଦ୍ଧି ପାଇବା ସହିତ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ଘଟିବ। ପୂର୍ବର ନିଷ୍ପତି ଅନୁସାରେ ଏହି ପ୍ରକଳ୍ପ ଦେଶର ବୃହତ ଶିଳ୍ପ ଥିଲା। ତେବେ ଜାପାନାରେ କଂପାନୀ ନୂଆ ନିଷ୍ପତି ଅନୁସାରେ ଏହା ବର୍ତ୍ତମାନ ବିଶ୍ବର ସର୍ବବୃହତ୍ ଶିଳ୍ପ ହେବ।

ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଜାପାନରେ ଥିବା ଓଡିଆମାନଙ୍କୁ ସାକ୍ଷାତ କରିବା ସହିତ ରାତ୍ରଭୋଜନ ମଧ୍ୟ କରିବେ। ପୂର୍ବରୁ ସେଠାରେ ଥିବା ଓଡିଆମାନେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି। ଆସନ୍ତା ୯ ତାରିଖରେ ମୁଖ୍ୟମନ୍ତ୍ରୀ ଓଡିଶା ଫେରିବାର କାର୍ଯ୍ୟକ୍ରମ ରହିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଜାପାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ନିପ୍ପନ ଷ୍ଟିଲ ର ସଭାପତି

Naveen In Japan: ଆଜି ଜାପାନ ରାଜଧାନୀ ଟୋକିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ନିପ୍ପନ ଷ୍ଟିଲ କଂପାନୀର ସଭାପତି। ସେ ହେଉଛନ୍ତି ଏଇଜି ହାସିମୋତୋ। ତାଙ୍କ ସହିତ କଂପାନୀର ଏକ ପ୍ରତିନିଧୀ ଦଳ ମଧ୍ୟ ଏହି ଆଲୋଚନାରେ ଭାଗ ନେଇଥିଲେ।

ଏହି ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାସିମୋତାଙ୍କୁ ଓଡିଶା ଆସିବା ପାଇଁ ନିମନ୍ତ୍ରଣ କରିଥିଲେ। ଏଥିରେ ସେ ରାଜି ହୋଇଥିବାର ଜଣାପଡିଛି। ଏହି ଆଲୋଚନା ବେଳେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଏବଂ ମୁଖ୍ୟମନ୍ତ୍ରୀଙ୍କ 5ଟି ସଚିବ ଭି କେ ପାଣ୍ଡିଆନ ସାମିଲ ଥିଲେ।