Categories
ବିଶେଷ ଖବର ସ୍ବାସ୍ଥ୍ୟ

ଯକ୍ଷ୍ମା ରୋଗ ପାଇଁ ନିଜସ୍ୱ କୌଶଳ ବିକାଶ କରିଥିବା ଭାରତ ବିଶ୍ୱର ଏକମାତ୍ର ଦେଶ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଜେନେଭା ଠାରେ ଅନୁଷ୍ଠିତ ୭୬ ତମ ବିଶ୍ୱ ସ୍ୱାସ୍ଥ୍ୟ ସଭା ସମୟରେ ଯକ୍ଷ୍ମା (ଟିବି) ଉପରେ ଏକ କ୍ୱାଡ୍ ପ୍ଲସ୍ ସାଇଡ୍ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟ ମୁଖ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ୱାଡ୍ ପ୍ଲସ୍ ଦେଶ ଗୁଡିକରୁ ବିଶିଷ୍ଟ ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା, ଯାହା ଯକ୍ଷ୍ମା ଦ୍ୱାରା ସୃଷ୍ଟି ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ଆହ୍ୱାନର ମୁକାବିଲା ପାଇଁ ପ୍ରତିବଦ୍ଧତାକୁ ମଜଭୁତ କରିଥଲା ।

 

ଯକ୍ଷ୍ମା ମହାମାରୀ ଉପରେ ଭାରତର ସକ୍ରିୟ ପ୍ରତିକ୍ରିୟା ଉପରେ ଆଲୋକପାତ କରି ଡଃ ମାଣ୍ଡଭିୟ କହିଛନ୍ତି, “ଚଳିତ ବର୍ଷ ଆମେ ଭାରତରେ ଏକକ ବିଶ୍ୱ ଯକ୍ଷ୍ମା ସମ୍ମିଳନୀରେ ବିଶ୍ୱ ଯକ୍ଷ୍ମା ଦିବସ ପାଳନ କରିଥିଲୁ , ଯେଉଁଥିରେ ବାଧ୍ୟତାମୂଳକ ଭାବେ ଏକ ବିଶ୍ୱ, ଏକ ସ୍ୱାସ୍ଥ୍ୟର ଲୋକାଚାର ଉପରେ ଆଲୋକପାତ କରା ଯାଇଥିଲା, ଯାହା ଉପରେ ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଦୃଢ଼ ଭାବରେ ବିଶ୍ୱାସ କରନ୍ତି । ” ସେ ଏହା ମଧ୍ୟ କହିଛନ୍ତି ଯେ, ଭାରତ ହେଉଛି ବିଶ୍ୱର ଏକମାତ୍ର ଦେଶ ଯିଏକି ଏହାର ଯକ୍ଷ୍ମା ଭାରର ଆକଳନ ପାଇଁ ନିଜସ୍ୱ କୌଶଳ ବିକଶିତ କରିଛି । ସ୍ଥାନୀୟ ପ୍ରମାଣ ଉପରେ ଆଧାର କରି ଏକ ଗାଣିତିକ ମଡେଲ ବ୍ୟବହାର କରି ଭାରତ ବାର୍ଷିକ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ପୂର୍ବରୁ ଏହି ରୋଗର ପ୍ରକୃତ ଭାରର ସଠିକ୍ ନିର୍ଣ୍ଣୟ କରି ପାରିବ ।

ଯକ୍ଷ୍ମା ସମାପ୍ତି ଦିଗରେ ସାମୂହିକ ଅଗ୍ରଗତିର ମୂଲ୍ୟାଙ୍କନ କରିବାର ସୁଯୋଗ ଭାବରେ ଡକ୍ଟର ମାଣ୍ଡଭିୟ ଯକ୍ଷ୍ମା ଉପରେ ଆଗାମୀ ଜାତିସଂଘ ଉଚ୍ଚ ସ୍ତରୀୟ ବୈଠକ (ୟୁଏନ୍‌ଏଚ୍‌ଏଲ୍‌ଏଏମ୍‌) ର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତର ବୈଶ୍ୱିକ ନିରନ୍ତର ବିକାଶ ଲକ୍ଷ୍ୟର ପାଞ୍ଚ ବର୍ଷ ପୂର୍ବରୁ ୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମା ଦୂର କରିବାକୁ ଭାରତ ଯେଉଁ ଚେଷ୍ଟା କରୁଛି ସେହି ଉତ୍ସର୍ଗକୁ ପ୍ରଶଂସା କରିଛନ୍ତି ।

ଯକ୍ଷ୍ମା ନିୟନ୍ତ୍ରଣ କ୍ଷେତ୍ରରେ ଭାରତର ନିରନ୍ତର ଉଦ୍ୟମ ଉଲ୍ଲେଖନୀୟ ଫଳାଫଳ ପ୍ରଦାନ କରିଛି । ୨୦୧୫ ରୁ ୨୦୨୨ ପର୍ଯ୍ୟନ୍ତ ଦେଶରେ ଯକ୍ଷ୍ମା ଜନିତ ମାମଲା ଗୁଡିକରେ ୧୩% ହ୍ରାସ ଘଟିଛି, ଯାହା ୧୯ ପ୍ରତିଶତ ବିଶ୍ୱ ହାରକୁ ଅତିକ୍ରମ କରି ଯାଇଛି ବୋଲି ଡକ୍ଟର ମାଣ୍ଡବୀୟ ଘୋଷଣା କରିଛନ୍ତି । ଏଥିସହ, ବିଶ୍ୱର ହ୍ରାସ ହାର ୫.୯% ତୁଳନାରେ ସମାନ ଅବଧିରେ ଭାରତରେ ଯକ୍ଷ୍ମା ମୃତ୍ୟୁ ପରିମାଣ ୧୫% ହ୍ରାସ ପାଇଛି ।

ପ୍ରାଥମିକ ନିରାକରଣ, ଚିକିତ୍ସା ଏବଂ ପ୍ରତିଷେଧକ ପ୍ରଣାଳୀର ଗୁରୁତ୍ୱକୁ ସ୍ୱୀକାର କରି ଡକ୍ଟର ମାଣ୍ଡଭିୟ କହିଛନ୍ତି ଯେ, “ସମସ୍ତ ଲୁଚି ରହିଥିବା ମାମଲା ଚିହ୍ନଟ କରିବା ଏବଂ ଯେଉଁ ମାନଙ୍କ ପର୍ଯ୍ୟନ୍ତ ପହଂଚି ହେବ ନାହିଁ ସେମାନଙ୍କ ନିକଟରେ ପହଞ୍ଚିବା ପାଇଁ ଭାରତ ଆମର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଶେଷ ମାଇଲରେ ରୋଗୀଙ୍କୁ ନିରାକରଣ ଏବଂ ଚିକିତ୍ସା କରିଛି । ପ୍ରତ୍ୟେକ ରୋଗୀଙ୍କୁ ସମାନ ସ୍ୱାସ୍ଥ୍ୟସେବା ପରିସରଭୁକ୍ତ ନିଶ୍ଚିତ କରିବାକୁ, ଆମେ ୧.୫ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର ପ୍ରତିଷ୍ଠା କରିଛୁ ଯାହାକି ଅନ୍ୟାନ୍ୟ ପ୍ରାଥମିକ ସ୍ୱାସ୍ଥ୍ୟସେବା ସହିତ ସମସ୍ତ ରୋଗୀଙ୍କୁ ଯକ୍ଷ୍ମା ନିରାକରଣ ଏବଂ ଯତ୍ନ ଯୋଗାଇଥାଏ । ଏହା ଆମ ଦେଶର ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକ ମାନଙ୍କ ପାଇଁ ବିଶେଷ ରୂପରେ ଲାଭଦାୟକ ହୋଇଛି, ଯେଉଁଥିରେ ଦୁର୍ଗମ ଅଞ୍ଚଳରେ ମଧ୍ୟ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ପରିସରଭୁକ୍ତ ହେବାକୁ ସୁନିଶ୍ଚିତ କରିଛି । ”

ଘରୋଇ କ୍ଷେତ୍ର ସହିତ ଭାରତର ସଫଳ ସହଯୋଗକୁ ଡକ୍ଟର ମାଣ୍ଡଭିୟ ମଧ୍ୟ ଆଲୋକପାତ କରିଥିଲେ, ଯେଉଁଥିରେ ଯକ୍ଷ୍ମା ରୋଗୀଙ୍କ ପାଇଁ ସେମାନଙ୍କର ପସନ୍ଦ କେନ୍ଦ୍ର, କ୍ଲିନିକ୍ ଏବଂ ଡାକ୍ତରଙ୍କ ମାଧ୍ୟମରେ ଗୁଣାତ୍ମକ ଚିକିତ୍ସା ସକ୍ଷମ ହୋଇ ପାରିଛି । ଫଳସ୍ୱରୂପ, ଗତ ନଅ ବର୍ଷ ମଧ୍ୟରେ ଘରୋଇ କ୍ଷେତ୍ରର ବିଜ୍ଞପ୍ତି ସାତଗୁଣରୁ ଅଧିକ ବୃଦ୍ଧି ପାଇଛି ।

ଯକ୍ଷ୍ମା ସହିତ ଜଡିତ କୁପ୍ରଥା ପ୍ରସଙ୍ଗକୁ ସମ୍ବୋଧିତ କରି ଡକ୍ଟର ମାଣ୍ଡବୀୟ ଭାରତର ଅଗ୍ରଣୀ ସମ୍ପ୍ରଦାୟର ଯୋଗଦାନ ପ୍ରଣାଳୀ, ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ (ପିଏମ୍‌ଟିବିଏମ୍‌ବିଏ) ଉପରେ ଆଲୋକପାତ କରିଥିଲେ । ଏହି ଅଭିଯାନକୁ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ଆରମ୍ଭ କରିଥିଲେ । ଟିବି ରୋଗୀଙ୍କୁ ସେମାନଙ୍କର ଚିକିତ୍ସା ଯାତ୍ରା ସମୟରେ ସହାୟତା କରିବାକୁ ଏହା ଲକ୍ଷ୍ୟ ରଖିଛି । ନି-କ୍ଷୟ ମିତ୍ର କିମ୍ବା ଦାତାଙ୍କୁ ଅନ୍ତର୍ଭୁକ୍ତ କରୁଥିବା ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୮ ହଜାର ନି-କ୍ଷୟ ମିତ୍ର ପ୍ରାୟ ଏକ ଲକ୍ଷ ରୋଗୀଙ୍କୁ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇ ପ୍ରତିବର୍ଷ ପ୍ରାୟ ୧୪୬ ନିୟୁତ ଡଲାର ସଂଗ୍ରହ କରୁଛନ୍ତି ।

ଅଧିକନ୍ତୁ, ନି-କ୍ଷୟ ପୋଷଣ ଯୋଜନା ପ୍ରତିଷ୍ଠା କରି ଯକ୍ଷ୍ମାର ସାମାଜିକ – ଅର୍ଥନୈତିକ ପରିଣାମକୁ ସମାଧାନ କରିବାକୁ ଭାରତର ପ୍ରତିବଦ୍ଧତା ଉପରେ ଡକ୍ଟର ମାଣ୍ଡଭିୟ ଗୁରୁତ୍ୱାରୋପ କରିଥିଲେ । ଏହି ଅନନ୍ୟ ପଦକ୍ଷେପ ସିଧାସଳଖ ଲାଭ ହସ୍ତାନ୍ତର ମାଧ୍ୟମରେ ୭୫ ଲକ୍ଷରୁ ଅଧିକ ଲୋକ ମାନଙ୍କୁ ଯକ୍ଷ୍ମା ଚିକିତ୍ସା କରୁଥିବା ମାସିକ ପୁଷ୍ଟିକର ସହାୟତା ପ୍ରଦାନ କରିଥାଏ, ଯାହାର ପରିମାଣ ୨୦୧୮ ରେ ଆରମ୍ଭ ହେବା ଦିନ ଠାରୁ ୨୪୪ ମିଲିୟନ ଡଲାରରୁ ଅଧିକ ଅଟେ ।

ଡକ୍ଟର ମାଣ୍ଡଭିୟ ଏକକ ବିଶ୍ୱ ଯକ୍ଷ୍ମା ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଯକ୍ଷ୍ମା ପାଇଁ ଭାରତର ପରିବାର – କେନ୍ଦ୍ରିକ ଚିକିତ୍ସା ମଡେଲ ବିଷୟରେ କହିଥିଲେ, ଯାହା ପରିବାରର ପୁନରୁଦ୍ଧାରରେ ପରିବାରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ଦେଇଥାଏ । ଏକକ ବିଶ୍ୱ ଯକ୍ଷ୍ମା ସମ୍ମିଳନୀରେ ଏକ କ୍ଷୁଦ୍ର ଯକ୍ଷ୍ମା ପ୍ରତିରୋଧକ ଚିକିତ୍ସା (ଟିପିଟି) ଏବଂ ଯକ୍ଷ୍ମା ମୁକ୍ତ ପଞ୍ଚାୟତ ପଦକ୍ଷେପ ଆରମ୍ଭ କରା ଯାଇଥିଲା, ଯାହାକି ସ୍ଥାନୀୟ ସରକାରଙ୍କୁ ଯକ୍ଷ୍ମା ମୁକାବିଲା ପାଇଁ ଉତ୍ସାହିତ କରିଥାଏ ଏବଂ ଏହି ଅବସରରେ ସେମାନଙ୍କ ଉଦ୍ୟମ ପାଇଁ ପୁରସ୍କାର ପାଇବାକୁ ମଧ୍ୟ ଉତ୍ସାହିତ କରାଯାଇଥିଲା ।

ଯକ୍ଷ୍ମା ବିରୋଧରେ ଲଢ଼େ଼ଇରେ ଏକ ପ୍ରଭାବଶାଳୀ ଟିକା ବିକଶିତ କରିବାର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ବିଷୟରେ ଡଃ. ମାଣ୍ଡଭିୟ ଏହି ପରିପ୍ରେକ୍ଷୀରେ କହିଛନ୍ତି, “ଯେହେତୁ ଆମେ କୋଭିଡ୍ -୧୯ ମହାମାରୀରୁ ଶିଖିଛୁ, ଏହି ରୋଗକୁ ଦୂର କରିବା ପାଇଁ ସର୍ବଶେଷ ନିଦାନ ଏବଂ ଚିକିତ୍ସା ବିକଳ୍ପ ଗୁଡ଼ିକର ସମାନ ସୁବିଧା ସୁନିଶ୍ଚିତ କରିବା ପାଇଁ ବିଶ୍ୱକୁ ଅଧିକ ସହଯୋଗ କରିବା ଆବଶ୍ୟକ ।

୨୦୩୦ ସୁଦ୍ଧା ଯକ୍ଷ୍ମା ସମାପ୍ତ କରିବା ପାଇଁ ମିଳିତ ଜାତିସଂଘ ଉଚ୍ଚ ସ୍ତରୀୟ ବୈଠକ (ୟୁଏନ୍‌ଏଚ୍‌ଏଲ୍‌ଏଏମ୍‌)ର ଲକ୍ଷ୍ୟ ହାସଲ କରିବାକୁ, ଯକ୍ଷ୍ମା ରୋକିବା, ନିରାକରଣ ଏବଂ ଚିକିତ୍ସା ପାଇଁ ଆମକୁ ରୋଗୀ – କେନ୍ଦ୍ରିକ ଅଭିନବ ଉପାୟ ଖୋଜିବାକୁ ପଡିବ । ଭାରତ ଏହାର ଶିକ୍ଷାକୁ ବିଶ୍ୱ ସହିତ ବଂଟନ କରିବାକୁ ଏବଂ ଅନ୍ୟ ପ୍ରସଙ୍ଗରୁ ମଧ୍ୟ ଶିଖିବାକୁ ପ୍ରତିଶ୍ରୁତିବଦ୍ଧ । ”

ଡକ୍ଟର ମାଣ୍ଡଭିୟ ତାଙ୍କ ବକ୍ତବ୍ୟକୁ ସମାପ୍ତ କରି ନିଜର ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ , ନିରନ୍ତର ପ୍ରୟାସ ଏବଂ ନିଷ୍ଠା ଦ୍ୱାରା ୨୦୩୦ ପୂର୍ବରୁ ବିଶ୍ୱରୁ ଯକ୍ଷ୍ମା ଦୂର ହୋଇ ପାରିବ ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

‘ମାନବିକ ଅଧିକାର ଉପରେ ତୁମର ଶବ୍ଦ ହାସ୍ୟାସ୍ପଦ’: UNHRC ରେ ପାକିସ୍ତାନକୁ ଭାରତର କଡା ଜବାବ

ନୂଆଦିଲ୍ଲୀ: ମିଳିତ ଜାତିସଂଘର ମାନବାଧିକାର ପରିଷଦରେ ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ହିନା ରବାନୀ ପୁଣି ଥରେ ଭାରତ ବିରୋଧରେ ମିଥ୍ୟା ଅଭିଯୋଗ କରିବାକୁ ଚେଷ୍ଟା କରିଥିଲେ। ତାଙ୍କ ଅଭିଯୋଗକୁ ଭାରତ ଉପଯୁକ୍ତ ଉତ୍ତର ଦେଇଛି। ଜେନେଭାରେ ଭାରତୀୟ କୂଟନୀତିଜ୍ଞ ସୀମା ପୂଜାନି ପାକିସ୍ତାନକୁ ଆତଙ୍କବାଦ ବିସ୍ତାର କରୁଥିବା ଦେଶ ବୋଲି ବର୍ଣ୍ଣନା କରିଛନ୍ତି।

ରବାନୀଙ୍କୁ ଖଣ୍ଡନ କରି ପୂଜାନି କହିଛନ୍ତି ଯେ, ପାକିସ୍ତାନର ପ୍ରତିନିଧୀ ଭାରତ ବିରୁଦ୍ଧରେ ନିଜର କୁତ୍ସିତ ପ୍ରଚାର ପାଇଁ ଏହି ସମ୍ମାନଜନକ ପ୍ଲାଟଫର୍ମର ଅପବ୍ୟବହାର କରିଛନ୍ତି। ସେ କହିଛନ୍ତି ଯେ, “ମାନବିକ ଅଧିକାର ଉପରେ ପାକିସ୍ତାନର କଥାବାର୍ତ୍ତା ଏକ ହାସ୍ୟାସ୍ପଦ। ଯେଉଁମାନେ ସ୍ୱର ଉତ୍ତୋଳନ କରନ୍ତି ସେମାନେ ପାକିସ୍ତାନରେ ଅଦୃଶ୍ୟ ହୋଇଯାଆନ୍ତି।” ସେ କହିଛନ୍ତି ଯେ, ପାକିସ୍ତାନର ନିଜସ୍ୱ ଅନୁସନ୍ଧାନ ଆୟୋଗକୁ ଗତ ଦଶନ୍ଧି ମଧ୍ୟରେ ନିଖୋଜ ହେବାର ୮,୪୬୩ ଅଭିଯୋଗ ଆସିଛି।

ଭାରତ କହିଛି ଯେ, “ପାକିସ୍ତାନର ଛାତ୍ର, ଇଞ୍ଜିନିୟର, ଡାକ୍ତର, ଶିକ୍ଷକ କିମ୍ବା ନେତା, ଯିଏ ସ୍ୱର ଉତ୍ତୋଳନ କରେ ତାଙ୍କୁ ନିଖୋଜ କରିଦିଆଯାଉଛି। ବାଲୁଚୁ ଲୋକମାନେ ଏହି ନିଷ୍ଠୁର ନୀତିର ଶିକାର ହୋଇଛନ୍ତି।” ପଡୋଶୀ ଦେଶରେ ସଂଖ୍ୟାଲଘୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ଆଲୋକପାତ କରି ସୀମା ପୂଜାନି କହିଛନ୍ତି ଯେ, “ପାକିସ୍ତାନରେ ସଂଖ୍ୟାଲଘୁମାନଙ୍କ ପାଇଁ କୌଣସି ଧାର୍ମିକ ସ୍ୱାଧୀନତା ନାହିଁ। ସେମାନେ ସେମାନଙ୍କର ଧର୍ମ ପାଳନ କରିପାରନ୍ତି ନାହିଁ। ଅହମ୍ମଦିଆ ସମ୍ପ୍ରଦାୟ କେବଳ ସେମାନଙ୍କର ଆସ୍ଥା ପାଳନ ପାଇଁ ନିର୍ଯାତିତ ହେଉଛନ୍ତି।”

ସେ କହିଛନ୍ତି ଯେ, “ପାକିସ୍ତାନରେ ନିନ୍ଦା ଆଇନ ମାଧ୍ୟମରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଅତ୍ୟାଚାର କରାଯାଉଛି। ଖ୍ରୀଷ୍ଟିଆନଙ୍କ ପାଇଁ ସଫାଇ କାର୍ଯ୍ୟ ସଂରକ୍ଷିତ। ହିନ୍ଦୁ ଏବଂ ଶିଖ ସମ୍ପ୍ରଦାୟର ଧାର୍ମିକ ସ୍ଥାନ ଉପରେ ବାରମ୍ବାର ଆକ୍ରମଣ ହେଉଛି। ସଂଖ୍ୟାଲଘୁ ବାଳିକାମାନଙ୍କୁ ଜୋର କରି ଇସଲାମ ଧର୍ମ ପରିବର୍ତ୍ତନ କରାଯାଉଛି। ” କେବଳ ଏତିକି ନୁହେଁ, ଯେଉଁମାନେ ପାକିସ୍ତାନର ସେନାକୁ ଉପହାସ କରନ୍ତି, ସେମାନଙ୍କୁ ୫ ବର୍ଷ ଜେଲଦଣ୍ଡ ହେବ। ଏହି ବିଲ୍ ସଂସଦର ଟେବୁଲ ଉପରେ ଅଛି।”

ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦକୁ ପ୍ରକାଶ କରି ଭାରତୀୟ କୂଟନୀତିଜ୍ଞ କହିଛନ୍ତି ଯେ, “ପାକିସ୍ତାନ ସର୍ବଦା ଆତଙ୍କବାଦୀଙ୍କୁ ସୁରକ୍ଷା ଦେଇଆସୁଛି। ଆତଙ୍କବାଦୀ ହାଫିଜ ସଇଦ ଏବଂ ଆତଙ୍କବାଦୀ ମାସୁଦ ଅଜହରଙ୍କୁ ବର୍ଷ ବର୍ଷ ଧରି ଦେଶରେ ପ୍ରଶୟ ଦେଇଛି। ଆତଙ୍କବାଦୀ ଓସାମା ବିନ୍ ଲାଦେନ ପାକିସ୍ତାନୀ ସେନାର ପ୍ରତିରକ୍ଷା।” କାଶ୍ମୀର ବିଷୟରେ ଭାରତୀୟ କୂଟନୀତିଜ୍ଞ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ପାକିସ୍ତାନ ଆନ୍ତର୍ଜାତୀୟ ଫୋରମର ଅପବ୍ୟବହାର ବନ୍ଦ କରିବା ଉଚିତ। ସେ କହିଛନ୍ତି ଯେ, ଜାମ୍ମୁ କାଶ୍ମୀର ଏବଂ ଲଦାଖର ୟୁନିଅନ୍ ଟେରିଟୋରୀର ସମଗ୍ର ଅଞ୍ଚଳ ଭାରତର ଏକ ଅଂଶ ଥିଲା, ରହିଛି ଏବଂ ରହିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପାକିସ୍ତାନ ଭାରତୀୟ ଅଞ୍ଚଳକୁ ବେଆଇନ ଦଖଲରେ ରଖିଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଜେନେଭାରେ ଆରମ୍ଭ ହେବ ଦ୍ୱାଦଶ ଡବ୍ଲ୍ୟୁଟିଓ ମନ୍ତ୍ରୀସ୍ତରୀୟ ସମ୍ମିଳନୀ, ଭାରତର କଣ ରହିଛି ପ୍ରସ୍ତାବ

ନୂଆଦିଲ୍ଲୀ: ପ୍ରାୟ ପାଞ୍ଚ ବର୍ଷର ବ୍ୟବଧାନ ପରେ ଦ୍ୱାଦଶ ଡବ୍ଲୁଟିଓ ମନ୍ତ୍ରୀ ସ୍ତରୀୟ ସମ୍ମିଳନୀ ୧୨ ଜୁନ୍ ୨୦୨୨ ରୁ ସ୍ୱିଜରଲ୍ୟାଣ୍ଡର ଜେନେଭାରେ ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ସମ୍ମିଳନୀରେ ଆଲୋଚନା ଏବଂ ବୁଝାମଣାର ମୁଖ୍ୟ ପ୍ରସଙ୍ଗ ହେଉଛି ମହାମାରୀ ଉପରେ ଡବ୍ଲ୍ୟୁଟିଓର ପ୍ରତିକ୍ରିୟା, ମତ୍ସ୍ୟ ଧାରଣ କ୍ଷେତ୍ରରେ ସବସିଡି ବୁଝାମଣା, ଖାଦ୍ୟ ନିରାପତ୍ତାକୁ ମିଶାଇ କୃଷି ଜନିତ ପ୍ରସଙ୍ଗ ସମୂହ, ଡବ୍ଲ୍ୟୁଟିଓ ସଂସ୍କାର ଏବଂ ଇଲେକ୍ଟ୍ରୋନିକ୍ ଟ୍ରାନ୍ସମିସନ୍ ଉପରେ କଷ୍ଟମ୍ ଡ୍ୟୁଟି ଉପରେ ମହଲତ ପ୍ରଦାନ ।

ଏହି ସମ୍ମିଳନୀରେ ଏକ ଶକ୍ତିଶାଳୀ ଭାରତୀୟ ପ୍ରତିନିଧି ଦଳ ବାଣିଜ୍ୟ ଓ ଶିଳ୍ପ, ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ଏବଂ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କ ନେତୃତ୍ୱରେ ଯୋଗ ଦେବାକୁ ଯାଉଛନ୍ତି। ଦେଶର ସମସ୍ତ ହିତାଧିକାରୀଙ୍କ ସ୍ୱାର୍ଥ ତଥା ବିକାଶଶୀଳ ତଥା ଗରିବ ରାଷ୍ଟ୍ରର ସ୍ୱାର୍ଥ ରକ୍ଷା କରିବାରେ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ରହିଛି ଯେଉଁମାନେ ଡବ୍ଲ୍ୟୁଟିଓ ସମେତ ବହୁପକ୍ଷୀୟ ମଞ୍ଚରେ ଭାରତର ନେତୃତ୍ୱକୁ ଅପେକ୍ଷା ରଖୁଛନ୍ତି।

କୃଷି

କୃଷି କ୍ଷେତ୍ରରେ, ମେ ୨୦୨୨ ରେ, ଡିଜି- ଡବ୍ଲ୍ୟୁଟିଓ କୃଷି, ବାଣିଜ୍ୟ ଏବଂ ଖାଦ୍ୟ ନିରାପତ୍ତା ଉପରେ ତିନୋଟି ଚିଠା ପାଠ୍ୟ ଆଣିଥିଲା ଏବଂ ବିଶ୍ୱ ଖାଦ୍ୟ କାର‌୍ୟ୍ୟକ୍ରମକୁ ବୁଝାମଣା ପାଇଁ ରପ୍ତାନି ପ୍ରତିବନ୍ଧକରୁ ମୁକ୍ତ କରିଥିଲା। ନିଷ୍ପତ୍ତି ଚିଠାରେ ଭାରତର କିଛି ବ୍ୟବସ୍ଥା ଉପରେ ଆପତ୍ତି ରହିଛି ଏବଂ ବିଦ୍ୟମାନ ମନ୍ତ୍ରୀ ସ୍ତରୀୟ ବାଧ୍ୟତାକୁ କ୍ଷୁଣ୍ଣ ନକରି କୃଷି ଚୁକ୍ତିନାମା ଅନୁଯାୟୀ ଅଧିକାର ସଂରକ୍ଷଣ କରିବାକୁ ସକ୍ଷମ ହେବା ପାଇଁ ଆଲୋଚନା ଏବଂ ବୁଝାମଣା ପ୍ରକ୍ରିୟାରେ ସଂଶ୍ଳିଷ୍ଟ ଅଛି।

ଡବ୍ଲ୍ୟୁଟିଓରେ ବୁଝାମଣା ଅଧୀନରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସର୍ବନିମ୍ନ ସହାୟତା ମୂଲ୍ୟ (ଏମ୍ ଏସ୍ ପି) ରେ ଭାରତର ଖାଦ୍ୟ ଶସ୍ୟ କ୍ରୟ କାର‌୍ୟ୍ୟକ୍ରମର ସୁରକ୍ଷା ସହିତ ସମ୍ପର୍କିତ। ଏଭଳି କାର‌୍ୟ୍ୟକ୍ରମ ଗୁଡ଼ିକ କୃଷକମାନଙ୍କ ଠାରୁ ଲାଗୁ ହେଉଥିବା ମୂଲ୍ୟରେ କ୍ରୟକୁ ଅନ୍ତର୍ଭୁକ୍ତ କରେ ଏବଂ ଦେଶର କୃଷକ ଏବଂ ଖାଉଟିଙ୍କୁ ସହାୟତା କରିବା ପାଇଁ ଏହା ଏକ ପ୍ରମୁଖ ବିଷୟ ଜ୍ଝ ଡବ୍ଲ୍ୟୁଟିଓ ନିୟମାବଳୀ ଗୁଡ଼ିକ ରିହାତିକୁ ସୀମିତ କରେ ଯାହା ଆହରଣ କରା ଯାଉଥିବା ଏଭଳି ଉତ୍ପାଦ ଗୁଡିକୁ ପ୍ରଦାନ କରାଯାଇ ପାରେ।

ଜି – ୩୩ଙ୍କ ଦ୍ଵାରା ଏହି ପ୍ରସଙ୍ଗ ଉପରେ ଆଲୋଚନା ହେଉଛି, ଯାହା ବିକାଶଶୀଳ ଦେଶ ମାନଙ୍କର ଏକ ମିଳିତ ମଞ୍ଚ ଯେଉଁଥିରେ ଭାରତ ଏକ ପ୍ରମୁଖ ସଦସ୍ୟ ଏବଂ ଆଫ୍ରିକୀୟ ଗୋଷ୍ଠୀ ଏସିପି ଗ୍ରୁପ୍ ସହିତ ମିଶି ଖାଦ୍ୟ ସୁରକ୍ଷା ଉଦ୍ଦେଶ୍ୟରେ ସରକାରୀ ଗଚ୍ଛିତକରଣ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ୩୧ ମେ ୨୦୨୨ରେ ଏକ ପ୍ରସ୍ତାବ ଦାଖଲ କରିଛନ୍ତି। ଭାରତ ଡବ୍ଲ୍ୟୁଟିଓରେ ଖାଦ୍ୟ ନିରାପତ୍ତା ଉଦ୍ଦେଶ୍ୟରେ ପିଏସ୍ଏଚ୍ ଉପରେ ସ୍ଥାୟୀ ସମାଧାନ ପାଇଁ ଏକ ଜି-୩୩ ପ୍ରସ୍ତାବର ୧୫ ସେପ୍ଟେମ୍ବର ୨୦୨୧ରେ ସହ – ପ୍ରଯୋଜନା କରିଥିଲା ଯେଉଁଥିରେ ୩୮ ସଦସ୍ୟଙ୍କ ସହ-ପ୍ରଯୋଜନା ରହିଥିଲା।

ବୁଝାମଣାରେ ବିକାଶମୂଳକ ଦେଶଗୁଡିକ ଦ୍ଵାରା ଡିସେମ୍ବର ୨୦୧୩ରେ ବାଲିରେ ଡବ୍ଲ୍ୟୁଟିଓର ନବମ ମନ୍ତ୍ରୀସ୍ତରୀୟ ସମ୍ମିଳନୀରେ ଗ୍ରହଣ କରାଯାଇଥିବା ମନ୍ତ୍ରୀସ୍ତରୀୟ ନିଷ୍ପତ୍ତି ଉପରେ ଉନ୍ନତି ଆଣିବାକୁ ଇଚ୍ଛା କରା ଯାଉଛି ଯେଉଁଠାରେ ସଦସ୍ୟମାନେ ଖାଦ୍ୟ ସୁରକ୍ଷା ଉଦ୍ଦେଶ୍ୟରେ ସରକାରୀ ଗଚ୍ଛିତକରଣ ପ୍ରସଙ୍ଗରେ ସ୍ଥାୟୀ ସମାଧାନ ପାଇଁ ଆଲୋଚନା କରିବାକୁ ଡବ୍ଲ୍ୟୁଟିଓର ୧୧ଶ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଏଥିରେ ସହମତ ହୋଇଥିଲା। ସହମତି ପ୍ରକାଶ ପାଇଥିଲା ଯେ ମଧ୍ୟବର୍ତ୍ତୀ କାଳରେ, ଏକ ସ୍ଥାୟୀ ସମାଧାନ ନହେବା ପର‌୍ୟ୍ୟନ୍ତ, ସଦସ୍ୟମାନେ ୭ ଡିସେମ୍ବର ୨୦୧୩ ପୂର୍ବରୁ ପ୍ରତିଷ୍ଠିତ ଖାଦ୍ୟ ନିରାପତ୍ତା ଉଦ୍ଦେଶ୍ୟରେ ସରକାରୀ ଗଚ୍ଛିତକରଣ କାର‌୍ୟ୍ୟକ୍ରମକୁ ନେଇ ବିବାଦ ସୃଷ୍ଟି ନ କରିବା (ସାଧାରଣରେ ‘ଶାନ୍ତି ଧାରା’ କୁହାଯାଏ) ପାଇଁ ସଂଯମତା ଅବଲମ୍ବନ କରିବେ।

ଡବ୍ଲ୍ୟୁଟିଓରେ ଭାରତ ନେଇଥିବା ଦୃଢ ପଦକ୍ଷେପର ଫଳାଫଳ ଅନୁଯାୟୀ, ସ୍ଥାୟୀ ସମାଧାନ ହେବା ଏବଂ ଗ୍ରହଣ ନହେବା ପର‌୍ୟ୍ୟନ୍ତ ନଭେମ୍ବର ୨୦୧୪ ରେ ଡବ୍ଲୁଟିଓ ଜେନେରାଲ କାଉନସିଲ (ଜିସି) ର ନିଷ୍ପତ୍ତି ଦ୍ବାରା ଏହି ଶାନ୍ତି ଧାରା ବୃଦ୍ଧି କରା ଯାଇଥିଲା। ତେଣୁ, ଏହା ସୁନିଶ୍ଚିତ ହେଲା ଯେ ‘ଶାନ୍ତି ଧାରା’ ଚିରକାଳ ପାଇଁ ରହିବ ଜ୍ଝ ଡିସେମ୍ବର ୨୦୧୫ରେ ଆୟୋଜିତ ନାଇରୋବି ମନ୍ତ୍ରୀସ୍ତରୀୟ ସମ୍ମିଳନୀରେ ଡବ୍ଲୁଟିଓ ସଦସ୍ୟମାନେ ସ୍ଥାୟୀ ସମାଧାନ ପାଇଁ ଗଠନମୂଳକ କାର‌୍ୟ୍ୟ କରିବାକୁ ସହମତ ହୋଇଥିଲେ।

ଆଲୋଚନାରେ ଥିବା ଅନ୍ୟ ଏକ ବିଷୟ କୃଷିଜାତ ଦ୍ରବ୍ୟ ଉପରେ ରପ୍ତାନି ପ୍ରତିବନ୍ଧକ ଉପରେ ଅତିରିକ୍ତ ଶୃଙ୍ଖଳା ସହିତ ଜଡିତ। ରପ୍ତାନି ପ୍ରତିବନ୍ଧକ ଉପରେ ପ୍ରସ୍ତାବକମାନେ ଦୁଇଟି ପ୍ରସଙ୍ଗରେ ଫଳାଫଳ ଖୋଜୁଛନ୍ତି: (କ) ରପ୍ତାନି ପ୍ରତିବନ୍ଧକ ପ୍ରୟୋଗରୁ ବିଶ୍ ଖାଦ୍ୟ କାର‌୍ୟ୍ୟକ୍ରମ (ଡବ୍ଲୁଏଫପି) ଦ୍ବାରା ଅଣ-ବ୍ୟବସାୟିକ ମାନବିକ ଉଦ୍ଦେଶ୍ୟରେ କିଣା ଯାଇଥିବା ଖାଦ୍ୟ ସାମଗ୍ରୀରୁ ମୁକ୍ତ ଏବଂ (ଖ) ରପ୍ତାନି ପ୍ରତିବନ୍ଧକ ପଦକ୍ଷେପଗୁଡ଼ିକର ଅଗ୍ରୀମ ବିଜ୍ଞପ୍ତି; ବିଦ୍ୟମାନ ବିଜ୍ଞପ୍ତି ଆବଶ୍ୟକତା ଗୁଡ଼ିକର ଅନୁପାଳନକୁ ଉନ୍ନତ କରିବା ସହିତ ସମ୍ପୃକ୍ତ ଡବ୍ଲୁଟିଓ ନିୟମର ନିୟମାବଳୀ ଅନୁଯାୟୀ, ଡବ୍ଲୁଟିଓର ସଦସ୍ୟମାନେ ସାମୟିକ ଭାବରେ ରପ୍ତାନି ନିଷେଧ କିମ୍ବା ପ୍ରତିବନ୍ଧକ ଲଗାଇ ପାରିବେ କିମ୍ବା ଦେଶ ପାଇଁ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀର ଅଭାବକୁ ଦୂର କରିବେ। ଅଭାବ, ମୂଲ୍ୟ ବୃଦ୍ଧି ଏବଂ ନୀତିର ଫଳପ୍ରଦତା ଉପରେ ଏହିପରି ପଦକ୍ଷେପ ଗୁଡ଼ିକର ଅଗ୍ରୀମ ସୂଚନା ପ୍ରଦାନର ପ୍ରଭାବକୁ ଦୃଷ୍ଟିରେ ରଖି ବିକାଶଶୀଳ ଦେଶ ସଦସ୍ୟଙ୍କ ପାଇଁ ବିଜ୍ଞପ୍ତି ଆବଶ୍ୟକତାକୁ ଭାର ଦେବାରେ ଭାରତ ଚିନ୍ତା କରୁଛି।

ଡବ୍ଲୁଏଫପିର ଅବଦାନ ବିଷୟରେ

ଭାରତ ବର୍ଷ ବର୍ଷ ଧରି ଡବ୍ଲୁଏଫପିରେ ଏକ ପ୍ରମୁଖ ଯୋଗଦାନ ଦେଇଛି ଏବଂ ଖାଦ୍ୟ ଯୋଗାଣ ସହିତ ପଡୋଶୀ ଦେଶକୁ ସହାୟତା ପ୍ରଦାନ କରିବା ସହିତ ଡବ୍ଲୁଏଫପିର କ୍ରୟ ପାଇଁ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇ ନାହିଁ।

କୃଷି କ୍ଷେତ୍ରରେ ଆଲୋଚନାର ଅନ୍ୟାନ୍ୟ କ୍ଷେତ୍ର ହେଉଛି ବଜାର ପ୍ରବେଶ, ଘରୋଇ କୃଷି ଉତ୍ପାଦକମାନଙ୍କୁ ଆମଦାନୀ ବୃଦ୍ଧି ଏବଂ ହଠାତ୍ ମୂଲ୍ୟ ହ୍ରାସରୁ ରକ୍ଷା କରିବା ପାଇଁ ବିକାଶଶୀଳ ଦେଶଗୁଡିକ ପାଇଁ ସ୍ୱତନ୍ତ୍ର ସୁରକ୍ଷା ପ୍ରଣାଳୀ ଇତ୍ୟାଦି।

ଡବ୍ଲ୍ୟୁଟିଓ ମତ୍ସ୍ୟଜୀବୀ ଆଲୋଚନା

ଆଗାମୀ ଏମସି -୧୨ରେ ମତ୍ସ୍ୟ ଚୁକ୍ତି ଶେଷ କରିବାକୁ ଭାରତ ଆଗ୍ରହୀ, କାରଣ ଅନେକ ଦେଶ ଦ୍ୱାରା ଅଯୈ।କ୍ତିକ ସବସିଡି ଏବଂ ଅଧିକ ମାଛ ଧରିବା ଭାରତୀୟ ମତ୍ସ୍ୟଜୀବୀ ଏବଂ ସେମାନଙ୍କ ଜୀବିକାକୁ କ୍ଷତି ପହଞ୍ଚାଉଛି।

ମତ୍ସ୍ୟଜୀବୀ ମାନବିକତା ପାଇଁ ଏକ ସାଧାରଣ ଅନୁଦାନ, ଏକ ବିଶ୍ୱବ୍ୟାପୀ ସାଧନ। ତେଣୁ, ଏହିପରି ଉତ୍ସ ଗୁଡ଼ିକର ଅଂଶୀଦାର ସମାନ ଏବଂ ଯଥାର୍ଥ ହେବା ଉଚିତ୍। ଚୁକ୍ତିରେ ଯେକୈଣସି ଅସନ୍ତୁଳନ ଆମକୁ ସାମ୍ପ୍ରତିକ ମତ୍ସ୍ୟଜୀବୀ ବ୍ୟବସ୍ଥାରେ ବାନ୍ଧି ରଖିବ, ଯାହା ସମସ୍ତଙ୍କ ଭବିଷ୍ୟତର ଆବଶ୍ୟକତା ପୂରଣ କରିପାରିବ ନାହିଁ। ସ୍ଥିରତା ପାଇଁ, ବଡ ସବସିଡି ପ୍ରଦାନକାରୀମାନେ ସେମାନଙ୍କର ସବସିଡି ଏବଂ ମତ୍ସ୍ୟଚାଷ କ୍ଷମତା ହ୍ରାସ କରିବା ପାଇଁ ଅଧିକ ଦାୟିତ୍ଵ ଗ୍ରହଣ କରିବା ଆବଶ୍ୟକ। ଦେଶ ଗୁଡ଼ିକର ବିକାଶ ସହିତ ସମୟ ସହିତ ଆବଶ୍ୟକତା ବଦଳିଯିବ। ସାମୁଦ୍ରିକ ଜଳ ଏବଂ ଉଚ୍ଚ ସମୁଦ୍ରରେ ମତ୍ସ୍ୟଚାଷ ପାଇଁ ବର୍ତ୍ତମାନର ଏବଂ ଭବିଷ୍ୟତର ଆବଶ୍ୟକତାକୁ ସନ୍ତୁଳିତ କରିବା ପାଇଁ ଯେକୈଣସି ଚୁକ୍ତିନାମା କରିବାକୁ ପଡିବ।

ଗରିବ ମତ୍ସ୍ୟଜୀବୀଙ୍କ ଜୀବିକା ରକ୍ଷା ତଥା ଏକ ଦେଶର ଖାଦ୍ୟ ନିରାପତ୍ତା ସମସ୍ୟାର ସମାଧାନ ପାଇଁ, ମତ୍ସ୍ୟ କ୍ଷେତ୍ରର ବିକାଶ ପାଇଁ ଆବଶ୍ୟକ ନୀତି ସ୍ଥାନ ଏବଂ ଅଧିକ କ୍ଷମତା ଅଧୀନରେ ଥିବା ଶୃଙ୍ଖଳାକୁ କାର‌୍ୟ୍ୟକାରୀ କରିବା ପାଇଁ ଭାରତକୁ ସ୍ୱତନ୍ତ୍ର ଏବଂ ଭିନ୍ନ ଭିନ୍ନ କାମ କରିବା ଆବଶ୍ୟକ। ଉପକୂଳବର୍ତ୍ତୀ ରାଜ୍ୟ ଗୁଡିକର ଅଧିକାରଗୁଡିକ ସେମାନଙ୍କର ସାମୁଦ୍ରିକ ଅଧିକାର ମଧ୍ୟରେ ଥିବା ଜୀବ ସମ୍ପଦକୁ ଅନୁସନ୍ଧାନ ଏବଂ ପରିଚାଳନା କରିବା ପାଇଁ, ଆନ୍ତର୍ଜାତୀୟ ଉପକରଣରେ ଅନ୍ତର୍ଭୁକ୍ତ ହେବା ଆବଶ୍ୟକ।

ଯୁଗ ଯୁଗ ଧରି ପରିବେଶର ସୁରକ୍ଷା ଭାରତୀୟ ନୈତିକତା ସହିତ ଜଡିତ ଥିଲା ଏବଂ ବିଭିନ୍ନ ଆନ୍ତର୍ଜାତୀୟ ଫୋରମରେ ବାରମ୍ବାର ଗୁରୁତ୍ୱ ଦିଆଯାଉଥିଲା

ଇ-ବାଣିଜ୍ୟ

୧୯୯୮ରେ, ଡବ୍ଲୁଟିଓର ଜେନେରାଲ କାଉନସିଲ୍ (ଜିସି) ଇ-କମର୍ସ (ଡବ୍ଲୁପିଇସି) ଉପରେ କାର‌୍ୟ୍ୟ ପ୍ରୋଗ୍ରାମ ପ୍ରତିଷ୍ଠା କରିଥିଲା, ଯାହା ବିଶ୍ଵର ଇ-ବାଣିଜ୍ୟ ସହ ଜଡିତ ସମସ୍ତ ବାଣିଜ୍ୟ ସମ୍ବନ୍ଧୀୟ ପ୍ରସଙ୍ଗକୁ ସମ୍ପୂର୍ଣ୍ଣ ଭାବରେ ଯାଞ୍ଚ କରିବା ପାଇଁ ବିକାଶଶୀଳ ଦେଶର ଆର୍ଥିକ, ଆର୍ଥିକ ଏବଂ ବିକାଶ ଆବଶ୍ୟକତାକୁ ହିସାବ କରି ଡବ୍ଲୁପିଇସି ପ୍ରତିଷ୍ଠା କରିଥିଲା ​। ୨୦୧୭ ରେ ଆରମ୍ଭ ହୋଇଥିବା ଇ-ବାଣିଜ୍ୟ ଉପରେ ମିଳିତ ଷ୍ଟେଟମେଣ୍ଟ ଇନିସିଏଟିଭ୍ ଅଧୀନରେ, ୮୬ ଡବ୍ଲୁଟିଏଚଓ ସଦସ୍ୟ ଇଲେକ୍ଟ୍ରୋନିକ୍ ପ୍ରାମାଣିକରଣ, ଡିଜିଟାଲ୍ ଉତ୍ପାଦର ଭେଦଭାବ ନକରିବା, ସୀମା ତଥ୍ୟର ମୁକ୍ତ ପ୍ରବାହ, ଡାଟା ଲୋକାଲାଇଜେସନ୍ ଭଳି ପ୍ରସଙ୍ଗରେ ବାଣିଜ୍ୟ ନିୟମ ଉପରେ ଆଲୋଚନା କରୁଛନ୍ତି।

ଘରୋଇ ଶାରୀରିକ ଏବଂ ଡିଜିଟାଲ ଭିତ୍ତିଭୂମିର ଉନ୍ନତି, ସହାୟକ ନୀତି ଏବଂ ନିୟାମକ ଢାଞ୍ଚା ସୃଷ୍ଟି କରିବା ଏବଂ ଆମର ଡିଜିଟାଲ ସାମର୍ଥ୍ୟର ବିକାଶ ଉପରେ ଆମକୁ ପ୍ରଥମେ ଧ୍ୟାନ ଦେବା ଆବଶ୍ୟକ। ସେହି ଅନୁଯାୟୀ, ଇ-ବାଣିଜ୍ୟରେ ଭାରତ ଯେଏସଆଇରେ ଯୋଗ ଦେଇ ନାହିଁ କାରଣ ଆମେ ବିଶ୍ବାସ କରୁ ଯେ ବହୁମୁଖୀ ରାସ୍ତା ଅନ୍ତର୍ଭୂକ୍ତ ଏବଂ ବିକାଶ-ଆଧାରିତ ଫଳାଫଳ ହାସଲ କରିବା ପାଇଁ ସର୍ବୋତ୍ତମ ଅଟେ।

୧୯୯୮ ମସିହାରୁ ଇଲେକ୍ଟ୍ରୋନିକ୍ ଟ୍ରାନ୍ସମିସନ୍ ଉପରେ କଷ୍ଟମ୍ ଡ୍ୟୁଟି ଲାଗୁ ନକରିବାକୁ ଡବ୍ଲୁଟିଓ ସଦସ୍ୟମାନେ ରାଜି ହୋଇଛନ୍ତି ଏବଂ କ୍ରମାଗତ ଭାବେ ମନ୍ତ୍ରୀସ୍ତରୀୟ ସମ୍ମିଳନୀରେ ମାରାଟୋରିୟମ୍ ବୃଦ୍ଧି କରାଯାଇଛି।

ଡବ୍ଲୁଟିଓ ସଂସ୍କାର

ଭାରତ ବିଶ୍ବାସ କରେ ଯେ ଡବ୍ଲ୍ୟୁଟିଓ ସଂସ୍କାର ଆଲୋଚନା ଏହାର ମୈଳିକ ନୀତିକୁ ଦୃଢ଼ କରିବା, ସ୍ବତନ୍ତ୍ର ଏବଂ ଭିନ୍ନ ଭିନ୍ନ ଚିକିତ୍ସାକୁ ସଂରକ୍ଷଣ କରିବା ଉପରେ ସହମତି ଭିତ୍ତିକ ନିଷ୍ପତ୍ତି ନେବା, ଭେଦଭାବ ନକରିବା, ସ୍ବତନ୍ତ୍ର ଏବଂ ଭିନ୍ନ ଭିନ୍ନ ଚିକିତ୍ସା ଉପରେ ଧ୍ୟାନ ଦେବା ଆବଶ୍ୟକ।

ଫେବୃଆରୀ ୨୦୨୨ରେ ଏମସି ୧୨ ପର‌୍ୟ୍ୟନ୍ତ ସଂସ୍କାର ଆଲୋଚନାକୁ ଚାଲୁ ରଖିବା ପାଇଁ ଫେବୃଆରୀ ୨୦୨୨ ରେ ଦାଖଲ ହୋଇଥିବା ରିପୋର୍ଟ ଅନେକ ଥର ସଂଶୋଧିତ ହୋଇଛି।

ନଭେମ୍ବର ୨୦୨୧ରେ ଭାରତ ଏକ ପ୍ରସ୍ତାବ ଆଣିଥିଲା ​​ଯେଉଁଥିରେ ୟୁରୋପୀୟ ୟୁନିଅନ୍ ଏବଂ ବ୍ରାଜିଲର ପ୍ରସ୍ତାବ ଉପରେ ପ୍ରଶ୍ନ ଉଠାଇବା ପାଇଁ ଭାରତ ଆଗେଇ ଆସିଥିଲା। ସଂସ୍କାର ପ୍ୟାକେଜ୍ର ଉପାଦାନଗୁଡ଼ିକ ଉପରେ ପ୍ରଥମେ ସହମତ ନହୋଇ, ଡବ୍ଲୁଟିଓ ସଂସ୍କାରକୁ ସମର୍ଥନ କଲା ନାହିଁ।

ମହାମାରୀର ଡବ୍ଲୁଟିଓ ର ପ୍ରତିକ୍ରିୟା

ମହାମାରୀ ଉପରେ ଡବ୍ଲୁଟିଓ ର ପ୍ରତିକ୍ରିୟାରେ ଫଳାଫଳ ହେଉଛି ଏମସି ୧୨ ପାଇଁ ଏକ ପ୍ରାଥମିକ କଥା ଯେଉଁଥିରେ ଟିଆରପିଏସ ଛାଡ ପ୍ରସ୍ତାବ ଅନ୍ତର୍ଭୁକ୍ତ। ଜୁନ୍ ୨୦୨୧ ରେ, ଜିସି ଚେୟାର୍ ନ୍ୟୁଜିଲ୍ୟାଣ୍ଡର ରାଷ୍ଟ୍ରଦୂତ ଡେଭିଡ୍ ୱାକରଙ୍କ ସହ ଏକ ସୁବିଧାଜନକ ନେତୃତ୍ୱ ପ୍ରକ୍ରିୟା ଆରମ୍ଭ କରିଥିଲା। ଏହି କ୍ଷେତ୍ରରେ କାର‌୍ୟ୍ୟ ପାଇଁ ସେ ୬ଟି ଭୂଲମ୍ବ ଚିହ୍ନଟ କରିଥିଲେ – ରପ୍ତାନି ପ୍ରତିବନ୍ଧକ; ବାଣିଜ୍ୟ ସୁବିଧା, ନିୟାମକ ସମନ୍ୱୟ, ସହଯୋଗ ଏବଂ ଶୁଳ୍କ; ସେବାଗୁଡିକର ଭୂମିକା; ସ୍ୱଚ୍ଛତା ଏବଂ ମନିଟରିଂ; ଅନ୍ୟ ସଂସ୍ଥା ସହିତ ସହଯୋଗ; ଭବିଷ୍ୟତର ମହାମାରୀକୁ ଅଧିକ ପ୍ରଭାବଶାଳୀ ଭାବରେ ପ୍ରତିକ୍ରିୟା କରିବାକୁ ଢାଞ୍ଚା ସମସ୍ତ ସଦସ୍ୟଙ୍କ ସମସ୍ୟାର ସମାଧାନ ପାଇଁ ଉପରୋକ୍ତ ଉପାଦାନଗୁଡ଼ିକ ଉପରେ ସନ୍ତୁଳିତ ଫଳାଫଳ ପାଇଁ ଏକ ସହମତି ଭିତ୍ତିରେ ଭାରତ ବର୍ତ୍ତମାନ ବିଭିନ୍ନ ସଦସ୍ୟ ଏବଂ ଗୋଷ୍ଠୀ ସହିତ ଆଲୋଚନାରେ ନିୟୋଜିତ ଅଛି।

ମହାମାରୀର ମୁକାବିଲା ପାଇଁ ଡବ୍ଲ୍ୟୁଟିଏଚଓ ଚୁକ୍ତିରେ ଅତିରିକ୍ତ ‘ସ୍ଥାୟୀ’ ଶୃଙ୍ଖଳା ଉପରେ ଭାରତର ଚିନ୍ତା ରହିଛି। ବଜାର ପ୍ରବେଶ, ସଂସ୍କାର, ରପ୍ତାନି ଉପରେ ପ୍ରତିବନ୍ଧକ ଏବଂ ସ୍ୱଚ୍ଛତା ଭଳି ମହାମାରୀର ଆହ୍ବାନକୁ ଭାରତ ଏକତ୍ର କରିବାକୁ ଚାହୁଁନାହିଁ। ଭାରତ ଚାହୁଁଛି ଯେ ଡବ୍ଲୁଟିଓର ମହାମାରୀର ପ୍ରତିକ୍ରିୟାରେ ଯୋଗାଣ ପାର୍ଶ୍ୱ ପ୍ରତିବନ୍ଧକକୁ ସମାଧାନ କରିବାକୁ ପଡିବ ଏବଂ ଫଳାଫଳ ବିଶ୍ବାସଯୋଗ୍ୟ ହେବ।