Categories
ଆଜିର ଖବର ରାଜ୍ୟ ଖବର

ଜେଏସ୍‌ଡବ୍ଲ୍ୟୁ ପକ୍ଷରୁ ଗରିବ ଅନ୍ତେବାସୀଙ୍କୁ ବଣ୍ଟାଗଲା କମ୍ବଳ

କୋଇରା: ଭୂମିହୀନଙ୍କୁ ଥଣ୍ଡାରୁ ରକ୍ଷା କରିବା ପାଇଁ ଅଗ୍ରଣୀ ଇସ୍ପାତ ଉତ୍ପାଦକ ଜେଏସଡବ୍ଲ୍ୟୁ ଷ୍ଟିଲ ପକ୍ଷରୁ ସୁନ୍ଦରଗଡ ଜିଲ୍ଲାର କୋଇରା ବ୍ଲକର ମାଲଦା ପଚାଂୟତର ଦଲିତା ଏବଂ ଗିଦେଇ ଗାଁର ଗରିବ ଅନ୍ତେବାସୀଙ୍କ ମଧ୍ୟରେ ସୋମବାର ଦିନ ଶୀତଦିନିଆ କମ୍ବଳ ବଂଟନ କରାଯାଇଛି ।

ଜେଏସଡବ୍ଲ୍ୟୁ ଷ୍ଟିଲର ସିଏସ୍‌ଆର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅଧିନରେ ଏହି ଗ୍ରାମଗୁଡିକରେ ୧୦୯ଟି କମ୍ବଳ ବଂଟନ କରାଯାଇଛି । କମ୍ବଳ ପାଇଥିବା ଜଣେ ହୀତାଧିକାରୀ ଦିଲୀପ ମୁଣ୍ଡା କହିଛନ୍ତି, “କମ୍ପାନୀର ପଦକ୍ଷେପ ପ୍ରଶଂସନୀୟ । କମ୍ବଳ ବଂଟନ କରିଥିବାରୁ ଆମେ ଜେଏସ୍‌ଡବ୍ଲ୍ୟୁ କୁ ଧନ୍ୟବାଦ ଦେଉଛୁ । ”

ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦା ରାମିଆ ମୁଣ୍ଡା ମଧ୍ୟ କମ୍ପାନୀର ଉଦ୍ୟମକୁ ପ୍ରଶଂସା କରିଛନ୍ତି। କୋଇରା ବ୍ଲକ ଡେଭେଲପମେଂଟ୍ ଅଫିସରଙ୍କ ନିର୍ଦ୍ଦେଶରେ କମ୍ପାନୀର ସିଏସ୍‌ଆର କାର୍ଯ୍ୟକ୍ରମ ଅଂଶବିଶେଷ ଭାବରେ ଏହି ପଦକ୍ଷେପ ନିଆଯାଇଛି । କୋଏରା ବ୍ଲକ୍ ଚେୟାରମ୍ୟାନ୍ ଆର କୁମୁଦିଆଲ୍ ଜେଏସଡବ୍ଲ୍ୟୁ ଷ୍ଟିଲର ଏଜିଏମ୍‌, ସିଏସ୍‌ଆର୍‌ ସାବଲ ଝାଙ୍କ ଉପସ୍ଥିତିରେ କମ୍ବଳ ଦାନ କରିଥିଲେ ।

ନିକଟରେ ବ୍ଲକ ଡେଭଲପମେଂଟ୍ ଅଫିସରଙ୍କ ପକ୍ଷରୁ କମ୍ପାନୀକୁ ଏହାର ସିଏସଆର ଅଧିନରେ ଗ୍ରାମରେ କମ୍ବଳ ବଂଟନ ନିମନ୍ତେ ଅନୁରୋଧ କରାଯାଇଥିଲା । ଏକ ଦାୟିତ୍ୱପୂର୍ଣ୍ଣ ଶିଳ୍ପ ସଂସ୍ଥା ଭାବରେ ସ୍ଥାନୀୟ ବାସିନ୍ଦାଙ୍କ ସୁବିଧା ପାଇଁ ଜେଏସ୍‌ଡବ୍ଲ୍ୟୁ ପକ୍ଷରୁ ବିଭିନ୍ନ ସମୟରେ ଏହି ଭଳି ସିଏସ୍‌ଆର୍ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି ।