Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

ସାବଧାନ!, ଏଭଳି ଲୋକଙ୍କୁ କେବେ ବି କରନ୍ତୁ ନାହିଁ ବିଶ୍ଵାସ, ପସ୍ତାଇବେ ଜୀବନ ସାରା

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେଉଁ ଲୋକଙ୍କୁ କେବେ ବି ବିଶ୍ବାସ କରିବ ନାହିଁ ତାହାର ଉଲ୍ଲେଖ କରିଛନ୍ତି। ଚାଣକ୍ୟ ନୀତି ଅନୁସାରେ ଯେଉଁମାନେ ସାକ୍ଷାତରେ ସବୁବେଳେ ମିଠା କଥା କହନ୍ତି ସେମାନଙ୍କୁ ବର୍ଜନ କରନ୍ତୁ। କାରଣ ମିଠା କଥା କହି ଆପଣଙ୍କ ବିଶ୍ବାସକୁ ସେମାନେ ହରଣ କରନ୍ତି। ଆଉ ଠିକ୍ ସମୟରେ ପଛରୁ ଛୁରାଘାତ କରିଥାନ୍ତି। ଏହି ଶ୍ରେଣୀର ଲୋକେ ଆପଣଙ୍କୁ ବିଶ୍ବାସ ଜନ୍ମମାଇ ଆପଣଙ୍କର ଗୁପ୍ତ କଥା ହାତେଇ ନିଅନ୍ତି। ପରବର୍ତ୍ତି ସମୟରେ ଆପଣଙ୍କୁ ସମସ୍ୟାରେ ପକାନ୍ତି।

ସେଥିପାଇଁ ମିଷ୍ଟଭାଷୀ ଲୋକଙ୍କଠାରୁ ସବୁବେଳେ ଦୂରେଇ ରହନ୍ତୁ। କଦାପି ସେମାନଙ୍କୁ ବିଶ୍ବାସକୁ ନିଅନ୍ତୁ ନାହିଁ। ହଁ ଆପଣ ତାଙ୍କ ସହିତ ସଂପର୍କ ରଖିପାରନ୍ତି, ହେଲେ ଗଭୀର ସଂପର୍କ ରଖନ୍ତୁ ନାହିଁ। ଏମାନେ ହେଉଛନ୍ତି ପୂର୍ଣ୍ଣ ବିଷ ମାଠିଆ ଉପରେ ଥିବା କିଛି ଅମୃତ ସଦୃଶ୍ୟ।

Categories
ଆଜିର ଖବର ମନୋରଂଜନ

ଓମ ପ୍ରକାଶ ମହାନ୍ତିଙ୍କ ସଂଗୀତ ନିର୍ଦ୍ଦେଶନାରେ ଆରମ୍ଭ ହେଲା ‘ଜୀବନ ସାରା’ ଗୀତ ରେକର୍ଡିଂ

ଭୁବନେଶ୍ବର, ଆମ ଟିଭି ପ୍ରସ୍ତୁତ ରାସେଶ୍ୱରୀ ଏଣ୍ଟରଟେନମେଣ୍ଟ ପ୍ରଯୋଜିତ ନୂଆ ଓଡ଼ିଆ ଗୀତ “ଜୀବନ ସାରା” ଆଜି ରେକର୍ଡିଙ୍ଗ ହୋଇ ଯାଇଛି। ଓଡ଼ିଶାର ସୁନାମଧନ୍ୟ ଗୀତିକାର ଦେବଦାସ ଛୋଟରାୟଙ୍କ ରଚିତ ଗୀତଟି ର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଓମ୍ ପ୍ରକାଶ ମହାନ୍ତି।

କଣ୍ଠଦାନ କରିଛନ୍ତି ଅନୁରାଧା ପାଣିଗ୍ରାହୀ। ଗୀତଟି ଗଣେଶ ପୂଜା ଅବସରରେ ମୁକ୍ତିଲାଭ କରବ‌ ବୋଲି କାଯ୍ୟକାରୀ ପ୍ରଯୋଜକ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ସ୍ମୃତି ଅଡିଓ ଷ୍ଟୁଡିଓ ରେ ଗୀତ ରେକର୍ଡିଂ ହୋଇଥିଲା।