Categories
ଆଜିର ଖବର ଖେଳ ଜାତୀୟ ଖବର

ରବିନ୍ଦ୍ର ଜାଡେଜାଙ୍କୁ ଟପ୍ ଅର୍ଡରକୁ ପଠାଇବାର କାରଣ କ’ଣ?, ରଣନୀତି ବିଷୟରେ କହିଲେ କ୍ୟାପଟେନ ରୋହିତ

ନୂଆଦିଲ୍ଲୀ: ଭାରତ-ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ତେବେ ତାଙ୍କୁ କେବଳ ଚାରିଟି ବଲ ଖେଳିବା ପାଇଁ ମିଳିଥିଲା। ସେ ତିନି ରନ୍‌ରେ ଅପରାଜିତ ରହିଥିଲେ। ମ୍ୟାଚ୍ ପରେ ଯେତେବେଳେ ଅଧିନାୟକ ରୋହିତ ଶର୍ମାଙ୍କୁ ରବିନ୍ଦ୍ର ଜାଡେଜାଙ୍କ ଟପ୍ ଅର୍ଡରକୁ ପଠାଇବାର କାରଣ ପଚରାଗଲା, ସେ ଏହାର ସବିଶେଷ ଉତ୍ତର ଦେଇଥିଲେ।

ରୋହିତ କହିଥିଲେ ଯେ, ‘ଆମେ ତାଙ୍କଠାରୁ ବହୁତ କିଛି ଚାହୁଁଛୁ ଏବଂ ସେଥିପାଇଁ ତାଙ୍କୁ ଉପର କ୍ରମରେ ବ୍ୟାଟିଂ କରିବାକୁ ପଠାଯାଇଥିଲା। ଭବିଷ୍ୟତରେ ଆପଣମାନେ ଏହା ମଧ୍ୟ ଦେଖିବେ। ମୁଁ ଚାହୁଁଛି ସେ ଟପ୍ କ୍ରମରେ ବ୍ୟାଟିଂ କରନ୍ତୁ। ପରିସ୍ଥିତି ଉପରେ ନିର୍ଭର କରି ସେ ବ୍ୟାଟିଂ କରିପାରିବେ। ଧଳା ବଲ୍ କ୍ରିକେଟ୍ ରେ ଆମେ ତାଙ୍କଠାରୁ କ’ଣ ଚାହୁଁଛୁ ସେ ବିଷୟରେ ଆମେ ବହୁତ ସ୍ପଷ୍ଟ।

ସୂଚନାଯୋଗ୍ୟ ଯେ ରବିନ୍ଦ୍ର ଜାଡେଜା ବୋଲିଂ ସହିତ ଭଲ ବ୍ୟାଟିଂ କରିବାରେ ସକ୍ଷମ ଅଟନ୍ତି। ସେ ଉଭୟ ଟେଷ୍ଟ ଏବଂ ଦିନିକିଆ ଫର୍ମାଟରେ ୨-୨ ହଜାର ରନ୍ ପୂରଣ କରିଛନ୍ତି। ଏହି ଦୁଇଟି ଫର୍ମାଟରେ ତାଙ୍କର ହାରାହାରି ୩୨ ରୁ ଅଧିକ। ସେ ମୋଟ ୩୦ ଅର୍ଦ୍ଧଶତକ ହାସଲ କରିଛନ୍ତି।