Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜେଲର୍ ମାଡରେ କଏଦୀ ଆହତ, ଡାକ୍ତରଖାନାରେ ଭର୍ତ୍ତି

କନ୍ଦର୍ପ ବେହେରା
ରେଢାଖୋଲ: ଜେଲ୍ ଭିତରେ କଏଦୀମାନଙ୍କୁ ନିମ୍ନ ମାନର ଖାଦ୍ୟ ଦେବା ଅଭିଯୋଗ କରିବାରୁ ଜେଲରଙ୍କ ମାଡ଼ରେ ୩ କଏଦୀ ଆହତ ହୋଇଥିବା ବେଳେ ଶେଷରେ ଚିକିତ୍ସା ପାଇଁ ରେଢାଖୋଲ ହସ୍ପିଟାଲରେ ଭର୍ତ୍ତି ହେବା ଘଟଣା ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଘଟଣାରୁ ପ୍ରକାଶ ଯେ, ଜେଲ ଭିତରେ ନିମ୍ନମାନର ଖାଦ୍ୟ ଦିଆଯିବାରୁ ଜନୈକ କଏଦୀ ଏହାର ଦୃଢ ପ୍ରତିବାଦ କରିବାରୁ ତାଙ୍କୁ ଜେଲ୍ ୱାଡର ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ଖବର ମୁତାବକ, ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟକୁ ଆଜି ୩ କଏଦୀ ଚିକିତ୍ସା ନିମନ୍ତେ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଗୁରତର ଆହତ ହୋଇଥିଲେ। ତାଙ୍କ ମୁଣ୍ଡ ଫାଟି ରକ୍ତ ବୋହୁଥିଲା। ତରବରିଆ ଭାବେ ଗୁରୁତର କଏଦୀଙ୍କ ଚିକିତ୍ସା କରାଯାଇଥିଲା। ଚିକିତ୍ସା ପରେ ସେମାନେ ମେଡିକାଲରୁ ବାହାରି ପୁଲିସ ଗାଡ଼ିରେ ବସୁଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଏହି ଘଟଣା ସମ୍ପର୍କରେ କହିଥିଲେ। ସେମାନଙ୍କ ଉପରେ ଜେଲର ଅତ୍ୟାଚାର କରୁଥିବା ଗଣମାଧ୍ୟମ ଆଗରେ ଅଭିଯୋଗ କରିଥିଲେ।

ସେମାନଙ୍କ କହିବା ମୁତାବକ, ସେମାନଙ୍କୁ ଜେଲ୍‌ରେ ଖାଇବା ପିଇବା ଠିକ୍ ଭାବେ ଦିଆଯାଉ ନ ଥିବାରୁ ପ୍ରତିବାଦ କରିଥିଲେ। ଏହାକୁ ନେଇ ଜେଲରଙ୍କ ସହ ଝାମେଲା ହୋଇଥିଲା। ଏହି ସମୟରେ ଜେଲର ମାଡ଼ ମାରି ଜଣଙ୍କ ମୁଣ୍ଡ ଫଟାଇ ଦେଇଛନ୍ତି। ସେମାନଙ୍କୁ ଖରାଦିନେ ଟାଣ ଖରାରେ ଓ ବର୍ଷା ଦିନେ ଝୁ ଝୁ ବର୍ଷାରେ ଖାଇବାକୁ ଦିଆଯାଉଛି। ଯାହାକୁ ସେମାନେ ପ୍ରତିବାଦ କରିଥିଲେ। ଯାହା ପରେ ଜେଲର ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ।

ପ୍ରତିବାଦ କରୁଥିବା କଏଦୀଙ୍କ ବିନା ଇଚ୍ଛାରେ ଏବେ ରେଢ଼ାଖୋଲ ଉପଖଣ୍ଡ କାରାଗାର ସେମାନଙ୍କୁ ଆଜି କୌଣସି ନୋଟିସ ନଦେଇ ବଲାଙ୍ଗିର ଜେଲକୁ ସ୍ଥାନାନ୍ତର କରାଯାଉଛି। ସେମାନଙ୍କ କୌଣସି ଦୋଷ ନଥାଇ ଏଭଳି ଦଣ୍ଡ ଦିଆଯାଉଛି।