Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ପଠନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ଶାହିଦ ଲତିଫ ନିହତ: ପାକିସ୍ତାନରେ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ପଠାନକୋଟ ଆକ୍ରମଣ ମାଷ୍ଟରମାଇଣ୍ଡ ତଥା ବହୁ ଚର୍ଚ୍ଚିତ ଆତଙ୍କବାଦୀ ଶାହିଦ ଲତିଫକୁ ପାକିସ୍ତାନରେ ହତ୍ୟା କରାଯାଇଛି। ୨୦୧୬ ମସିହାରେ ପଞ୍ଜାବର ପଠାନକୋଟ ଏୟାରବେସରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ଦ୍ୱାରା କରାଯାଇଥିଲା। ଏହି ଆକ୍ରମଣରେ ଭାରତୀୟ ସେନାର ୭ ଜଣ ଯବାନ ସହିଦ ହୋଇଥିଲେ। ଏନଆଇଏ ଅନୁସନ୍ଧାନରୁ ଜଣାପଡିଛି ଯେ, ଶାହିଦ ଲତିଫ ଏହି ଆକ୍ରମଣର ମାଷ୍ଟରମାଇଣ୍ଡ।

ଏନଆଇଏ ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ, ପଠାନକୋଟ ଆତଙ୍କବାଦୀ ଆକ୍ରମଣ ପାକିସ୍ତାନରେ ଯୋଜନା କରାଯାଇଥିଲା ଏବଂ କାର୍ଯ୍ୟକାରୀ କରାଯାଇଥିଲା। ଆତଙ୍କବାଦୀ ଗୋଷ୍ଠୀ ଜୈଶ-ଇ-ମହମ୍ମଦ ଏହି ଆକ୍ରମଣ ପାଇଁ ୪ ଜଣ ଆତ୍ମଘାତୀ ବିସ୍ଫୋରଣକାରୀଙ୍କୁ ତାଲିମ ଦେଇଥିଲା ଏବଂ ପଠାଇଥିଲେ। ଲତିଫ ଜୈଶର ଲଞ୍ଚିଂ କମାଣ୍ଡର ଭାବରେ ଜଣାଶୁଣା। ସେ ପଠାନକୋଟକୁ ଚାରି ଜଣ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ପଠାଇଥିଲେ। ୪୭ ବର୍ଷିୟ ଶାହିଦ ଲତିଫ ପାକିସ୍ତାନର ଗୁଜରାନୱାଲାର ଅମିନାବଦ୍ ସହରର ବାସିନ୍ଦା ଥିଲା।

Categories
ଅପରାଧ ଆଜିର ଖବର ଜାତୀୟ ଖବର

କାଶ୍ମୀରରେ ତିନି ଜୈଶ ଆତଙ୍କବାଦୀ ସଫା: ଗତ ସନ୍ଧ୍ୟା ଠାରୁ ଚାଲିଥିଲା ଏନକାଉଣ୍ଟର

ଶୋପିୟାଁ: ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ଏହି ମୁକାବିଲା ସମୟରେ ସୁରକ୍ଷା ବାହିନୀକୁ ବହୁତ ବଡ ସଫଳତା ମିଳିଛି। ତିନି ଜଣ ଜୈଶ-ଇ-ମହମ୍ମଦ ଆତଙ୍କବାଦୀଙ୍କୁ ଶୋପିୟାଁର ଦ୍ରାଚରେ ମାରିଦିଆଯାଇଛି। ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ସୁରକ୍ଷା ବାହିନୀ ପାଇଥିଲା। ପରେ ସେହି ଅଞ୍ଚଳକୁ ସୁରକ୍ଷାବାହିନୀ ଘେରି ରହିଥିଲେ। ପରେ ଆତଙ୍କବାଦୀଙ୍କ ଦ୍ଵାରା ଗୁଳି ବିନିମୟ ହୋଇଥିଲା, ଏହାର ଜବାବରେ ସୁରକ୍ଷା ବାହିନୀ ମଧ୍ୟ ଗୁଳି ଚଳାଇ ତିନି ଜଣ ଆତଙ୍କବାଦୀଙ୍କୁ ସଫା କରିଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ସୁରକ୍ଷା ବାହିନୀଙ୍କୁ ବଡ ସଫଳତା, ୨ ପାକିସ୍ତାନୀଙ୍କ ସମେତ ଜୈଶ-ଇ-ମହମ୍ମଦର ୬ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଦୁଇଟି ପୃଥକ ମୁକାବିଲାରେ ଜଣେ ପୋଲିସ୍ ଆହତ ହୋଇଥିବାବେଳେ ଦୁଇ ଜଣ ପାକିସ୍ତାନୀ ନାଗରିକଙ୍କ ସମେତ ୬ ଜଣ ଜୈଶ-ଇ-ମହମ୍ମଦ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ସେନା, ସିଆରପିଏଫ ଏବଂ କାଶ୍ମୀର ପୋଲିସ ଗତ ୧୨ ଘଣ୍ଟା ମଧ୍ୟରେ କାଶ୍ମୀରରୁ ୬ ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ସଫା କରିଛି। ଅନନ୍ତନାଗ ଏବଂ କୁଲଗାମରେ ଦୁଇଟି ପୃଥକ ମୁକାବିଲାରେ ଏହି ସମସ୍ତ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇଜଣ ପାକିସ୍ତାନୀ ବୋଲି ନିଶ୍ଚିତ ହୋଇଛି।

ସୂଚନା ଦେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ମିଳିଥିବା ଗୁପ୍ତଚର ଆଧାରରେ କୁଲଗାମ ଜିଲ୍ଲାର ମିରହାମା ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ୱାରା କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସର୍ଚ୍ଚ ଅପରେସନ ବେଳେ ଲୁଚି ରହିଥିବା ଆତଙ୍କବାଦୀମାନେ ହଠାତ୍ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ ବୋଲି ଅଧିକାରୀ କହିଛନ୍ତି।

ସେ କହିଛନ୍ତି ଯେ, ସୁରକ୍ଷା ବାହିନୀ ଏହାର ପ୍ରତିଶୋଧ ନେଇଛି ଏବଂ ଉଭୟ ଏନକାଉଣ୍ଟରରେ ମୋଟ ୬ ଜଣ ଆତଙ୍କବାଦୀ ଏବଂ ଦୁଇ ଜଣ ପାକିସ୍ତାନୀ ନାଗରିକଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ଏଥିସହ ପୂର୍ବରୁ ନିହତ ହୋଇଥିବା ଆତଙ୍କବାଦୀଙ୍କ ନିକଟରୁ ଗୋଟିଏ M-4 ଏବଂ ଦୁଇଟି AK-47 ରାଇଫଲ ମଧ୍ୟ ଜବତ କରାଯାଇଛି। ସୁରକ୍ଷା ବାହିନୀ ପାଇଁ ଏହା ଏକ ବଡ ସଫଳତା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

କାଶ୍ମୀର ପ୍ରସଙ୍ଗରେ ତାଲିବାନ ରଖିଲା ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କଣ କହିଲେ ଜାବିହୁଲ୍ଲା ମୁଜାହିଦ୍

ନୂଆଦିଲ୍ଲୀ: ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନ କଶ୍ମୀର ଉପରେ ପ୍ରଥମ ପ୍ରତିକ୍ରିୟା ଦେଇଛି। ଏହା ସହିତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସାମ୍ପ୍ରତିକ ସମ୍ପର୍କ ବିଷୟରେ ମଧ୍ୟ ତାଲିବାନ ଆଲୋଚନା କରିଛି। ଆଫଗାନିସ୍ତାନକୁ କାବୁ କରିବା ପରେ ଲଶ୍କର-ଏ-ତାଇବା ଏବଂ ଜୈଶ-ଇ-ମହମ୍ମଦ ଭଳି ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀର କାର୍ଯ୍ୟକଳାପ ବୃଦ୍ଧି ପାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ତାଲିବାନର ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ପାକିସ୍ତାନୀ ନ୍ୟୁଜ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢୁଥିବା ତିକ୍ତତା ତଥା ଅନ୍ୟାନ୍ୟ ପ୍ରସଙ୍ଗରେ କହିଛନ୍ତି ଯେ, ଉଭୟ ଦେଶ ଏକାଠି ବସି ସମସ୍ୟାର ସମାଧାନ କରିବା ଉଚିତ, କାରଣ ଉଭୟ ପଡ଼ୋଶୀ। ଏବଂ ସେମାନଙ୍କର ପରସ୍ପର ସହ ସ୍ୱାର୍ଥ ଜଡିତ ରହିଛି।

ଏଥି ସହ ଜାବିହୁଲ୍ଲା ମୁଜାହିଦ୍ ମଧ୍ୟ ଭାରତ ଏବଂ ପାକିସ୍ଥାନ ମଧ୍ୟରେ କାଶ୍ମୀର ବିବାଦ ଉପରେ କହିଥିଲେ। ଉପତ୍ୟକା ପ୍ରତି ଭାରତ ଏକ ସକରାତ୍ମକ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି।

ଏଥି ସହ ତାଲିବାନ କାବୁଲ ବିମାନବନ୍ଦର ବାହାରେ ହୋଇଥିବା ଆକ୍ରମଣକୁ ନିନ୍ଦା କରି କହିଛି ଯେ, ଏହା ଆମେରିକାର ବାହିନୀ ଅଧୀନରେ ଥିବା ଏକ ଅଞ୍ଚଳରେ ଘଟିଛି। ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ, ତାଙ୍କ ସଂଗଠନ ଏହି ଆକ୍ରମଣକୁ ଦୃଢ ନିନ୍ଦା କରିଛି ଏବଂ ସୁରକ୍ଷା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେଉଛି। ତାଲିବାନଠାରୁ ଅଲଗା ଏବଂ ଆଫଗାନିସ୍ତାନ ସହିତ ଜଡିତ ଇସଲାମିକ୍ ଷ୍ଟେଟ୍ ସଂଗଠନ ଦ୍ୱାରା ଏହି ଆକ୍ରମଣ ହୋଇଥିବା ଜଣାପଡିଛି।

ଏହି ସମୟରେ ଚୀନ୍‌ର ଜଣେ ଅଧିକାରୀ କହିଛନ୍ତି ଯେ, ଆଫଗାନିସ୍ତାନ ଦଖଲ କରିବା ପରଠାରୁ ତାଲିବାନ ସହ ବେଜିଂ ପ୍ରଥମ କୂଟନୈତିକ ସମ୍ପର୍କ ସ୍ଥାପନ କରିଛି ଏବଂ ବର୍ତ୍ତମାନ ଦୁଇ ପକ୍ଷର “ସୁବିଧାଜନକ ତଥା ପ୍ରଭାବଶାଳୀ ଯୋଗାଯୋଗ” ରହିଛି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ କହିଛନ୍ତି ଯେ, ଆମେ ସର୍ବଦା ଆଫଗାନିସ୍ତାନର ସାର୍ବଭୌମତ୍ଵ, ସ୍ବାଧୀନତା ଏବଂ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଦେଇଥାଉ ଏବଂ ଆଫଗାନିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନକରିବା ନୀତି ପାଳନ କରିଥାଉ ଏବଂ ସମସ୍ତ ଆଫଗାନିସ୍ତାନ ଲୋକଙ୍କ ପ୍ରତି ଏକ ବନ୍ଧୁତ୍ୱପୂର୍ଣ୍ଣ ନୀତି ରଖିଛୁ।

ସେ କହିଛନ୍ତି, ଆଫଗାନିସ୍ତାନ ସହିତ ବନ୍ଧୁତ୍ୱ ଏବଂ ସହଯୋଗର ଭଲ ପଡୋଶୀ ସମ୍ପର୍କକୁ ବିକଶିତ କରିବା ଏବଂ ଦେଶରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ଗଠନମୂଳକ ଭୂମିକା ଗ୍ରହଣ କରିବାକୁ ଚୀନ୍ ପ୍ରସ୍ତୁତ ଅଛି।