Categories
ଅପରାଧ ଆଜିର ଖବର ଜାତୀୟ ଖବର

ଜାହାଙ୍ଗୀରପୁରୀ ଦଙ୍ଗାରେ ୨୦ ଗ୍ୟାଙ୍ଗଷ୍ଟର ଜଡିତ, ଅପରାଧୀଙ୍କୁ ଧରିବା ପାଇଁ ଗଠନ ହେଲା ଟିମ୍

ନୂଆଦିଲ୍ଲୀ: ଜାହାଙ୍ଗୀରପୁରୀ ହିଂସା ମାମଲାରେ ପ୍ରତିଦିନ ନୂଆ ଖୁଲାସା କରାଯାଉଛି। ଏହି ମାମଲାରେ ସାମ୍ନାକୁ ଆସୁଥିବା ବଡ କଥା ହେଉଛି ଏହି ହିଂସାରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ମଧ୍ୟ ଜଡିତ ଥିଲେ। ଏହା କୁହାଯାଉଛି ଯେ, ଏହି ସମସ୍ତ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ରୁଜୁ ହୋଇଛି ଏବଂ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ତିହାର ଜେଲରେ ସଜା କାଟିଛନ୍ତି।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ହିଂସା ସମୟରେ ଏହି ଗ୍ୟାଙ୍ଗଷ୍ଟରମାନେ ଉପଦ୍ରବୀମାନଙ୍କୁ ସମର୍ଥନ କରି ଘଟଣାସ୍ଥଳରୁ ପଳାଇ ଯାଇଥିଲେ। କୁହାଯାଉଛି ଯେ, ପ୍ରାୟ ୨୦ ଜଣ ଚିହ୍ନିତ ଗ୍ୟାଙ୍ଗଷ୍ଟର ବଦମାସଙ୍କୁ ଧରିବା ପାଇଁ ଦିଲ୍ଲୀ ପୋଲିସର ୧୨ରୁ ଅଧିକ ଟିମ୍ ନିୟୋଜିତ ହୋଇଛନ୍ତି। ଏହି ସମସ୍ତ ଗ୍ୟାଙ୍ଗଷ୍ଟର ବିଷୟରେ ଅନସାରଙ୍କୁ ମଧ୍ୟ ପୋଲିସ ପଚରାଉଚରା କରୁଛି।

ପୋଲିସ ଜାଣିବାକୁ ଚେଷ୍ଟା କରୁଛି କି ଏହି ଅଞ୍ଚଳର ଏହି ଦୁର୍ବୃତ୍ତମାନେ ଆକ୍ରାମଣକାରୀଙ୍କୁ ସମର୍ଥନ ଏବଂ ହିଂସା ସୃଷ୍ଟି କରିବାରେ ସାହାଯ୍ୟ କରିଛନ୍ତି କି? ଗୁଳି ଚଳାଇବା ଭଳି ଘଟଣାରେ ସେମାନଙ୍କର ମଧ୍ୟ ହାତ ଅଛି କି? ଘଟଣାର ଠିକ୍ ପୂର୍ବରୁ ତିହାର ଜେଲରୁ ଜାମିନ କିମ୍ବା ପାରୋଲରେ ଆସିଥିବା ଗ୍ୟାଙ୍ଗଷ୍ଟର ବଦମାସଙ୍କୁ ଦିଲ୍ଲୀ ପୋଲିସ ମଧ୍ୟ ପଚରାଉଚରା କରିବାରେ ଲାଗିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଜାହାଙ୍ଗୀରପୁରୀ ହିଂସା ଘଟଣାର ବଡ ଖୁଲାସା, ଅସଲାମ ସମେତ ୧୫ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ଜାହାଙ୍ଗୀରପୁରୀ ହିଂସାରେ ଏକ ନୂଆ ଖୁଲାସା ହୋଇଛି। ହିଂସା ସମୟରେ ଦୁର୍ବୁତ୍ତମାନେ ମଧ୍ୟ ଗୁଳି ଚଳାଇଥିଲେ। ଯାହା ଏକ ଏଏସଆଇ ଦେହରେ ବାଜିଥିଲା। କୁହାଯାଉଛି ଯେ, ଏହି ଗୁଳିଟି ଅସଲମ ନାମକ ଜଣେ ବ୍ୟକ୍ତିଙ୍କ ଦ୍ଵାରା ଗୁଳି ଚଳାଯାଇଥିଲା। ତାଙ୍କଠାରୁ ଏକ ପିସ୍ତଲ ମଧ୍ୟ ଉଦ୍ଧାର କରାଯାଇଛି। ଗତକାଲି ହନୁମାନ ଜୟନ୍ତୀ ଅବସରରେ ଏହି ଶୋଭାଯାତ୍ରାରେ ପଥର ଫିଙ୍ଗିବା ଓ ନିଆଁ ଲାଗିଯାଇଥିଲା। ଏହି ହିଂସାରେ ୮ ଜଣ ପୋଲିସ କର୍ମଚାରୀଙ୍କ ସମେତ ପ୍ରାୟ ୯ ଜଣ ଆହତ ହୋଇଥିଲେ। ହିଂସା ଅଭିଯୋଗରେ ଏପର୍ଯ୍ୟନ୍ତ ଅସମଲଙ୍କ ସମେତ ୧୫ ଜଣଙ୍କୁ ଗିରଫ କରାଯାଇଛି।

FIR ରେ କ’ଣ ଲେଖାଯାଇଛି?:

– ସନ୍ଧ୍ୟା 6 ଟାରେ ଏହି ଶୋଭାଯାତ୍ରା ଜାହାଙ୍ଗୀରପୁରୀର ଜାମା ମସଜିଦରେ ପହଞ୍ଚିଥିଲା।

– ଅନସର ନାମକ ଜଣେ ବ୍ୟକ୍ତି ୪-୫ ସାଥୀଙ୍କ ସହିତ ପହଞ୍ଚିଥିଲେ।

– ଶୋଭା ଯାତ୍ରାରେ ଜଡିତ ଲୋକଙ୍କ ସହ ଅନସର ଯୁକ୍ତିତର୍କ କରିଥିଲେ।

– ଝଗଡା ବୃଦ୍ଧି ପାଇଲା ଏବଂ ପଥର ଫିଙ୍ଗିବା ଆରମ୍ଭ ହେଲା।

– ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ୪୦-୫୦ ଲୁହବୁହା ଗ୍ୟାସ ଗୁଳି ଚାଳନା କରାଯାଇଥିଲା।

– ଗୁଳି ଚଳାଇବା ଆର୍ମ୍ଭ ହୋଇଥିଲା।

– ଗୁଳି ଆଘାତ ଯୋଗୁଁ ଏସଆଇ ମେଦାଲାଲ ଆହତ ହୋଇଥିଲେ।

– ଗୁଳି ଚଳାଇବା, ପଥର ଫିଙ୍ଗିବା ଦ୍ୱାରା ସାମ୍ପ୍ରଦାୟିକ ଦଙ୍ଗା ହୋଇଥିଲା।