Categories
ଆଜିର ଖବର ରାଜ୍ୟ ଖବର

ନିୟମ ମାନୁନାହାନ୍ତି ଗାଡ଼ିଚାଳକ: ଗଣୁଛନ୍ତି ତଣ୍ଡ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ନୂଆବର୍ଷ ଆରମ୍ଭରୁ ରାଜ୍ୟରେ ନୂତନ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ପୋଲିସ୍ ଏବଂ ଟ୍ରାଫିକ୍ ବିଭାଗ ପକ୍ଷରୁ ଚେକିଂ ଜୋର୍‌ଦାର କରାଯାଇ ନିୟମ ଖିଲାପକାରୀଙ୍କଠାରୁ ଜୋରିମାନା ଆଦାୟ କରାଯାଉଛି। ବିଶେଷ କରି ଗାଡ଼ି ଚଳାଇବାବେଳେ ଡ଼ବଲ୍ ହେଲ୍‌ମେଟ୍ ବ୍ୟବହାର ନେଇ ପୋଲିସ୍ ପକ୍ଷରୁ ଗୁରୁତ୍ୱ ଦିଆଯିବା ସହ ନିୟମ ଉଲ୍ଲଂଘନକାରୀଙ୍କଠାରୁ ତଣ୍ଡ ଆଦାୟ କରାଯାଉଛି।

ବ୍ରହ୍ମପୁର ଟ୍ରାଫିକ୍ ପୋଲିସ୍ ପକ୍ଷରୁ ଆଜି ଇଂଜିନିୟରିଂ ସ୍କୁଲ ମୁଖ୍ୟଛକଠାରେ ଗାଡ଼ି ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ନିୟମ ମାନୁନଥିବା ଅଭିଯୋଗରେ ୧୭ହଜାର ୭୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିବାବେଳେ ମାସ୍କ ପରିଧାନ କରିନଥିବା ବ୍ୟକ୍ତିବିଶେଷଙ୍କଠାରୁ ୨୩୦୦ ଟଙ୍କା ଆଦାୟ ହୋଇଛି।

ସେହିପରି ନିୟମ ଭଂଗ କରିଥିବା ୨୦ଟି ଲାଇସେନସ୍ ରଦ୍ଧ ପାଇଁ ସୁପାରିଶ ହୋଇଥିବା ଟ୍ରାଫିକ୍ ପୋଲିସ୍ ପକ୍ଷରୁ ସୂଚନା ମିଳିଛି। ବାରମ୍ବାର ସଚେତନ କରାଗଲେ ମଧ୍ୟ ଲୋକେ ବିନା ହେଲ୍‌ମେଟ ଓ ବିନା ମାସ୍କରେ ସହରରେ ଖୁଲମ୍ ଖୁଲା ନିୟମ ନ ମାନି ବୁଲୁଥିବା ଦେଖିବାକୁ ମିଳୁଛି। ଯାହାଫଳରେ ପୋଲିସ୍ ପ୍ରତିଦିନ ଏଭଳି ଅମାନିଆ ଲୋକଙ୍କଠାରୁ ଜୋରିମାନା ଆଦାୟ କରୁଛି। ଜୋରିମାନା ଆଦାୟ ସହ ସେମାନଙ୍କୁ ଆଗାମୀ ସମୟରେ ମାସ୍କ ଓ ହେଲ୍‌ମେଟ୍ ପିନ୍ଧିବାକୁ ସଚେତନ କରାଯିବା ମଧ୍ୟ ଦେଖିବାକୁ ମିଳିଛି।

Categories
ଆଞ୍ଚଳିକ

ଗଂଜାମ ପୋଲିସ୍ ଏବଂ ବ୍ରହ୍ମପୁର ପୋଲିସ୍ ଦ୍ଵାରା ଅମାନିଆଙ୍କଠାରୁ ଜୋରିମାନା ଆଦାୟ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ପୋଲିସ୍ ଏବଂ ବ୍ରହ୍ମପୁର ପୋଲିସ୍ ଦ୍ଵାରା ଅମାନିଆଙ୍କଠାରୁ ଜୋରିମାନା ଆଦାୟ ଜାରି ରହିଛି। ଆଜି ବ୍ରହ୍ମପୁର ପୋଲିସ୍ ଜିଲ୍ଲା ପକ୍ଷରୁ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ ଏବଂ ଚଢ଼ାଉ ଜାରି ରହିଥିଲା। ସାମାଜିକ ଦୂରତା ଉଲ୍ଲଂଘନରେ ୨ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଥିବାବେଳେ ମାସ୍କ ପିନ୍ଧିନଥିବା ୬୫ ଜଣ ଅମାନିଆଙ୍କଠାରୁ ୧୩ ହଜାର ଟଙ୍କା ଆଦାୟ ହୋଇଛି। ଗାଡ଼ି ସମ୍ବନ୍ଧୀୟ ୧୫୪ ଜଣଙ୍କ ଚାଲାଣ କଟି ୭୭ହଜାର ଜୋରିମାନା ଆଦାୟ ହୋଇଛି। ସେହିପରି ଗଂଜାମ ପୋଲିସ୍ ଜିଲ୍ଲା ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ଼ ତରଫରୁ ଚଢ଼ାଉ ଏବଂ ପେଟ୍ରୋଲିଂ ମଧ୍ୟ ଜାରି ରହିଛି। ମାସ୍କ ପିନ୍ଧିନଥିବା ଅମାନିଆଙ୍କଠାରୁ ୧ଲକ୍ଷ ୩୧ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ ହୋଇଛି। ସେହପରି ୧୦ଟି ସ୍ଥାନରେ ଅବକାରୀ ଚଢ଼ାଉ ହୋଇ ୪ ଜଣକୁ ଗିରଫ କରାଯାଇଥିବାବେଳେ ୪୯୦ ଲିଟର ବେଆଇନ ମଦ ଜବତ ହୋଇଛି।

Categories
ଆଞ୍ଚଳିକ

ଗଂଜାମ ଜିଲ୍ଲାରେ ଆଜି ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ସଟ୍‌ଡ଼ାଉନ୍ ସମୟରେ ବ୍ରହ୍ମପୁର ପୋଲିସ୍ ଏବଂ ଗଂଜାମ ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଏବଂ ପେଟ୍ରୋଲିଂ କଡ଼ାକଡ଼ି କରି ଅମାନିଆଙ୍କଠାରୁ ଜୋରିମାନା ଆଦାୟ କରାଯାଇଛି। ବ୍ରହ୍ମପୁର ପୋଲିସ୍ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ଼ ପକ୍ଷରୁ ୧୩୪ ଟି ଗାଡ଼ି ସମ୍ବନ୍ଧୀୟ ଅମାନିଆଙ୍କୁ ୬୭ହଜାର ଟଙ୍କା ଜୋରିମାନା ପକାଯାଇଥିବାବେଳେ ମାସ୍କ ପିନ୍ଧିନଥିବା ୧୩୭ ଜଣ ଅମାନିଆଙ୍କଠାରୁ ୨୭ ହଜାର ୪୦୦ ଟଙ୍କା ଜୋରିମାନା ଆଦାୟ ହୋଇଛି। ସାମାଜିକ ଦୂରତା ଉଲ୍ଲଂଘନରେ ୨୩ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ ହୋଇଛି।

ସେହିପରି ଗଂଜାମ ଏନ୍‌ଫୋର୍ସମେଣ୍ଟ ପକ୍ଷରୁ ମାସ୍କ ପିନ୍ଧିନଥିବା ଅମାନିଆଙ୍କଠାରୁ ୧ ଲକ୍ଷ ୫୩ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ ହୋଇଛି। ଗୋଟିଏ ଜୁଆଆଡ୍ଡା ଚଢ଼ାଉ ହୋଇ ୪ ଜଣକୁ ଗିରଫ କରାଯାଇଥିବାବେଳେ ୬୫୮୦ ଟଙ୍କା ଜବତ ହୋଇଛି। ୭ଟି ସ୍ଥାନରେ ଅବକାରୀ ଚଢ଼ାଉ ହୋଇ ୭ ଜଣକୁ ଗିରଫ କରାଯାଇଥିବାବେଳେ ୧୦୮୪ ଲିଟର ମଦ ଜବତ ହୋଇଛି।