Categories
ଆଜିର ଖବର ଜାତୀୟ ଖବର

ଜୋରହାଟ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ: ପାଉଁଶ ହେଲା ୧୫୦ ଦୋକାନ

ଜୋରହାଟ: ଆସାମର ଜୋରହାଟ ଜିଲ୍ଲାର ଏକ ବଜାରରେ ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ​​ଯେଉଁଥିରେ ଅତି କମରେ ୧୫୦ ଟି ଦୋକାନ ଜଳି ଯାଇଥିଲା। ଏ ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି ଯେ, ଜୋରହାଟ ସହରରେ ଅବସ୍ଥିତ ଚୌକ୍ ବଜାରରେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ୨୫ ଟି ଅଗ୍ନିଶମ ବାହିନୀ ନିୟୋଜିତ କରାଯାଇଛି। ପୋଲିସର ସୂଚନାନୁସାରେ, ସର୍ଟ ସର୍କିଟ ଯୋଗୁଁ ଦୋକାନରେ ନିଆଁ ଲାଗିଥିବା ଅନୁମାନ କରାଯାଇଛି।

ସମସ୍ତ ଦୋକାନ ବନ୍ଦ ଥିବାରୁ ମାଲିକ ଓ କର୍ମଚାରୀମାନେ ନିଜ ଘରକୁ ଚାଲିଯାଇଥିଲେ। ଏହି ଘଟଣାରେ କୌଣସି ମୃତାହତର ଖବର ହୋଇ ନ ଥିବା ପୋଲିସ କହିଛି।