Categories
ଆଜିର ଖବର ଜାତୀୟ ଖବର

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୬ ଉଗ୍ରବାଦୀ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଗୌହାଟି: ଆସାମ-ନାଗାଲାଣ୍ଡ ସୀମାର କାର୍ବୀ ଆଙ୍ଗଲୋଙ୍ଗ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ଆଜି ଏକ ଅପରେସନରେ ୬ ଜଣ ଉଗ୍ରବାଦୀଙ୍କୁ ସୁରକ୍ଷାକର୍ମୀମାନେ ନିହତ କରିଛନ୍ତି। ଡିଏନଏଲଏ ଉଗ୍ରବାଦୀ ସଂଗଠନ ସହ ଏମାନଙ୍କର ସମ୍ପର୍କ ଥିଲା ବୋଲି ଜଣାପଡିଛି। ଏହି ଉଗ୍ରବାଦୀ ସଂଗଠନ ବିଶେଷ କରି ଆସାମର ଦୀମା ହାସାଓ ଏବଂ କାର୍ବୀ ଆଙ୍ଗଲୋଙ୍ଗରେ ସକ୍ରିୟ ରୁହନ୍ତି।

ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଗତ ବିଳମ୍ବିତ ରାତିରେ ଡିଏନଏଲଏ ଉଗ୍ରବାଦୀ ସଂଗଠନର ଠିକଣା ଉପରେ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା। ଯାହାଫଳରେ ସେହି ଅଞ୍ଚଳକୁ ବିଳମ୍ବିତ ରାତିରେ ସୁରକ୍ଷାକର୍ମୀ ତୁରନ୍ତ ତଦନ୍ତ ଅଭିଯାନ ଆରାମ୍ଭ କରିଦେଇଥିଲେ। ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲେ ମଧ୍ୟ ପୋଲିସ ଏବଂ ଆସାମ ରାଇଫଲର ଯବାନମାନଙ୍କୁ ବଡ ସଫଳତା ମିଳିଛି। ସେମାନେ ୬ ଜଣ ଉଗ୍ରବାଦୀଙ୍କୁ ମାରି ଦେଇଥିବା ବେଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି।