Categories
ଆଜିର ଖବର ଜାତୀୟ ଖବର

ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କ ପୁଅ ଜୈନଙ୍କ ଦେହାନ୍ତ

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ କର୍ପ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସତ୍ୟ ନାଡେଲାଙ୍କ ଜୈନ ନାଡେଲାଙ୍କ ଦେହାନ୍ତ ହୋଇଛି। ଜୈନଙ୍କ ମାତ୍ର ୨୬ ବର୍ଷ ବୟସରେ ମୃତ୍ୟୁ ହୋଇଛି। ସେ ଜନ୍ମରୁ ମସ୍ତିଷ୍କ ପାଲସିରେ ପୀଡିତ ଥିଲେ। ସଫ୍ଟୱେୟାର ନିର୍ମାତା ତାଙ୍କର କର୍ମଚାରୀଙ୍କୁ ଇମେଲ ମାଧ୍ୟମରେ ଏହି ଦୁଃଖଦ ଖବର ବିଷୟରେ ସୂଚନା ଦେଇଛନ୍ତି। ଏହି ବାର୍ତ୍ତାରେ କର୍ମଚାରୀମାନଙ୍କୁ ତାଙ୍କ ପରିବାର ପାଇଁ ପ୍ରାର୍ଥନା କରିବାକୁ କୁହାଯାଇଛି।